Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆସାମର ଲୋକପ୍ରିୟ ଗାୟିକା ଗାୟତ୍ରୀ ହଜାରିକାଙ୍କର ପରଲୋକ, କ୍ୟାନସରରେ ଥିଲେ ପୀଡ଼ିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆସାମର ଲୋକପ୍ରିୟ ଗାୟିକା ଗାୟତ୍ରୀ ହଜାରିକାଙ୍କର ପରଲୋକ, କ୍ୟାନସରରେ ଥିଲେ ପୀଡ଼ିତ

Key Points

ଗାୟିକା ଗାୟତ୍ରୀ ହଜାରିକାଙ୍କର ପରଲୋକ

୪୪ ବର୍ଷ ବୟସ ଦେହାନ୍ତ

କ୍ୟାନସର ରୋଗରେ ପୀଡ଼ିତ ଥିଲେ

ସିନେ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆସାମର ଖୁବ୍‌ ଲୋକପ୍ରିୟ ଗାୟିକା ଗାୟତ୍ରୀ ହଜାରିକାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ଅପରାହ୍ନରେ ଗୌହାଟୀର ନେମକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇତିବା ସୂଚନା ମିଳିଛି। ଗାୟତ୍ରୀ କୋଲନ କ୍ୟାନସର ରୋଗରେ ପୀଡ଼ିତଥିଲେ ଥିଲେ। ତାଙ୍କ ମୃତ୍ୟୁରେ ଭାରତୀୟ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଏକ ସୁମଧୁର, ସୁଲଳିତ, ପ୍ରତିଷ୍ଠିତ ସ୍ୱରକୁ ହରାଇଛି ଭାରତୀୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ।

ପ୍ଲେବ୍ୟାକ୍ ଗାଇବା ବ୍ୟତୀତ, ହଜାରିକା ଆସାମରେ ଲାଇଭ୍ ପ୍ରଦର୍ଶନ ପାଇଁ ଖୁବ୍ ପ୍ରସିଦ୍ଧ ଥିଲେ। ତାଙ୍କକ ଶୋ ପୂରା ଆସାମକୁ ଆକର୍ଷିତ କରିଥିଲା। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କେବଳ ଆସାମରେ ନୁହେଁ, ୱିଙ୍କ୍ ମ୍ୟୁଜିକ୍ ଏବଂ ଗାନା ଭଳି ସଂଗୀତ ଷ୍ଟ୍ରିମିଂ ପ୍ଲାଟଫର୍ମ ମାଧ୍ୟମରେ ଜାତୀୟ ସ୍ତରରେ ଖୁବ୍ ଅଧିକ ଥିଲେ। ଏହି ଗୀତଗୁଡ଼ିକରେ ତାଙ୍କର ଭାବପ୍ରବଣର ଗଭୀରତା ଏବଂ ହୃଦୟସ୍ପର୍ଶୀ କଣ୍ଠସ୍ୱରର କମାଲ ଜଣାପଡ଼ିଥିଲା।

ଆସାମର ସାଂସ୍କୃତିକ ଏବଂ ସଙ୍ଗୀତମୟ ଦୃଶ୍ୟପଟର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଗାୟତ୍ରୀ ହଜାରିକା। ତାଙ୍କର ଭାବଭରା କଣ୍ଠସ୍ୱର ଏବଂ ପାରମ୍ପରିକ ଆସାମୀ ସଙ୍ଗୀତକୁ ସମସାମୟିକ ଶବ୍ଦ ସହିତ ମିଶ୍ରଣ କରିବାର ଅନନ୍ୟ କ୍ଷମତା ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବରରେ ଆସାମ ସମେତ ଦେଶର ବିଭିନ୍ନ ଆଡ଼ୁ ଶୋକ ବାର୍ତ୍ତାର ସୁଅ ଛୁଟିଛି।

ଗାୟତ୍ରୀଙ୍କର 'ଜୋରା ପାତେ ପାତେ ଫଗୁନ୍‌ ନାମେ' ଗୀତଟି ଆସାମ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିଲା। ଏହି ଗୀତଟି ଶୀଘ୍ର ଆସାମୀ ସଙ୍ଗୀତର ଏକ ଆଞ୍ଚଳିକ ଗୀତ(ଆନ୍ଥେମ୍) ପାଲଟି ଯାଇଥିଲା। ଏହାପରେ ସେ ଆସାମ୍‌ରେ ଫେମସ ହୋଇଯାଇଥିଲେ। 'ରାତି ରାତି ମୋର ଜୁନ୍' ଏବଂ 'ଓହର ଡୋରେ ଉଭୋତି ଆଟୋରି ଗୋଲା' ଭଳି ଅନ୍ୟାନ୍ୟ ଲୋକପ୍ରିୟ ଗୀତରେ ତାଙ୍କର ବହୁମୁଖୀ ପ୍ରତିଭା ଝଲସି ଉଠିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
assamese-singer-gayatri-hazarika-passes-away-at-44-after-battling-cancer | Argus News