Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅମିତାଭ ବଚ୍ଚନଙ୍କ ସହ କାମ କରିଥିବା ଆୟେଶା କପୁର ବିବାହ କଲେ

Ritu Das
Browse all articles by Ritu Das
·1 year ago·1 min read
ଅମିତାଭ ବଚ୍ଚନଙ୍କ ସହ କାମ କରିଥିବା ଆୟେଶା କପୁର ବିବାହ କଲେ

ବଲିଉଡରେ ଆଉ ଜଣେ ଅଭିନେତ୍ରୀଙ୍କ ବିବାହ ଖବର ଆସିଛି। ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ବ୍ଲାକ ମୁଭିରେ ଜଣେ ଛୋଟ ଝିଅ ରାଣୀ ମୁଖାର୍ଜୀଙ୍କ ଛୋଟବେଳର ରୋଲ ପ୍ଲେ କରିଥିଲେ। ତାଙ୍କ ନାଁ ହେଲା ଆୟେଶା କପୁର। କୁନି ଝିଅଟି ଦେଖିପାରୁ ନ ଥିଲେ। ତାଙ୍କର ଜବରଦସ୍ତ ଅଭିନୟ ଏବେବି ଲୋକଙ୍କୁ ମନେପଡ଼ିଯାଉଛି ଯେ, ଅଭିନୟ ସେତିକି ହୃଦୟସ୍ପର୍ଶୀ ଥିଲା। ୨୦୦୫ ମସିହାରେ ସଞ୍ଜୟଲୀଲା ଭନସାଲୀଙ୍କ Black ମୁଭି ସୁପରଡୁପର ହିଟ ହୋଇଥିଲା। ଆୟେଶା ଏହି ମୁଭିରୁ ବେଶ ପରିଚିତ ଥିଲେ। ଏହାପରେ ତାଙ୍କୁ ଆଉ କୌଣସି ମୁଭିରେ ଦେଖିବାକୁ ମିଳି ନ ଥିଲା। ଆୟେଶା ତାଙ୍କ ପୁରୁଷବନ୍ଧୁ ଆଡାମ ଓବରୟଙ୍କୁ ବିବାହ କରିଛନ୍ତି।


ଏହି କପଲ ନିଜ ପରିବାର ଏବଂ କ୍ଲୋଜ ଫ୍ରେଣ୍ଡସଙ୍କ ଉପସ୍ଥିତିରେ ଦିଲ୍ଲୀରେ ବିବାହ କରିଛନ୍ତି। ଆୟେଶା ପିଙ୍କ ଲେହେଙ୍ଗାରେ ଏକଦମ ସୁନ୍ଦର ଦିଶୁଥିଲେ। ଆୟେଶା ଏବଂ ଆଡାମଙ୍କ ଯୋଡ଼ି ଷ୍ଟନିଂ ଦିଶୁଥିଲା। ଆଡାମ ମଧ୍ୟ ଆୟେଶାଙ୍କୁ ମ୍ୟାଚ କରି କ୍ରିମ କଲରର ଏକ ସେରଓ୍ବାନି ପିନ୍ଧିଥିଲେ। ମୁଣ୍ଡରେ ଆୟେଶାଙ୍କ ଲେହେଙ୍ଗା ସହିତ ମ୍ୟାଚ କରି ପିଙ୍କ କଲର ପଗଡି ବାନ୍ଧିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ayesha-kapoor-who-worked-with-amitabh-bachchan-gets-married | Argus News