ମୁହଁ ଖୋଲିଲେ ଅବନୀତ, ଇନଷ୍ଟାରେ ଭାଇରାଲ ହେଉଛି ପୋଷ୍ଟ

Key Points
ବିରାଟଙ୍କ ପରେ ମୁହଁ ଖୋଲିଲେ ଅବନୀତ
କହିଲେ ମୁଁ କେବଳ ମୋ କାମ ଉପରେ ଧ୍ୟାନ ଦିଏ
ଶେଷରେ ମୁହଁ ଖୋଲିଲେ ଅଭିନେତ୍ରୀ ଅବନୀତ କୌର। କହିଲେ- ନିଜ କାମରେ ଅଧିକ ଧ୍ୟାନ ଦିଏ। ହେଲେ ଏମିତି କାହିଁକି କହିଲେ ଅବନୀତ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ବିରାଟ କୋହଲିଙ୍କ ଲାଇକକୁ ନେଇ ହୋଇଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯାହାକି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ବିବାଦ ପ୍ରଥମେ ୩୦ ଏପ୍ରିଲରେ ଆରମ୍ଭ ହୋଇଥିଲା। ଯେତେବେଳେ ଅବନୀତ ସବୁଜ ରଙ୍ଗର କ୍ରପ୍ ଟପ୍ ଓ ପ୍ରିଣ୍ଟେଡ୍ ୱାର୍ପ ସ୍କର୍ଟରେ କିଛି ଫଟୋ ଅପଲୋଡ୍ କରିଥିଲେ। ଫ୍ୟାନ ମାନେ ଦେଖିଥିଲେ ଯେ ବିରାଟ କୋହଲି ପୋଷ୍ଟଟିକୁ ଅନଲାଇକ୍ କରିବା ପୂର୍ବରୁ ଲାଇକ୍ କରିଥିଲେ, ଯାହା ଫଳରେ ଅନଲାଇନରେ ମିମ୍ ଭାଇରାଲ ହୋଇଥିଲା।
ଏହା ପରେ ତୁରନ୍ତ ବିରାଟ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, "ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋର ଫିଡ୍ କ୍ଲିଅର କରୁଥିବା ସମୟରେ, ଭୁଲରେ ହୋଇଛି। ଏହା ପଛରେ କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ ଅନୁରୋଧ କରୁଛି କୌଣସି ଅନାବଶ୍ୟକ ଧାରଣା ନ କରାଯାଉ । ଏକ ସାକ୍ଷାତକାରରେ ଅବନୀତ କହିଛନ୍ତି ଯେ ସେ ଏହି କଥାଗୁଡ଼ିକୁ ନିଜ ଉପରେ ଭାରି ହେବାକୁ ଦିଅନ୍ତି ନାହିଁ। ସେ କହିଛନ୍ତି ମୁଁ କେବଳ କଠିନ ପରିଶ୍ରମ କରୁଛି। ସତ କହିବାକୁ ଗଲେ ମୋର ଧ୍ୟାନ କେବଳ କାମ ଉପରେ ରହିଛି। ମୁଁ ଅନ୍ୟ ଜିନିଷଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବାକୁ ଚେଷ୍ଟା କରୁଛି ଏବଂ ନିଶ୍ଚିତ ଭାବେ ମୁଁ ମୋର ସ୍ୱପ୍ନ ଓ ମୋ ପିତାମାତାଙ୍କୁ ଗର୍ବ କରାଇବା କଥା କେବେ ଭାବୁଛି।
📱 Get Argus News App
✨ସେ ଆଗକୁ କହିଛନ୍ତି ଏହା କିଛି ଏପରି ଜିନିଷ ଯାହା ମୋତେ ବିଚଳିତ କରେ ନାହିଁ, କାରଣ ଯଦି ମୁଁ ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେବି, ତେବେ ମୁଁ ଆଗକୁ ବଢ଼ି ପାରିବି ନାହିଁ ଏବଂ ମୁଁ ତାହା ଚାହୁଁନାହିଁ। ପୂର୍ବରୁ ଏହାକୁ ନେଇ ବିରାଟ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି । ହେଲେ ଅବନୀତ ଏବେ ସ୍ପଷ୍ଟ କରିଛନ୍ତି ଯେ ସେ ଏପରି କଥାରେ ପଡ଼ିବା ବଦଳରେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ପସନ୍ଦ କରନ୍ତି। କିଛି କିଛି ୟୁଜର୍ସ ଏହା ମଧ୍ୟ କହିଛନ୍ତି ଯେ, ଯଦି ଅବନୀତ ଏବେ ଏହି କଥା କହିଲେ, ତେବେ ଆଗରୁ କାହିଁକି ଚୁପ ଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: