Death Mystery / ୯୨ର ସଂଯୋଗ ସମାନ ହସ୍ପିଟାଲ, ଏମିତି ହେଲା ଦୁଇ ଭଉଣୀଙ୍କର ଦେହାନ୍ତ
·2 hours ago·2 min read

Key Points
ଆଶା ଭୋସଲେ ଓ ଲତା ମଙ୍ଗେସକରଙ୍କ ସମାନ ସଂଯୋଗ
ସମାନ ବୟସରେ ଚାଲିଗଲ ଦୁଇ ଭଉଣୀ
ଗୋଟିଏ ହସ୍ପିଟାଲରେ ମଧ୍ୟ
ସମାନ ବୟସରେ ଚାଲିଗଲ ଦୁଇ ଭଉଣୀ
ଗୋଟିଏ ହସ୍ପିଟାଲରେ ମଧ୍ୟ
ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ। ୯୨ ବର୍ଷରେ ଦୁନିଆକୁ କହିଛନ୍ତି ଅଲବିଦା। ସବୁ ମହଲରେ ଦୁଃଖର ଛାଇ। ସମସ୍ତେ ଝୁରୁଛନ୍ତି ଆଶଙ୍କୁ । ଏହା ଭିତରେ ଆଉ ଏକ ଖବର ସମସ୍ତଙ୍କୁ ନିଶ୍ଚନ୍ତ ଭାବରେ ଆଶ୍ଚର୍ଯ୍ୟ କରିବ। କି ଅଜବ ସଂଯୋଗ ଦେଖୁନାହାନ୍ତି । ଦୁଇ ଭଉଣୀ ଲତା ମଙ୍ଗେସକର ଏବଂ ଆଶା ଭୋସଲେ । ବଲିଉଡ଼ ଜଗତର ସଙ୍ଗୀତ କ୍ୱିନ୍ । ସମାନ ବୟସରେ ଅର୍ଥାତ ୯୨ ବର୍ଷରେ ଲତା ମଙ୍ଗେସକରଙ୍କର ଦେହାନ୍ତ ହୋଇଥିଲା ଆଉ ଆଜି ସେହି ୯୨ ବର୍ଷ ବସରେ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ଆଶା ଭୋସଲେ ।
କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଦୁନିଆକୁ ଅଲବିଦା କହିଛନ୍ତି । ସବୁ ଦିନ ପାଇଁ ନୀରବି ଯାଇଛି ଭଏସ୍ ଅଫ୍ ବଲିଉଡ୍ । ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଶା। ୯୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଆଶା ଭୋସଲେ । ଦୀର୍ଘ ୭ ଦଶନ୍ଧିର କ୍ୟାରିୟର ମଧ୍ୟରେ ୧୪ରୁ ଅଧିକ ଭାରତୀୟ ଭାଷାରେ ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସଙ୍ଗୀତ କ୍ଷେତ୍ରକୁ ଅବଦାନ ଲାଗି ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ୧୯୯୭ ମସିହାରେ ଗ୍ରାମୀ ପୁରସ୍କାର ଲାଗି ନୋମିନେଟ୍ ହେବାରେ ସେ ପ୍ରଥମ ଭାରତୀୟ ଗାୟିକା । ୨୦୦୦ ମସିହାରେ ତାଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ଏହାଛଡ଼ା ‘ଉମରାଓ ଜାନ୍’ ଏବଂ ‘ଇଜାଜତ୍’ ଫିଲ୍ମ ଲାଗି ସେ ଦୁଇଥର ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଆଶାଙ୍କ ଜୀବନ କାହାଣୀ: ଦୁଇଥର ବିବାହ, କେତେ କୋଟିର ସମ୍ପତ୍ତି ଛାଡ଼ିଗଲେ ଆଶା ?
ଆଜି ସମୟ ପ୍ରାୟ ଅପରାହ୍ନ ୧ଟାରେ ଖବର ଆସିଲା କି ଆଶା ଭୋସଲେ ଆଉ ନାହାନ୍ତି । ୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମିତ ଆଶା ଭୋସଲେ ଭାରତୀୟ ସିନେମା ଜଗତର ଖ୍ୟାତନାମା ଗାୟିକାଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରସିଦ୍ଧ ଥିଏଟର କଳାକାରଶାସ୍ତ୍ରୀୟ ସଙ୍ଗୀତ ଗାୟକ ଦୀନାନାଥ ମଙ୍ଗେସକରଙ୍କ ଝିଅ ଏବଂ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ ।
.୯୨ର ସଂଯୋଗ:
ଆଶାଙ୍କ ଦେହାନ୍ତକୁ ନେଇ ଏକ ଗଭୀର ମର୍ମସ୍ପର୍ଶୀ ସଂଯୋଗ ଦେଖାଦେଇଛି। ତାଙ୍କ ବଡ଼ ଭଉଣୀ, ଲତା ମଙ୍ଗେସକରଙ୍କର ମଧ୍ୟ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଏହା ବ୍ୟତୀତ, ଯେଉଁ ହସ୍ପିଟାଲ ଶେଷ ନିଶ୍ୱାସ ନେଇଥିଲେ, ସେଠାରେ ଲତା ଦିଦି ୬ ଫେବୃଆରୀ ୨୦୨୨ରେ ଦୁନିଆକୁ ବିଦାୟ ଦେଇଥିଲେ। ଉଭୟ ଭଉଣୀ ସମାନ ବୟସରେ ଏବଂ ସମାନ ସ୍ଥାନରେ ମୃତ୍ୟୁବରଣ କରିଥିବାରୁ ସେମାନଙ୍କର ଗଭୀର ସମ୍ପର୍କ ଆହୁରି ମର୍ମସ୍ପର୍ଶୀ କରିଛି। ଲତା ଏବଂ ଆଶାଙ୍କ ମଧ୍ୟରେ ବୟସର ମାତ୍ର ଚାରି ବର୍ଷରୁ ଅଧିକ ସମୟର ବ୍ୟବଧାନ ଥିଲା। ଦୁଇ ଭଉଣୀ ଯାହାଙ୍କ ସ୍ୱରରେ ବଲିଉଡ ଝୁମେ । ଶ୍ରୋତାଙ୍କୁ ଅନେକ ସୁପରହିଟ୍ ସଙ୍ଗୀତ ଭେଟି ଦେଇଥିବା ଆଶା ଭୋସଲେ ଏବଂ ଲତା ମଙ୍ଗେସକର ସମାନ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ଦୁଇ ଉଭଣୀ ସମାନ ବୟସରେ ଦୁନିଆରୁ ବିଦାୟ ନେବାକୁ ଅଜବ ସଂଯୋଗ ବୋଲି କହୁଯାଉଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories