Videos
|
Entertainment

Zubeen Garg Update / ଜୁବିନଙ୍କ ମ୍ୟାନେଜର ଓ ସିଙ୍ଗାପୁର ଇଭେଣ୍ଟ ଆୟୋଜକଙ୍କୁ ଗିରଫ କଲା ଆସାମ ସିଆଇଡି

Ritu Das
Browse all articles by Ritu Das
·11 months ago·2 min read
ଜୁବିନଙ୍କ ମ୍ୟାନେଜର ଓ ସିଙ୍ଗାପୁର ଇଭେଣ୍ଟ ଆୟୋଜକଙ୍କୁ ଗିରଫ କଲା ଆସାମ ସିଆଇଡି

Key Points

ଲୋକପ୍ରିୟ ଆସାମ ତଥା ବଲିଉଡ୍‌ ଗାୟକ ଜୁବୀନ୍ ଗର୍ଗଙ୍କ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଛି । ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରିଛି ଆସାମ ପୋଲିସ ।

ଲୋକପ୍ରିୟ ଆସାମ ତଥା ବଲିଉଡ୍‌ ଗାୟକ ଜୁବୀନ୍ ଗର୍ଗଙ୍କ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଛି । ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରିଛି ଆସାମ ପୋଲିସ । ଦିଲ୍ଲୀରୁ ଦୁହିଁଙ୍କୁ ଗିରଫ କରିବା ପରେ ଗୌହାଟୀ ଅଣାଯାଇଛି । ଜୁବୀନ୍‌ଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜରଙ୍କ ନାମରେ ଏଫଆଇଆର ଦାୟର ହୋଇଥିଲା । ଯାହାର ତଦନ୍ତ ଭାର ସିଆଇଆଡିକୁ ହସ୍ତାନ୍ତର କରିଥିଲେ ଆସାମ ସରକାର । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ ଯାଇଥିବା ଜୁବିନ୍‌ଙ୍କର ମୃତ୍ୟୁ ହୋଇଥିଲା । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ମୁଖ୍ୟ ଆୟୋଜକ ଥିଲେ ଶ୍ୟାମକାନୁ ମହାନ୍ତ।

ଜୁବିନ୍ ଗର୍ଗଙ୍କ ମ୍ୟାନେଜର ଥିଲେ ସିଦ୍ଧାର୍ଥ ଶର୍ମା । ଜୁବୀନ୍‌ ହଂକଂ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ଯୋଗ ଦେବାକୁ ସିଙ୍ଗାପୁର ଯାଇଥିଲେ । ସେପ୍ଟେମ୍ବର ୧୯ ତାରିଖରେ ସେଠାରେ ସ୍କୁବା ଡାଇଭିଂ କରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଥିଲେ । ଜୁବିନ୍‌ଙ୍କ ମୃତ୍ୟୁ ପରେ ଫେଷ୍ଟିଭାଲ ଆୟୋଜକ ଶ୍ୟାମକାନୁ ମହନ୍ତ ଓ ମ୍ୟାନେଜର ସିନ୍ଧାନ୍ତ ଶର୍ମାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଫଳରେ ଆସାମ ସରକାର ତଦନ୍ତ ଦାୟିତ୍ୱ ସିଆଇଡିକୁ ହସ୍ତାନ୍ତର କରିଥିଲେ । ୫୨ ବର୍ଷୀୟ ଜୁବିନ୍‌ଙ୍କ ଅନ୍ତିମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଲାଇଫ୍ ଜ୍ୟାକେଟ ପିନ୍ଧି ପାଣିକୁ ଡେଉଁଥିବାର ଦେଖାଯାଇଛି। ଡାଇଭିଂ କରିବା ସମୟରେ ସେ ପ୍ରାଣ ହରାଇଥିଲେ। ଏହା ପରେ ତାଙ୍କୁ ପାଣିରୁ ବାହାର କରାଯାଇ ହସ୍ପିଟାଲ ନିଆଯାଇଥିଲା।

ପରଲୋକରେ ଲୋକପ୍ରିୟ ଗାୟକ ଜୁବିନ୍‌ ଗର୍ଗ; ସ୍କୁବା‌ ଡାଇଭିଂ ବେଳେ ଚାଲିଗଲା ଜୀବନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିଙ୍ଗାପୁରରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମାମଲାର ତଦାରଖ କରୁଛନ୍ତି । ଜୁବିନଙ୍କ ମୃତ୍ୟୁ ମାମଲାରେ ତାଙ୍କ ମ୍ୟାନେଜର ସିଦ୍ଧାର୍ଥ ଏବଂ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ଅର୍ଗାନାଇଜର ଶ୍ୟାମକାନୁ ମହନ୍ତଙ୍କ ବିରୋଧରେ ଇଣ୍ଟରପୋଲ ଲୁକଆଉଟ ନୋଟିସ ଜାରି କରାଯାଇଥିଲା। ଏହାସହିତ ଦୁଇଜଣଙ୍କୁ ଅକ୍ଟୋବର ୬ ତାରିଖ ମଧ୍ୟରେ ସିଆଇଡି ନିକଟରେ ହାଜର ହେବାକୁ କୁହାଯାଇଛି। କିନ୍ତୁ ଏହି ଦୁଇ ଜଣ ଏହି ଲୁକ୍‌ଆଉଟ ନୋଟିସକୁ ଇଗନୋର କରି ଫେରାର ହୋଇଯାଇଥିଲେ। ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ନିଜେ ଏହି ମାମଲାର ତଦାରଖ କରି ଦୁଇଜଣଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁବିନ୍‌ ଗର୍ଗ ଆସାମ, ନେପାଳୀ ସମେତ ଅନ୍ୟ ଆଞ୍ଚଳିକ ସିନେମାରେ ଗୀତ ଗାଇଛନ୍ତି । ବଲିଉଡରେ ବହୁ ହିଟ୍ ଗୀତ ଗାଇଛନ୍ତି । ଗ୍ୟାଙ୍ଗଷ୍ଟାର ଫିଲ୍ମର 'ୟା ଅଲି', ହ୍ରିତିକ ରୋଶନଙ୍କ ଅଭିନୀତ କ୍ରିସ ୩ର 'ଦିଲ ତୁହି ବତା', ଓ ପ୍ୟାର କା ସାଇଡ ଇଫେକ୍ଟ ସିନେମାର 'ଜାନେ କ୍ୟା ଚାହେ ମନ' ଭଳି ଗୀତ ଗାଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ୪୦ ଭାଷାରେ ୩୮ ହଜାର ଗୀତ ଗାଇଛନ୍ତି।

Assam CID Arrests Zubeen Garg’s Manager and Singapore Event Organizer | Argus News | Argus News