ଗୁଡନ୍ୟୁଜ ଦେବେ ଅରବାଜ, ଫ୍ୟାନ୍ସ କହୁଛନ୍ତି...

ପୁଣି ବାପା ହେବେ ବଲିଉଡ ଅଭିନେତା ଅରବାଜ ଖାନ। ୫୭ ବର୍ଷ ବୟସରେ ଦ୍ୱିତୀୟ ଥର ବାପା ହେବେ ଅରବାଜ। ଅରବାଜ ଖାନ ଡିସେମ୍ବର ୨୦୨୩ରେ ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ମଲାଇକାଙ୍କ ଠାରୁ ଗୋଟିଏ ପୁଅ ଅଛି।ନିକଟରେ ତାଙ୍କ ପତ୍ନୀ ଶୁରା ଖାନଙ୍କ ସହ କ୍ଲିନିକ୍ ବାହାରେ ଦେଖିବାକୁ ମିଳିଥିଲା। ଏହା ପରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କ ଭିଡିଓ ପୋଷ୍ଟ କରିବା ସମୟରେ ଶୁରା ଖାନ ଗର୍ଭବତୀ ଥିବା ଦାବି କରାଯାଇଛି। ଅରବାଜ ଏବଂ ଶୁରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।
ଶୁରା ଖାନ ତାଙ୍କ ବେବି ବମ୍ପକୁ ଢିଲା ପୋଷାକରେ ଲୁଚାଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ, ପ୍ରଶଂସକମାନେ ଅରବାଜ ଏବଂ ଶୁରାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। କିନ୍ତୁ ଅରବାଜ ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ ଏହି ଖବରର କୌଣସି ସୂଚନା ମିଳିନାହିଁ। କିଛି ଦିନ ପୂର୍ବରୁ, ଖାନ ପରିବାର ଦ୍ୱାରା ଆୟୋଜିତ 'ଇଦ୍ ପାର୍ଟି' ସମୟରେ, ଶୁରାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା ହୋଇଥିଲା।
ଅରବାଜ ୩୧ ବର୍ଷ ବୟସରେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ୨୭ ବର୍ଷର ବିବାହ ପରେ ସେମାନେ ଦୁହେଁ ଅଲଗା ହୋଇଯାଇଥିଲେ। ଏବେ ତାଙ୍କ ପୁଅ ଅରାହାନ୍ ଖାନଙ୍କୁ ୨୩ ବର୍ଷ ହୋଇଛି। ମଲାଇକାଙ୍କ ଠାରୁ ଅଲଗା ହେବା ପରେ, ଅରବାଜ ୨୦୨୩ରେ ଶୁରା ବିବାହ କରିଥିଲେ ଏବଂ ଏବେ ୫୭ ବର୍ଷ ବୟସରେ ସେ ପୁଣି ଥରେ ବାପା ହେବାକୁ ଯାଉଛନ୍ତି।