|
logo
Live

Argus News - ୭ ବର୍ଷ ପରେ ପୁଣିଥରେ ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀ ତାହିରା କାଶ୍ୟପଙ୍କୁ କ୍ୟାନସର

Entertainment

୭ ବର୍ଷ ପରେ ପୁଣିଥରେ ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀ ତାହିରା କାଶ୍ୟପଙ୍କୁ କ୍ୟାନସର

Ritu Das
Browse all articles by Ritu Das
·1 year ago·2 min read
୭ ବର୍ଷ ପରେ ପୁଣିଥରେ ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀ ତାହିରା କାଶ୍ୟପଙ୍କୁ କ୍ୟାନସର

ବଲିଉଡ୍ ତାରକାଙ୍କୁ ଯେମିତି କ୍ୟାନ୍ସରର ନଜର ଲାଗିଛି । ଗୋଟିଏ ପଟେ ଟେଲି ଜଗତର ବୋହୂ କୁହାଯାଉଥିବା ହିନା ଖାନ୍ ବ୍ରେଷ୍ଟ୍ କ୍ୟାନ୍ସର ସହ ଲଢୁଥିବା ବେଳେ ଏବେ ଆଉ ଜଣେ ସେଲିବ୍ରିଟି ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି । ଲେଖିକା,ନିର୍ଦ୍ଦେଶିକା ତଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କୁ ଦ୍ବିତୀୟଥର ପାଇଁ କ୍ୟାନ୍ସରର ଶିକାର ହୋଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଃଖଭରା ପୋଷ୍ଟ୍ କରି ଫ୍ୟାନ୍ସକୁ ଏନେଇ ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ତାହିରା ବ୍ରେଷ୍ଟ୍ କ୍ୟାନ୍ସର ସହ ଲଢ଼େଇ କରି ଜୀବନଯୁଦ୍ଧ ଜିତିଥିଲେ କିନ୍ତୁ ପୁଣିଥରେ କ୍ୟାନ୍ସର ରୂପକ ରାକ୍ଷସ ତାଙ୍କ ଶରୀରରେ ପ୍ରବେଶ କରିଛି । ବର୍ତ୍ତମାନ ତାହିରାଙ୍କ ଚିକିତ୍ସା ଚାଲିଛି । ସେ ପ୍ରତିବର୍ଷ କ୍ୟାନ୍ସର ଦିବସରେ ସଚେତନତା ବାର୍ତ୍ତା ଦେବା ସହ ରୋଗୀଙ୍କ ପାଖକୁ ଯାଇ ଯଥାସମ୍ଭବ ସାହାଯ୍ୟ ମଧ୍ୟ କରନ୍ତି । କିନ୍ତୁ ଚଳିତବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସରେ ତାଙ୍କୁ ପୁନର୍ବାର ଏହି ରୋଗ ସହ ସାମ୍ନା କରିବାକୁ ପଡ଼ିଛି । ସାତ ବର୍ଷ ପରେ ତାହିରାଙ୍କୁ ପୁଣିଥରେ ସ୍ତନ କର୍କଟ ଦେଖାଯାଇଛି । ତାହିରା ନିଜେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।


ତାହିରା ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ସାତ ବର୍ଷର କଷ୍ଟକୁ ମୁଁ ପୁଣି ଥରେ ସହିବାକୁ ଯାଉଛି। ନିୟମିତ ଯାଞ୍ଚ ପରେ ଆଜି ପୁଣିଥରେ କ୍ୟାନ୍ସର ହୋଇଥିବା ଜାଣିବାକୁ ପାଇଲି। ଏହି ରୋଗ ସହ ଲଢ଼େଇ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ମୁଁ କହିବାକୁ ଚାହେଁ ଯେ ଲଗାତାର ଚେକଅପ୍ ଏବଂ ଚିକିତ୍ସା କରାନ୍ତୁ । ମୁଁ ଏବେ ବି ମଜଭୁତ ଅଛି ଏବଂ ଦ୍ବିତୀୟଥର ପାଇଁ କ୍ୟାନ୍ସର ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି । ଏହାକୁ ଅବହେଳା ନକରି ମେମୋଗ୍ରାମ୍ ଟେଷ୍ଟ୍ ନିହାତି କରାନ୍ତୁ । ଦ୍ବିତୀୟ ରାଉଣ୍ଡରେ ମୁଁ ପୁଣିଥରେ ଜିତିବି ବୋଲି ଆଶା ।’ ଜୀବନରେ ଅସୁବିଧାର ସାମ୍ନା କରିବା ଶିଖ- ଏହି ନୋଟ୍ ସେୟାର କରିବା ସହିତ, ତାହିରା ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଏହି କ୍ୟାପସନରେ ଲେଖକ ଏକ ପ୍ରବାଦ ଲେଖିଛନ୍ତି, ‘ଯେତେବେଳେ ଜୀବନ ତୁମକୁ ଲେମ୍ବୁ ଦେବ, ଲେମ୍ବୁ ପାଣି ତିଆରି କରି ପିଅ। ଏହାର ଅର୍ଥ ହେଉଛି ଯେବେ ବି ଜୀବନରେ ଅସୁବିଧା ଆସେ, ତାକୁ ଧୈର୍ଯ୍ୟର ସହ ସାମ୍ନା କରନ୍ତୁ। ଆହୁରି, ତାହିରା ଲେମ୍ବୁ ଆଡ଼କୁ ଇଙ୍ଗିତ କରି ଲେଖିଛନ୍ତି ଯେ ଯେତେବେଳେ ଜୀବନ ତୁମ ପ୍ରତି ବହୁତ ଉଦାର ହୋଇଯାଏ ଏବଂ ସେଗୁଡ଼ିକୁ ପୁଣି ତୁମ ସାମ୍ନାରେ ଫୋପାଡ଼ି ଦିଏ, ତେବେ ଶାନ୍ତ ଭାବରେ ସେଗୁଡ଼ିକୁ ତୁମର ପ୍ରିୟ କଳା ଖଟ୍ଟା ପାନୀୟରେ ଚିପୁଡ଼ି ଭଲ ଏବଂ ସକାରାତ୍ମକ ଉଦ୍ଦେଶ୍ୟ ସହିତ ପିଅ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାରଣ ପ୍ରଥମତଃ ଏହା ଏକ ଭଲ ପାନୀୟ, ଏବଂ ଦ୍ୱିତୀୟତଃ ତୁମେ ଜାଣିଛ ଯେ ତୁମେ ଏହାକୁ ପୁଣିଥରେ ତୁମର ସର୍ବୋତ୍ତମ ଦେବ । ସ୍ପଷ୍ଟ ଭାବରେ ତାହିରା ଏହି ବକ୍ତବ୍ୟ ମାଧ୍ୟମରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି । ସେ କୁହନ୍ତି ଯେ ଜୀବନରେ ଯେକୌଣସି ସମସ୍ୟା ଆସେ, ତାକୁ ସାହସର ସହିତ ସାମ୍ନା କର । ତାହିରା ଆହୁରି କହିଛନ୍ତି ଯେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଏକ ସଂଯୋଗ। ଏହି ଅବସରରେ, ଆସନ୍ତୁ ଆମେ ଆମର କ୍ଷମତା ଅନୁସାରେ ନିଜକୁ ସୁସ୍ଥ ରଖିବା ପାଇଁ ଯାହା କରିପାରିବା ତାହା କରିବା।

Sponsored
୭ ବର୍ଷ ପରେ ପୁଣିଥରେ ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀ ତାହିରା କାଶ୍ୟପଙ୍କୁ କ୍ୟାନସର | Argus News