Bollywood / ‘ବ୍ୟାଡ୍ସ ଅଫ୍ ବଲିଉଡ୍’ରେ ନଜର ଆସିବେ ଆନ୍ୟା

Key Points
‘ବ୍ୟାଡ୍ସ ଅଫ୍ ବଲିଉଡ୍’ର ଷ୍ଟାରକାଷ୍ଟକୁ ନେଇ ଚର୍ଚ୍ଚା
ଆର୍ଯ୍ୟନଙ୍କ ଫିଲ୍ମରେ ଅନେକ କଳାକାର
ଆନ୍ୟାଙ୍କ ବଲିଉଡ ଏଣ୍ଟ୍ରି
ସିନେ ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଆନ୍ୟା ସିଂହ। ଆନ୍ୟାଙ୍କୁ ନେଇ ଚର୍ଚ୍ଚା ଯେ ସେ ଶାହାରୁଖ୍ଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ଝିଅ । ଆଜ୍ଞା ହଁ, ଖୁବଶୀଘ୍ର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଆନ୍ୟା ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ସିରିଜ୍ରେ ଦମ୍ଦାର ଷ୍ଟାର୍କାଷ୍ଟ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଶୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ସିରିଜ୍ର ଅନ୍ୟତମ କଳାକାର ଆନ୍ୟା ସିଂହଙ୍କ ଗ୍ଲାମରସ୍ ଲୁକ୍ ଚର୍ଚ୍ଚାର ଶିରୋନାମା ହୋଇଛି ।ଆନ୍ୟାଙ୍କ ସମେତ ସିରିଜ୍ରେ ମୋନା ସିଂହ, ରାଘବ ଯୁଗଲ, ବବି ଦେଓଲ ଓ ମନୋଜ ପହୱା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ସିରିଜ୍ର କାହାଣୀରେ ଆସମାନ ସିଂହ ଚରିତ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ପାଇବାକୁ ଚେଷ୍ଟା କରୁଛନ୍ତି । ଆନ୍ୟା ତାଙ୍କ ମ୍ୟାନେଜର ଭୂମିକା ନିର୍ବାହ କରିଛନ୍ତି । ଫିଲ୍ମରେ ତାଙ୍କ ନାଁ ସାନ୍ୟା । ଶୋ’ର ପ୍ରିମିୟର୍ରେ ଶାହରୁଖ୍ କହିଥିଲେ, ଆନ୍ୟା ତାଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ଭଳି ଦିଶୁଛନ୍ତି । ଏହାକୁ ଫ୍ୟାନ୍ ସତ ବୋଲି ଭାବିନେଲେ । ଅନ୍ଲାଇନ୍ ଏକ ଭିଡିଓ ଭାଇରାଲ ହେବାରେ ପରେ ଏଭଳି କିଛି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଦର୍ଶକ। ଭିଡିଓରେ ଶାହରୁଖ୍ ଆନ୍ୟାଙ୍କୁ ପୂଜାଙ୍କ ସହ ତୁଳନା କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏ କଥାର କୌଣସି ସତ୍ୟତା ନାହିଁ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଆନ୍ୟା ଏହି ଗୁଜବ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ସ୍କ୍ରିନିଂ ସମୟରେ ପୂଜାଙ୍କୁ ଭେଟି ତାଙ୍କୁ କହିଲି ଯେ ଲୋକେ କହୁଛନ୍ତି ଯେ ମୁଁ ଆପଣଙ୍କ ଝିଅ । ଏହା ଶୁଣି ଉଭୟ ହସିବାକୁ ଲାଗିଲୁ ।
📱 Get Argus News App
✨ଏହାକୁ ନେଇ ଆମକୁ କୌଣସି ଫରକ ପଡ଼େ ନାହିଁ । ‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ରେ ଆନ୍ୟା ଖୁବ୍ ଭଲ କାମ କରିଛନ୍ତି । ତାଙ୍କ ପ୍ରତିଭା ପାଇଁ ଲୋକେ ତାଙ୍କୁ ଜାଣୁଥିବାରୁ ସେ ବହୁତ ଖୁସି । ପ୍ରଥମଥର ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କରିବେ ବଲିଉଡର ବାଦଶାହ ଶାହାରୁଖ ଖାନଙ୍କ ପୁଅ।ନିକଟରେ ସିରିଜର ପ୍ରିଭ୍ୟୁ ଲଞ୍ଚ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏହାର ସଂଚାଳନା ଦାୟିତ୍ୱରେ ଥିଲେ ଶାହାରୁଖ। ହାତରେ ଫ୍ୟାକଚର ଥାିବି ଷ୍ଟାଇଲିଶଖ ଲୁକରେ ଶାହାରୁଖ ଷ୍ଟେଜ ଉପରକୁ ଏଣ୍ଟ୍ରି କରିଥିଲେ। ଇଭେଣ୍ଟରେ ଗୌରୀ ଓ ପୁଅ ଆର୍ଯ୍ୟନଙ୍କୁ ମଞ୍ଚ ଉପରକୁ ଡାକିଥିଲେ ଶାହାରୁଖ। ସିନେ ଇଣ୍ଡଷ୍ଟ୍ରିରେ ପୁଅର ଗ୍ରାଣ୍ଡ ଏଣ୍ଟ୍ରି ହେଉଥିବାବେଳେ ଶାହାରୁଖ ଭାବୁକ ହୋଇପଡ଼ିଥିଲେ। ପ୍ରଥମ ଥର ମଞ୍ଚ ଉପରେ ଦର୍ଶକଙ୍କୁ ସ୍ପିଚ୍ ଦେଉଥିବାରୁ ଆର୍ଯ୍ୟନ ସାମାନ୍ୟ ନର୍ଭସ ନଜର ଆସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories