Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Arbaaz Khan / ୫୮ ବର୍ଷରେ ବାପା ହେଲେ ଅରବାଜ, ଘରକୁ ଆସିଲା ଶିଶୁ କନ୍ୟା

Banajyotshna Ray
Browse all articles by Banajyotshna Ray
·9 months ago·2 min read
୫୮ ବର୍ଷରେ ବାପା ହେଲେ ଅରବାଜ, ଘରକୁ ଆସିଲା ଶିଶୁ କନ୍ୟା

Key Points

୫୮ ବର୍ଷରେ ପୁଣି ଥରେ ବାପା ହେଲେ ଅରବାଜ
ଘରକୁ ଆସିଲା ଶିଶୁ କନ୍ୟା
ଖୁସିରେ ସଲିମ ଖାନଙ୍କ ପରିବାର

ଖାନ ପରିବାରରୁ ଆସିଲା ପୁଣି ଖୁସି ଖବର। ପୁଣି ବାପା ହେଲେ ଅରବାଜ ଖାନ। ୫୮ ବର୍ଷୀୟ ଅରବାଜ ଖାନ ପୁଣି ଥରେ ବାପା ହୋଇଛନ୍ତି। ଏଖବର ପରେ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଅରବାଜଙ୍କ ପତ୍ନୀ ଶୁରା ଖାନ ରବିବାର ମୁମ୍ବାଇର ଏକ ହସ୍ପିଟାଲରେ ଏକ ଝିଅକୁ ଜନ୍ମ ଦେଇଛନ୍ତି। ଖାନ ପରିବାର ଏହି ଖବର ପରେ ଖୁସି ଏବଂ ଉତ୍ସବର ପରିବେଶ ରହିଛି। ବହୁ ବର୍ଷ ପରେ ସଲିମ ଖାନଙ୍କ ପରିବାରକୁ ଏହି ଖୁସି ଆସିଛି।


ନିକଟରେ ଏକ ମହାନ ବେବି ସାୱାର ହୋଇଥିଲା:


ଅରବାଜ ଖାନ ନିକଟରେ ଶୁରା ଖାନଙ୍କ ପାଇଁ ଏକ ଗ୍ରାଣ୍ଡ ବେବି ସାୱାର ଆୟୋଜନ କରିଥିଲେ। ସଲମାନ ଖାନଙ୍କ ସମେତ ପରିବାର ଉପସ୍ଥିତ ଥିଲେ। ଅନେକ ନିକଟତମ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ।ଶନିବାର ସକାଳେ ଅରବାଜ ଖାନଙ୍କ ପତ୍ନୀ ଶୁରା ଖାନଙ୍କୁ ଖାରର ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁରା ଗର୍ଭବତୀ ଏବଂ ଅରବାଜ ପୁଣି ଥରେ ପିତା ହେବେ ବୋଲି ଖବର ପ୍ରସାରିତ ହେବା ପରଠାରୁ ପରିବାର ଏକ ଶିଶୁର ଆଗମନକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ, ଅକ୍ଟୋବର ୫ତାରିଖରେ, ପରିବାର ଏହି ଖୁସି ଖବର ପାଇଲା। ଉଲ୍ଲେଖଯୋଗ୍ୟ ଯେ ଅରବାଜ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କର ପ୍ରଥମ ପତ୍ନୀ ମଲାଇକା ଆରୋରାଙ୍କଠାରୁ ଏକ ପୁଅ ଅରହାନ ଖାନ ମଧ୍ୟ ଅଛନ୍ତି।


ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଏବେ ଏକା ଏକା ଜୀବନ ବିତାଉଛନ୍ତି । ଏବେବି ମଲାଇକାଙ୍କୁ ଦେଖିଲେ ଲାଗିବ ନାହିଁ ତାଙ୍କୁ ୫୦ ବର୍ଷ ହେଲାଣି ବୋଲି । ୟଙ୍ଗଷ୍ଟରଙ୍କୁ ବି ମାତ୍ ଦିଅନ୍ତି ଏହି ନାୟିକା । ମଲାଇକା ତାଙ୍କ ପ୍ରଫେସନାଲ ଲାଇଫକୁ ନେଇ ଯେତିକି ଚର୍ଚ୍ଚାରେ ରହିନାହାନ୍ତି ତାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମଲାଇକା ଅରବାଜ ପ୍ରେମ କାହାଣୀ:


ମଲାଇକା ପ୍ରଥମେ ଅରବାଜ ଖାଁଙ୍କୁ ବିବାହ କରିଥିଲେ । ତେବେ ୫-୬ ବର୍ଷର ରିଲେସନଶିପ ପରେ ଏହି ଯୋଡି ବିବାହ କରିଥିଲେ । ଆଉ ବିବାହର ୧୯ ବର୍ଷ ପରେ ଏମାନେ ଅଲଗା ହୋଇଯାଇଥିଲେ । ଅର୍ଥାତ୍ ପ୍ରାୟ ୨୫ ବର୍ଷ ଏମାନେ ଏକାଠି ଜୀବନ କାଟିଛନ୍ତି । କୁହାଯାଏ ଅରବାଜଙ୍କ ପ୍ରପୋଜକୁ ଅପେକ୍ଷା ନ କରି ମଲାଇକା କୁଆଡେ ତାଙ୍କୁ ବିବାହ କରିବାକୁ ପ୍ରଥମେ ପ୍ରପୋଜ କରିଦେଇଥିଲେ ।ତେବେ ୧୯ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ଅରବାଜଙ୍କଠାରୁ ଅଲଗା ହୋଇ ଯାଇଥିଲେ ମଲାଇକା । ଏହି ବିଚ୍ଛେଦକୁ ନେଇ ଅରବାଜ କୁହନ୍ତି, ପରଫେକ୍ଟ ରିଲେସନ କ’ଣ ତାହା ମୁଁ ଜାଣିନି । ହେଲେ ମୁଁ ମୋ ସମ୍ପର୍କକୁ ବଞ୍ଚାଇବାକୁ ୧୯ ବର୍ଷ ଧରି ଚେଷ୍ଟା କରିଛି । ହେଲେ ସେଥିରେ ମୁଁ ସଫଳ ହୋଇନି ।


କିନ୍ତୁ ମଲାଇକା କୁହନ୍ତି ଅରବାଜଙ୍କଠାରୁ ଯେବେ ଅଲଗା ହେଲେ ତାର ଠିକ୍ ପୂର୍ବ ରାତିରେ ଅରବାଜଙ୍କ ପରିବାରର ସମସ୍ତ ସଦସ୍ୟ ବସି ତାଙ୍କୁ କହିଥିଲେ ସତରେ କ’ଣ ଏହା ତାଙ୍କର ଶେଷ ନିଷ୍ପତ୍ତି । କାରଣ ଅରବାଜଙ୍କ ପରିବାରର ସମସ୍ତେ ମୋ କଥା ଚିନ୍ତା କରୁଥିଲେ ।କୁହାଯାଏ ମଲାଇକା ଅରବାଜଙ୍କଠାରୁ ଅଲଗା ହେବା ପରେ ୧୦ କୋଟି ଟଙ୍କା ଦାବି କରିଥିଲେ । ଏହାତଳକୁ ସେ ସାଲିସ କରିବାକୁ ଚାହୁଁ ନ ଥିଲେ । ଏହାକୁ ଦେଖି ଅରବାଜ ମଲାଇକାଙ୍କ ଏଲୁମନି ଆକାଉଣ୍ଟ ଭାବେ ୧୫ କୋଟି ଟଙ୍କା ଦେଇଥିଲେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Arbaaz Khan | Arbaaz Khan Becomes Father at 58 | Welcomes Baby Girl Home | Argus News | Argus News