Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅର୍ମାନଙ୍କ ପରିବାରକୁ ହତ୍ୟା ଧମକ, ସୁରକ୍ଷା ପାଇଁ ଦାବି କଲେ ଅର୍ମାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଅର୍ମାନଙ୍କ ପରିବାରକୁ ହତ୍ୟା ଧମକ, ସୁରକ୍ଷା ପାଇଁ ଦାବି କଲେ ଅର୍ମାନ

Key Points

ଫେମସ ୟୁଟ୍ୟୁବର ଅର୍ମାନ ମଲ୍ଲିକ । ଦୁଇଟି ବିବାହ କରିବା ପରେ ସେ ସୋସିଆଲ ମିଡିଆରେ ଅନେକ ସମୟ ଧରି ଚର୍ଚ୍ଚାରେ ରହିଛନ୍ତି । ତେବେ କିଛିଦିନ ହେବ ତାଙ୍କୁ ଅନେକ ପ୍ରକାର ଧମକ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଫେମସ ୟୁଟ୍ୟୁବର ଅର୍ମାନ ମଲ୍ଲିକ । ଦୁଇଟି ବିବାହ କରିବା ପରେ ସେ ସୋସିଆଲ ମିଡିଆରେ ଅନେକ ସମୟ ଧରି ଚର୍ଚ୍ଚାରେ ରହିଛନ୍ତି । ଏହାପରେ ତାଙ୍କୁ ବିଗବସ୍ ଓଟିଟି ୩ରେ ମଧ୍ୟ କିଛିଦିନ ଦେଖିବାକୁ ମିଳିଥିଲା । ଅର୍ମାନ ଏବଂ ତାଙ୍କର ପୁରା ପରିବାର ୟୁଟ୍ୟୁବରେ ବ୍ଲଗିଂ କରିଥାନ୍ତି । ତେବେ କିଛିଦିନ ହେବ ତାଙ୍କୁ ଅନେକ ପ୍ରକାର ଧମକ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି । ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜର ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି , ତାଙ୍କ ପରିବାରକୁ ସୁରକ୍ଷା ଦେବାପାଇଁ ସେ ପଞ୍ଜାବ ପୋଲିସ ନିକଟରେ ଆର୍ମ୍ସ ଫୋର୍ସ ପାଇଁ ଅପିଲ କରିଛନ୍ତି ।

ସେମାନେ କହିଛନ୍ତି, ପାଖାପାଖି ୫ ବର୍ଷ ହେବ ସେମାନେ ପଞ୍ଜାବର ଜିରକପୁରରେ ରହୁଛନ୍ତି । ଏବଂ କେବଳ ପାରିବାରିକ କଣ୍ଟେଣ୍ଟ ପୋଷ୍ଟ କରିଥାନ୍ତି । କିନ୍ତୁ କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ, ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବା, ତାଙ୍କଠାରୁ ତାଙ୍କ ଦରକାରୀ ଜିନିଷ ଛଡାଇନେବା ଭଳି ଧମକ ଆସୁଛି । ତାଙ୍କୁ ଅନେକ ଥର ଏପରି ଧମକ ଆସିଛି । ଏହାକୁ ନେଇ ସେ ଅନେକ ଥର ଏଫଆଇଆର ମଧ୍ୟ ଦେଇଛନ୍ତି । କିନ୍ତୁ ତାଙ୍କୁ କୌଣସି ସୁରକ୍ଷା ପୋଲିସ୍ ପକ୍ଷରୁ ଦିଆଯାଇନାହିଁ । ସେ ପାଖରେ ବନ୍ଧୁକ ରଖିବା ନେଇ ମଧ୍ୟ ଆବେଦନ କରିଥିଲେ । ହେଲେ ତାଙ୍କର ଆବେଦନ ଖାରଜ କରାଯାଇଛି ।

ଅର୍ମାନ କହିଛନ୍ତି, ତାଙ୍କ ନାଁରେ ଏକ ମାମଲା ଦର୍ଜ କରାଯାଇଛି । ଯାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ଅଟେ । ବର୍ତ୍ତମାନ ଏହାର ଶୁଣାଣି ନ୍ୟାୟଳୟରେ ଚାଲିଛି । ଏବଂ ଏଥିରେ ସତ୍ୟର ହିଁ ଜୟ ହେବା ବୋଲି ସେ କହିଛନ୍ତି । ତେବେ ଏହି ମାମଲା କାରଣରୁ ତାଙ୍କୁ ଲାଇସେନ୍ସ ମିଳିପାରୁନଥିବା ସେ ଭିଡିଓରେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Armaan's family receives death threats, demands for protection | Argus News