Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଉଥ ସୁପରଷ୍ଟାର ଅର୍ଜୁନଙ୍କ ଜବରଦସ୍ତ କମବ୍ୟାକ...‘Blast’ ଦୁଇ ଦିନରେ କଲା କୋଟି କୋଟି ଆୟ

Entertainment

South Cinema / ସାଉଥ ସୁପରଷ୍ଟାର ଅର୍ଜୁନଙ୍କ ଜବରଦସ୍ତ କମବ୍ୟାକ...‘Blast’ ଦୁଇ ଦିନରେ କଲା କୋଟି କୋଟି ଆୟ

Ritu Das
Browse all articles by Ritu Das
·1 hour ago·2 min read
ସାଉଥ ସୁପରଷ୍ଟାର ଅର୍ଜୁନଙ୍କ ଜବରଦସ୍ତ କମବ୍ୟାକ...‘Blast’ ଦୁଇ ଦିନରେ କଲା କୋଟି କୋଟି ଆୟ
Movie

Key Points

ଅର୍ଜୁନ ସରଜାଙ୍କ ଫିଲ୍ମ ବ୍ଲାଷ୍ଟ ୨୮ ତାରିଖରେ ପ୍ରତି ଥିଏଟରରେ ରିଲିଜ ହୋଇଛି
ଆଉ ପ୍ରଥମଦିନ ହିଁ ଥିଏଟରରେ ଧମାକେଦାର ଆରମ୍ଭ ହୋଇଛି
ମୁଭିକୁ ନେଇ ଚାରିଆଡ଼େ ଆଲୋଚନା। ଫ୍ୟାନ୍ସ ବିପୁଳ ମାତ୍ରାରେ ଏହି ମୁଭିକୁ ଭଲ ପାଇବା ଦେଉଛନ୍ତି। ସୂର୍ଯ୍ୟାଙ୍କ କରୁପୁ ମୁଭିକୁ ଏହି ମୁଭି ଟକ୍କର ଦେଉଛି। ଦୁଇ ଦିନରେ ସବୁ ରେକର୍ଡ ଭାଙ୍ଗିଛି ବ୍ଲାଷ୍ଟ ମୁଭି। ସାଉଥ ସୁପରଷ୍ଟାର ଅର୍ଜୁନ ସରଜା କିଛିଦିନ ହେଲା ନିଜ ଫିଲ୍ମ ‘ବ୍ଲାଷ୍ଟ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଅର୍ଜୁନଙ୍କ ଏହି ଫିଲ୍ମର ରିଲିଜ ପାଇଁ ତାଙ୍କ ଫ୍ୟାନ୍ସମାନେ ଅପେକ୍ଷା କରି ରହିଥିଲେ। ଏହି ଫିଲ୍ମରେ ଅର୍ଜୁନ ସରଜା ନିଜର ଦମଦାର ପ୍ରଦର୍ଶନ କରିଛନ୍ତି। ଆଉ ସମସ୍ତଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ଅର୍ଜୁନଙ୍କର ଏହି ଫ୍ୟାମିଲି ଆକ୍ସନ ଏଣ୍ଟରଟେନର କ୍ରିଟିକ୍ସ ସହ ଦର୍ଶକଙ୍କୁ ଶାନଦାର ରିଭ୍ୟୁ ମିଳିଛି। ଅର୍ଜୁନ ସରଜାଙ୍କ ଫିଲ୍ମ ବ୍ଲାଷ୍ଟ ୨୮ ତାରିଖରେ ପ୍ରତି ଥିଏଟରରେ ରିଲିଜ ହୋଇଛି। ଆଉ ପ୍ରଥମଦିନ ହିଁ ଥିଏଟରରେ ଧମାକେଦାର ଆରମ୍ଭ ହୋଇଛି।

ଏହାସହ ପଢ଼ନ୍ତୁ: 'ବାହା ହୋଇଥିଲେ ତୁମ ପୁଅ ବଡ଼ ହୋଇସାରନ୍ତାଣି': ଏମିତି ଜବାବ ଦେଲେ


ଗୋଟିଏ ଦିନ ପରେ ମୁଭିର ବକ୍ସଅଫିସ କଲେକ୍ସନ ଦ୍ବିତୀୟଦିନରେ ସାମ୍ନାକୁ ଆସିଛି। ଚାଲନ୍ତୁ ଜାଣିବା ଶୁକ୍ରବାର ଏହି ମୁଭି କେତେ ଆୟ କରିଛି।
ସୁଭାଷ ରାଜଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ମୁଭିରେ ପ୍ରୀତି ମୁଖୁନ୍ଧନ ଏବଂ ଅଭିରାମୀ ଲିଡ ରୋଲରେ ଅଛନ୍ତି। ଏହି ଫିଲ୍ମକୁ ୧୦୨୨ ଶୋ’ରେ ରିଲିଜ କରାଯାଇଛି। ୨୬ ପ୍ରତିଶତ ଅକ୍ୟୁପେନ୍ସି ଦର୍ଜ କରିଥିଲେ। ଯାହା ତାମିଲନାଡ଼ୁରେ ଭଲ କଲେକ୍ସନ କରିଛି। AGS ଏଣ୍ଟରଟେନମେଣ୍ଟ ସପୋର୍ଟ ସହାୟତାରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଆକ୍ସନ ସିକ୍ବେଏନ୍ସ, ଇଣ୍ଟେରେଷ୍ଟିଙ୍ଗ କାହାଣୀ ସହ ଅର୍ଜୁନ କଲିଉଡରେ ବଡ଼ କମବ୍ୟାକ କରିଛନ୍ତି। ଅର୍ଜୁନଙ୍କ ବ୍ଲାଷ୍ଟ ମୁଭି ଓପନିଙ୍ଗ ଡେ’ରେ ୧.୨୫ କୋଟି କଲେକ୍ସନ କରିଛି। ଦ୍ବିତୀୟ ଦିନରେ ମାନେ ଶୁକ୍ରବାର ଏହି ମୁଭିର ଆୟ ଦୁଇଗୁଣ ହୋଇଛି। Sacnilk ରିପୋର୍ଟ ଅନୁସାରେ ଫିଲ୍ମ ବ୍ଲାଷ୍ଟ ଦ୍ବିତୀୟ ଦିନରେ ଭାରତରେ ୧.୯୫ କୋଟି ଟଙ୍କା ଆୟ କରିଛି। ତେବେ ଭାରତରେ ବର୍ତ୍ତମାନ ଏହି ମୁଭି ୩.୨୦ କୋଟି ଟଙ୍କା ଆୟ କରିଛି। ତେବେ ଓ୍ବିକେଣ୍ଡରେ ଏହି ମୁଭି ଜବରଦସ୍ତ ଆୟ କରିବ ବୋଲି ଆଶା କରାଯାଉଛି।

ଅର୍ଜୁନ ସରଜାଙ୍କ ମୁଭି ବ୍ଲାଷ୍ଟ ରିଲିଜ ସହିତ ସୂର୍ଯ୍ୟାଙ୍କ ମୁଭି ‘କରୁପୁ’, ରିତେଶ ଦେଶମୁଖଙ୍କ ‘ରାଜା ଶିବାଜୀ’ ମୋହନଲାଲଙ୍କ ‘ଦୃଶ୍ୟମ’କୁ ଟକ୍କର ଦେଉଛି। ଏହି ମୁଭି ଏବେ ବଡ଼ ବଡ଼ ସିନେମା ସହ ପ୍ରତିଯୋଗିତା କରୁଛି। କିନ୍ତୁ ‘କରୁପୁ’ ମୁଭି ଶାନଦାର କଲେକ୍ସନ କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arjun Sarja Makes Strong Comeback As Blast Sees Success | Argus News