Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଷ୍ଟେଜରେ ସୋନୁ ନିଗମଙ୍କ ଉପରେ ପଥର ମାଡ କଲେ ଦର୍ଶକ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଷ୍ଟେଜରେ ସୋନୁ ନିଗମଙ୍କ ଉପରେ ପଥର ମାଡ କଲେ ଦର୍ଶକ

କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ଖରାପ ବ୍ୟବହାର କରିଛନ୍ତି ଦର୍ଶକ । ଷ୍ଟେଜରେ ଗୀତ ଗାଉଥିବା ସମୟରେ ପଥର ଏବଂ ବୋତଲ ଫିଙ୍ଗିଥିଲେ ଦର୍ଶକ । ଦିଲ୍ଲୀ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଏଙ୍ଗିଫେଷ୍ଚ ୨୦୨୫ କାର୍ଯ୍ୟକ୍ରମ ଚାଲିଥିଲା । ଯେଉଁଥିରେ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ତେବେ ସୋନୁ ନିଗମ ଏହି କାର୍ଯ୍ୟକ୍ରମରେ ସେଲିବ୍ରିଟି ଅତିଥୀ ଭାବେ ଆସିଥିଲେ, ଏବଂ ଗୀତ ଗାଇଥିଲେ । ସେ ଗାଉଥିବା ସମୟରେ ଛାତ୍ରମାନେ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଯାହାକୁ ଦେଖି ସୋନୁ ନିଗମ ସେମାନଙ୍କୁ କହିଥିଲେ , "ମୁଁ ଏଠାକୁ ଆପଣମାନଙ୍କ ପାଇଁ ଆସିଛି । ଯାହାଦ୍ବାରା ମୁଁ ଆପଣମାନଙ୍କୁ ଖୁସି କରାଇପାରିବି । କିନ୍ତୁ ଦୟାକରି ଆପଣ ଏମିତି କରନ୍ତୁ ନାହିଁ । "


ତେବେ ଷ୍ଟେଜ ଉପରକୁ ଏପରି ପଥର ମାଡ କରିବା ଦ୍ବାରା ସୋନୁଙ୍କ କର୍ମଚାରୀମାନେ ଆହତ ହୋଇଥିଲେ । ତେବେ ଜଣେ ଏ ଛାତ୍ରୀ ଏ ଘଟଣା ସମ୍ପର୍କରେ ସୂଚନା ଦେଇ କହିଥିଲେ, " କିଛି ଅସଭ୍ୟ ଛାତ୍ରଙ୍କ ଦ୍ବାରା ଏପରି କାରନାମା ହୋଇଛି । ସେହିପରି ଆଉ ଜଣେ ଛାତ୍ର କହିଥିଲେ, ଏମିତି ଘଟଣା ପରେ ମଧ୍ୟ ସୋନୁ ନିଗମ ଧୈର୍ଯ୍ୟର ସହ ସମସ୍ତଙ୍କୁ ଶାନ୍ତି ରଖିବାକୁ କହିଥିଲେ, ଏବଂ କିଛି ସମୟ ପରେ ପୁଣି ନିଜର ଗୀତ କନର୍ସଟ ଆରମ୍ଭ କରିଥିଲେ । ଏମିତି ଘଟଣା ପରେ ସେ ଆଦୌ ରାଗି ନଥିଲେ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବରୁ ମଧ୍ୟ ଏକ ଶୋ'ରେ ସୋନୁ ନିଗମ ଉପରେ ଷ୍ଟେଜରେ ଏପରି କରିଥିଲେ କିଛି ଦର୍ଶକ । ଯେଉଁଥିରେ ଆହତ ହୋଇଥିଲେ ସୋନୁ ନିଗମ । କିନ୍ତୁ ସେ ନିଜର ସୋ' ବନ୍ଦ କରି ନଥିଲେ । ଅନେକ ଦର୍ଶକ ତାଙ୍କର ଏପରି ଧୈର୍ଯ୍ୟ ଏବଂ ସହନଶୀଳତା ଗୁଣକୁ ପ୍ରଶଂସା କରିଛନ୍ତି ।

Sponsored
Audience pelts stones at Sonu Nigam on stage | Argus News