ରିଲିଜ୍ ହୋଇଛି ଫିଲ୍ମ 'ବାଗୀ-୪’ର ଟିଜର୍

Key Points
ଟାଇଗର୍ ଇଜ୍ ବ୍ୟାକ
ଦମ୍ଦାର ଆକ୍ସନ୍କୁ କଡ୍ଡା ଟକ୍କର ଦେବେ ସଞ୍ଜୁଙ୍କ ଭୟଙ୍କର ଭିଲେନ୍ ଲୁକ୍
ରିଲିଜ୍ ହୋଇଛି ବାଗୀ-୪’ର ଟିଜର୍
ଅନେକ ଦିନ ପରେ ଟାଇଗର ଶ୍ରଫଙ୍କ କମ୍ବ୍ୟାକ୍ । ରିଲିଜ୍ ହୋଇଛି ବାଗୀ-୪’ର ଟିଜର୍ । ଫିଲ୍ମ ଜରିଆରେ ବି-ଟାଉନ୍ରକୁ କମ୍ବ୍ୟାକ୍ କରିଛନ୍ତି ଟାଇଗର୍ । ଏଖବର ପରେ ତାଙ୍କ ଫ୍ୟାନ୍ସମାନେ ଖୁସି ବ୍ୟକ୍ତ କରିଛନ୍ତି। ଅନେକ ଦିନ ଧରି ଟାଇଗର କୌଣସି ଫିଲ୍ମରେ ନଜର ଆସିନଥିଲେ। ଅନେକ ଦିନ ପରେ ଟାଇଗରଙ୍କ ନୂଆ ଫିଲ୍ମର ଟିଜର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫିଲ୍ମଟି ମଧ୍ୟ ଟାଇଗରଙ୍କ ପାଇଁ ବହୁ ପ୍ରତୀକ୍ଷିତ । ୧ ମିନିଟ୍ ୪୯ ସେକେଣ୍ଡ୍ର ଏହି ଟିଜର୍ରେ ଟାଇଗର ଶ୍ରଫ୍ ଓ ସଞ୍ଜୟ ଦତ୍ତଙ୍କ ଭୟଙ୍କର ଲୁକ୍ ଦେଖିବାକୁ ମିଳିଛି ।
ମୁହାଁମୁହିଁ ହେବେ ଟାଇଗର ଏବଂ ସଞ୍ଜୟ ଦତ୍ତ। ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୫ରେ ମୁକ୍ତିଲାଭ କରିବ । ଟିଜର୍ ଆରମ୍ଭରେ ପ୍ରଚ୍ଛଦରେ ଟାଇଗରଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିଛି । ପରଦାରେ ଫିଲ୍ମର ଖଳନାୟକ ସଞ୍ଜୟ ଦତ୍ତ ଓ ନାୟକ ଟାଇଗରଙ୍କୁ ଦେଖିବାକୁ ମିଳିଛି । କୁହାଯାଉଛି କି, ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’କୁ ଏହା ନକଲ କରିଥିବା ଚର୍ଚ୍ଚା ହେଉଛି । ‘ବାଗୀ’ ଫ୍ରାଞ୍ଚାଇଜିର ୪ର୍ଥ ସଂସ୍କରଣ ‘ବାଗୀ-୪’ର ନିର୍ଦ୍ଦେଶନା ଦେଇଛନ୍ତି ଏ. ହର୍ଷ, ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସାଜିଦ ନାଡିୟାଡୱାଲା । ପୂର୍ବର ସମସ୍ତ ଫିଲ୍ମ ତୁଳନାରେ ଏହା ଅନେକ ଗୁଣ ଅଧିକ ଓ ଦମ୍ଦାର ଆକ୍ସନ୍ ସହିତ ପରଦାକୁ ଫେରିବ ।
ଟିଜର୍ରେ କେବଳ ଟାଇଗର ସଞ୍ଜୟଙ୍କ ମଧ୍ୟରେ ନୁହେଁ, ହରନାଜ ସନ୍ଧୁ ଓ ସୋନମ ବାଜୱାଙ୍କ ଦମ୍ଦାର ଆକ୍ସନ୍ ବି ଦେଖିବାକୁ ମିଳିଛି । ଟିଜର୍କୁ ମିଳିଛୁ ବହୁତ ପଜିଟିଭ୍ ରେସପଣ୍ଡ । ଦର୍ଶକ ବି ଟାଇଗର୍ଙ୍କ ଦମ୍ଦାର ଆକ୍ସନ୍ ଓ ସଞ୍ଜୁଙ୍କ ଭୟଙ୍କର ଭିଲେନ୍ ଲୁକ୍କୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି । ତେବେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି । ତେବେ ଏହି ଫିଲ୍ମଟି ଲୋକଙ୍କ ହୃଦୟକୁ କେତେ ଛୁଉଁଛି ତାକୁ ଅପେକ୍ଷା।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: