Videos
|
Entertainment

ଇନ୍‌ଷ୍ଟାଗ୍ରାମରେ ସମସ୍ତଙ୍କୁ ଅନ୍‌ଫୋଲୋ କଲେ ଅପୂର୍ବା

Ritu Das
Browse all articles by Ritu Das
·1 year ago
ଇନ୍‌ଷ୍ଟାଗ୍ରାମରେ ସମସ୍ତଙ୍କୁ ଅନ୍‌ଫୋଲୋ କଲେ ଅପୂର୍ବା

ୟୁଟ୍ୟୁବ୍‌ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ରେ ବିଭିନ୍ନ ଅଶ୍ଳୀଳ ମନ୍ତବ୍ୟ ଦେଇ ପୋଲିସ ସ୍କାନରରେ ଥିବା ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ଅପୂର୍ବା ମୁଖିଜା ଗୁରୁବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ସମସ୍ତଙ୍କୁ ଅନ୍‌ଫୋଲୋ କରିଦେଇଛନ୍ତି। ଅପୂର୍ବା ସୋସିଆଲ ମିଡିଆରେ ‘ଦି ରେବଲ କିଡ୍‌’ ନାମରେ ପରିଚିତ। ତାଙ୍କର ଇନ୍‌ଷ୍ଟାଗ୍ରାମରେ ୨.୯ ମିଲିୟନ ଫଲୋଅର୍ସ ରହିଛନ୍ତି। ଅପୂର୍ବା ପୋଷ୍ଟ କରୁଥିବା ପ୍ରତି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଥାନ୍ତି।


ତେବେ ସମସ୍ତଙ୍କୁ ଅନ୍‌ଫୋଲୋ କରିବା ପୂର୍ବରୁ ସେ ୧୫୦୦ ଜଣଙ୍କୁ ଫୋଲୋ କରିଥିବା ନେଇ ସୋସିଆଲ ମିଡିଆରେ କେତେଜଣ ୟୁଜର୍ସ ଦାବି କରିଛନ୍ତି। ସେହିପରି ଆସନ୍ତା ମାସ ୮ ଏବଂ ୯ ତାରିଖରେ ରାଜସ୍ଥାନର ରାଜଧାନୀ ଜୟପୁରରେ ହେବାକୁ ଥିବା ଇଣ୍ଟରନ୍ୟାଶ୍‌ନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ ଆଓ୍ବାଡର୍‌ସ (ଆଇଆଇଏଫ୍‌ଏ) ୨୦୨୫ର ପ୍ରମୋଟରମାନଙ୍କ ତାଲିକାରୁ ମଧ୍ୟ ଅପୂର୍ବାଙ୍କର ନାମକୁ ହଟାଇ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Apoorva unfollowed everyone on Instagram | Argus News