Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଲଗା ଅଲଗା ରହିବେ ଅରମାନଙ୍କ ଦୁଇ ସ୍ତ୍ରୀ...

Entertainment

ଅଲଗା ଅଲଗା ରହିବେ ଅରମାନଙ୍କ ଦୁଇ ସ୍ତ୍ରୀ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଲଗା ଅଲଗା ରହିବେ ଅରମାନଙ୍କ ଦୁଇ ସ୍ତ୍ରୀ...

ଅର୍ଗସ ବ୍ୟୁରୋ:  ଅଲଗା ହେବେ ୟୁଟ୍ୟୁବର ଅରମାନ ମଲ୍ଲିକ ଏବଂ ତାଙ୍କ ପତ୍ନୀ। ଅରମାନଙ୍କର ଗୋଟେ ନୁହେଁ ଦୁଇ ଦୁଇଟି ସ୍ତ୍ରୀ । କୁହାଯାଉଛି ଯେ, ତାଙ୍କର ଦୁଇ ଜଣ ସ୍ତ୍ରୀ ଦୁଇ ଭଉଣୀ ପରି ଚଳନ୍ତି। ବର୍ତ୍ତମାନ ଦୁଇ ଜଣଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି। ବିଗ ବସ୍‌ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲର ଶିକାର ହୋଇଥାନ୍ତି। ଜଣେ ପାୟଲ ଏବଂ ଅନ୍ୟ ଜଣେ କୃତିକା ।


ସମସ୍ତେ ଏକାଠି ରୁହନ୍ତି। ପାୟଲ ଏବଂ କୃତିକା ଉଭୟ ସମାନ ଡ୍ରେସ୍‌ ପିନ୍ଧନ୍ତି। ଦୁହେଁ ଅରମାନଙ୍କ ସହିତ କମ୍‌ ଦେଖାଯିବା ଅପେକ୍ଷା ପରସ୍ପର ସହିତ ଅଧିକ ମିଶନ୍ତି। କିନ୍ତୁ ଏବେ ଦୁହେଁ ସେମାନଙ୍କର ଦାୟିତ୍ୱ ପୃଥକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭିଡିଓରେ ଏହା ନିଜେ ଅରମାନ ପ୍ରକାଶ କରିଛନ୍ତି। ଅରମାନ କହୁଛନ୍ତି, ପାୟଲ ଏବଂ କୃତିକା ଅଲଗା ହେବାକୁ ଚାହୁଁଛନ୍ତି। କୃତିକା କୁହନ୍ତି, ସେ ବ୍ୟବସାୟ ବୁଝାବୁଝି କରିବ ଏବଂ ପାୟଲ ଘରେ ପିଲାମାନଙ୍କର ଯତ୍ନ ନେବେ। ଏହା ପରେ ଅରମାନ ପାୟଲଙ୍କୁ ପଚାରିଲେ- ‘ତୁମେ ପିଲାଟିର ଯତ୍ନ ନେବାକୁ ପ୍ରସ୍ତୁତ କି?’


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରେ ପାୟଲ କହିଥିଲେ, କୃତିକା ଯାହା ଚାହାନ୍ତି ମୁଁ ସେଥିରେ ଖୁସି। ମୁଁ ସବୁଠି ଖୁସି। ମୁଁ ଅଫିସରେ ଖୁସି ଏବଂ ପିଲାମାନଙ୍କ ସହିତ ମଧ୍ୟ ଖୁସି।ଅରମାନ ଆହୁରି କୁହନ୍ତି, ଏବେଠାରୁ, ପାୟଲ ଏବଂ କୃତିକା ଉଭୟ ଅଲଗା ହେବେ। କୃତିକା ସକାଳେ ଅଫିସ ଯିବେ ଏବଂ ପାୟଲ ଘରେ ପିଲାମାନଙ୍କର ଯତ୍ନ ନେବେ। କହିବାକୁ ଗଲେ ସେମାନଙ୍କ ମଧ୍ୟରେ ସେମିତି କିଛି ନଥିବାବେଳେ ନିଜ ଫ୍ୟାମିଲି ବିଜନେସକୁ ଆଗକୁ ନେବା ପାଇଁ ଏଭଳି ପ୍ଲାନ  କରିଛନ୍ତି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
arman two wife will separate update | Argus News