Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଥୀୟା ପିତା ସୁନୀଲଙ୍କୁ କହିଲେ ମୁଁ ବଲିଉଡରେ କାମ କରିବାକୁ ଚାହୁଁନି

Entertainment

ଆଥୀୟା ପିତା ସୁନୀଲଙ୍କୁ କହିଲେ ମୁଁ ବଲିଉଡରେ କାମ କରିବାକୁ ଚାହୁଁନି

Ritu Das
Browse all articles by Ritu Das
·11 months ago·2 min read
ଆଥୀୟା ପିତା ସୁନୀଲଙ୍କୁ କହିଲେ ମୁଁ ବଲିଉଡରେ କାମ କରିବାକୁ ଚାହୁଁନି

Key Points

ବଲିଉଡ ଅଭିନେତ୍ରୀ ଆଥୀୟା ସେଟ୍ଟୀ ବଲିଉଡକୁ ଅଲବିଦା କହିଛନ୍ତି

ବଲିଉଡ ଅଭିନେତ୍ରୀ ଆଥୀୟା ସେଟ୍ଟୀ ବଲିଉଡକୁ ଅଲବିଦା କହିଛନ୍ତି। ହଁ ଆପଣ ଠିକ ଶୁଣିଲେ। ଖବରକୁ କନଫର୍ମ କରିଛନ୍ତି ଆଥୀୟାଙ୍କ ପିତା ସୁନୀଲ ସେଟ୍ଟୀ। ନିକଟରେ ସୁନୀଲ କେଶରୀ ବୀର ଫିଲ୍ମର ପ୍ରମୋଶନ ସୁଟରେ ଥିଲେ। ସେହିଠାରେ ହିଁ ଫ୍ୟାନମାନଙ୍କୁ କହିଥିଲେ ଯେ, ମୋ ଝିଅ ଆଥୀୟା ଆଉ ଫିଲ୍ମ କରିବାକୁ ଚାହୁଁନି। ମୋତ ଆସି କହିଥିଲା ଯେ, ବାବା ମୁଁ ଆଉ ମୁଭି କରିବାକୁ ଚାହୁଁନି। ଆଉ ମୋ ଝିଅର ସାହାସକୁ ମୁଁ ସଲାମ କରୁଛି। ଯାହା ହେଉ ସେ ମୋତେ ମୁହଁ ଖୋଲି କହିଲା କି ମୁଁ ବଲିଉଡରେ କାମ କରିବାକୁ ଆଦୌ ପସନ୍ଦ କରେନି।


ମୋତିଚୁର ଚକନାଚୁର ମୁଭି ପରେ ମୋ ଝିଅକୁ ବହୁତ ସାରା ଫିଲ୍ମର ଅଫର ମିଳିଥିଲା। କିନ୍ତୁ ସିଧା ସବୁ ଅଫରକୁ ମନା କରିଦେଇଥିଲେ। ମୁଁ ଫିଲ୍ମ କରିବାକୁ କମଫର୍ଟେବଲ ଅନୁଭବ କରୁନି। କିଛି ଦିନ ପୂର୍ବରୁ ଆଥୀୟା ଏବଂ କେ.ଏଲ ରାହୁଲ ପିତାମାତା ହୋଇଛନ୍ତି। ଆଉ ଆଥୀୟା ଏବେ ସବୁ ସମୟ ମୋ ନାତୁଣୀକୁ ଦେବାକୁ ଚାହୁଁଛନ୍ତି। ଜୀବନର ସବୁଠାରୁ ବଡ଼ ରୋଲ ହେଉଛି ମା'ର ରୋଲ ତାହା ପୁଣି ବାସ୍ତବରେ ନୁହେଁ ସତରେ। ଆଉ ମୋର ମୋ ଝିଅ ଉପରେ ଦୃଢ଼ ବିଶ୍ବାସ ରହିଛି।
ଆପଣ ମାନେ ଜାଣିଛନ୍ତି ନା ସେ ଏବେ ସବୁଠୁ ବେଷ୍ଟ ଫିଲ୍ମରେ କାମ କରୁଛନ୍ତି। ଆଉ ତାହା ହେଉଛି ଜୀବନର ଚଳଚ୍ଚିତ୍ର। ଜଣେ ମା'ର କର୍ତ୍ତବ୍ୟ କରିବା ମୋ ମତରେ ଦୁନିଆର ସବୁଠୁ ବଡ଼ ଦାୟିତ୍ବ।
ପ୍ରକାଶ ଥାଉ କି, ୨୦୧୫ ମସିହାରେ ଆଥୀୟା `ହିରୋ' ମୁଭିରେ ସୁରଜ ପାଞ୍ଚୋଲିଙ୍କ ସହ ଡେବ୍ୟୁ କରିଥିଲେ। ଏହାପରେ ଲୋ ମୁବାରକାଁ, ନବାବଜାଦେ, ମୋତିଚୁର ଚକନାଚୁର ମୁଭିରେ ନଜର ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଥୀୟା ସେଟ୍ଟୀ ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁବ କମ ମୁଭିରେ କାମ କରୁଥିବାର ନଜର ଆସିଥିଲା। କିନ୍ତୁ ଏହାପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ଅଂଶ ହେବାକୁ ଚାହୁଁନାହାନ୍ତି କହି ବଲିଉଡକୁ ବାଏ ବାଏ କହିଛନ୍ତି। ଆଉ ଏବେ ଭାରତର ଷ୍ଟାର କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରି ଖୁସିରେ ଦାମ୍ପତ୍ୟ ଜୀବନ ପାଳନ କରୁଛନ୍ତି। ଆଉ ଏବେ ଝିଅ ସେମାନଙ୍କ ଜୀବନକୁ ଆସିବାପରେ ଦୁହିଁଙ୍କ ଖୁସିରେ ଚାରଚାନ୍ଦ ଲାଗିଯାଇଛି।

Sponsored
athiya-told-her-father-sunil-that-she-doesnt-want-to-work-in-bollywood | Argus News