Bollywood News / ଅର୍ଜୁନ କପୁରଙ୍କ ସହ ସାହିବା ବାଲିଙ୍କ ଫଟୋ ଭାଇରାଲ୍, ଡେଟିଂକୁ ନେଇ ଚର୍ଚ୍ଚା

Key Points
ଅର୍ଜୁନ କପୁରଙ୍କ ସହ ସାହିବା ବାଲିଙ୍କ ଫଟୋ ଭାଇରାଲ୍,
ଡେଟିଂକୁ ନେଇ ଚର୍ଚ୍ଚା ଜୋରଦାର; ଜାଣନ୍ତୁ କିଏ ଏହି ଅଭିନେତ୍ରୀ ?
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବଂ ସାହିବା ବାଲିଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି । ଉଭୟଙ୍କର ଏକାଠି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବା ପରେ ସେମାନଙ୍କ ମଧ୍ୟରେ ଡେଟିଂ ଚାଲିଥିବା ନେଇ ଗୁଜବ ଆରମ୍ଭ ହୋଇଛି । ନିକଟରେ ଗୁରୁପର୍ବ ଅବସରରେ ସାହିବା, ଅର୍ଜୁନ କପୁରଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଏହା ପରେ ଫଟୋଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିଲା ।
ଏହା ପୂର୍ବରୁ ମଧ୍ୟ ଉଭୟଙ୍କୁ ଲଣ୍ଡନର ପ୍ରସିଦ୍ଧ ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଏକାଠି ଦେଖିବାକୁ ମିଳିଥିଲା । ସେବେଠାରୁ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ ଏହି ଖବର ପରେ ସାହିବା ବାଲି କିଏ ଏବଂ ସେ କ'ଣ କରନ୍ତି, ତାହା ଜାଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି ।
ଏଥି ସହ ପଢନ୍ତୁ: ବିଗ୍ ବସ୍ ମଞ୍ଚରେ ଚମକିଲେ ଏହି ଓଡ଼ିଆ ଝିଅ ! ସଲମାନ ଖାନଙ୍କ ସହ ଷ୍ଟେଜରେ ଆସିଲେ ନଜର...
କିଏ ଏହି ସାହିବା ବାଲି ?
ସାହିବା ବାଲି ଜଣେ ଅଭିନେତ୍ରୀ ହେବା ସହିତ ସ୍ପୋର୍ଟସ୍ ପ୍ରେଜେଣ୍ଟର୍ ଏବଂ କଣ୍ଟେଣ୍ଟ କ୍ରିଏଟର୍ ମଧ୍ୟ । ୨୦୧୭ ମସିହାରେ ଫିଲ୍ମ 'ଡିଅର୍ ମାୟା' ଜରିଆରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହା ପରେ ୨୦୧୮ରେ ଫିଲ୍ମ 'ଲୈଲା ମଜନୁ'ରେ ମଧ୍ୟ ନଜର ଆସିଥିଲେ ।
ଏହା ବ୍ୟତୀତ ସାହିବା 'ଅମର ସିଂହ ଚମକିଲା', 'ବାର୍ଡ ଅଫ୍ ବ୍ଲଡ୍' ଏବଂ 'ତନାଭ୍' ଭଳି ଫିଲ୍ମ ଓ OTT ପ୍ରୋଜେକ୍ଟରେ କାମ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଅଭିନୟ ବ୍ୟତୀତ ସେ ଅନେକ କ୍ରୀଡ଼ା କାର୍ଯ୍ୟକ୍ରମରେ ହୋଷ୍ଟ ଭାବେ ମଧ୍ୟ କାମ କରିଛନ୍ତି ।
ପାଠପଢ଼ାରେ ମଧ୍ୟ ଆଗରେ ସାହିବା
ସାହିବା ବାଲି କେବଳ ଅଭିନୟ କିମ୍ବା କ୍ରୀଡ଼ା ଉପସ୍ଥାପନାରେ ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଗରେ ରହିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ହଂସରାଜ କଲେଜରୁ ଅର୍ଥନୀତିରେ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ଉଚ୍ଚଶିକ୍ଷା ପାଇଁ ବ୍ରିଟେନ୍ ଯାଇଥିଲେ ।
ଗୁରୁପର୍ବରେ ଏକାଠି ନଜର ଆସିଲେ ଅର୍ଜୁନ ଓ ସାହିବା
ଅର୍ଜୁନ କପୁର ଏବଂ ସାହିବା ବାଲିଙ୍କ ଏକାଠି ଫଟୋ ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ସମୟରେ ଉଭୟଙ୍କୁ ଲଣ୍ଡନର ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଏକାଠି ଦେଖାଯାଇଥିଲା । ଏହା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଥିଲା ।
ଏବେ ଗୁରୁପର୍ବ ଅବସରରେ ଉଭୟ ଏକ ଗୁରୁଦ୍ୱାର ବାହାରେ ଏକାଠି ସେଲ୍ଫି ନେଇଥିବା ଫଟୋ ସାମ୍ନାକୁ ଆସିଛି । ଫଟୋଟି ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ୍ ହୋଇଯାଇଛି ।
ତେବେ ଅର୍ଜୁନ କପୁର ଏବଂ ସାହିବା ବାଲିଙ୍କ ଡେଟିଂକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରୁ କେହି ମଧ୍ୟ ଆଧିକାରିକ ଭାବେ କୌଣସି ବୟାନ ଦେଇନାହାନ୍ତି । ତେଣୁ ଏହି ଖବରକୁ ଏବେ କେବଳ ଡେଟିଂ ଗୁଜବ ଭାବେ ଦେଖାଯାଉଛି ।
📱 Get Argus News App
✨Related Topics
Explore more stories