Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କାହିଁକି ଏମିତି କଲେ ଇରଫାନ ଖାନଙ୍କ ପୁଅ ବାବିଲ ଖାନ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହିଁକି ଏମିତି କଲେ ଇରଫାନ ଖାନଙ୍କ ପୁଅ ବାବିଲ ଖାନ ?

କାନ୍ଦି କାନ୍ଦି ବଲିଉଡକୁ ଟାର୍ଗେଟ କଲେ ଦିବଂଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନ । ହେଲେ ଏମିତି କାହିଁକି କଲେ ବୋଲି ପ୍ରଶଂସକଙ୍କ ମହଲରେ ପ୍ରଶ୍ନ ଉଠୁଛି। ବାବିଲ ଖାନ ଗତ କିଛି ବର୍ଷ ମଧ୍ୟରେ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି ଏବଂ ଧୀରେ ଧୀରେ ବଲିଉଡରେ ନିଜର ଛାପ ସୃଷ୍ଟି କରୁଛନ୍ତି । ଅଭିନୟ ବ୍ୟତୀତ, ୨୬ ବର୍ଷୀୟ ବାବିଲ ପ୍ରାୟତଃ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିତିଥାନ୍ତି । କିନ୍ତୁ ଏମିତି ହଠାତ କାହିଁକି କଲେ ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରି ଏବଂ ସେଲିବ୍ରିଟିମାନଙ୍କ ଉପରେ ବାବିଲଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବୟାନ ପରେ, ବାବିଲ ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି, ଯାହା ଯୋଗୁଁ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି।

ଭାଇରାଲ ଭିଡିଓରେ ବାବିଲକହିଥିଲେ, 'ମୁଁ କେବଳ ଆପଣଙ୍କୁ କହିବାକୁ ଚାହେଁ ଯେ ଶନାୟା କପୁର, ଅନନ୍ୟା ପାଣ୍ଡେ, ଅର୍ଜୁନ କପୁର, ସିଦ୍ଧନ୍ତ ଚାଟୁର୍ବେଦୀ, ରାଘବ ଜୁୟାଲ, ଆଦର୍ଶ ଗୌରବ ଏବଂ ଅରିଜିତ ସିଂଙ୍କ ଭଳି ଲୋକ ଅଛନ୍ତି । ଆହୁରି ଅନେକ ନାମ ଅଛି। ବଲିଉଡ ବହୁତ ଖରାପ । ବଲିଉଡ ବହୁତ ଅସଭ୍ୟ ।' ଅନ୍ୟ ଏକ ଭିଡିଓରେ, ବାବିଲ କାନ୍ଦି ବଲିଉଡକୁ ସମାଲୋଚନା କରି କହିଛନ୍ତି, 'ବଲିଉଡ୍ ହେଉଛି ସବୁଠାରୁ ନକଲି, ସବୁଠାରୁ ନକଲି ଶିଳ୍ପ ଯାହାର ମୁଁ କେବେ ଅଂଶ ହୋଇନାହିଁ । କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ବଲିଉଡ୍ ଭଲ ହେଉ ବୋଲି ଚାହାଁନ୍ତି। ମୋର ତୁମକୁ ଦେଖାଇବାକୁ ବହୁତ କିଛି ଅଛି।

ସ୍ୱର୍ଗତ ଇରଫାନ ଖାନଙ୍କ ପୁଅ ବାବିଲ ଖାନ ବର୍ତ୍ତମାନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଭିଡିଓ ସେୟାର କରିଥିଲେ। କିନ୍ତୁ କିଛି ସମୟ ପରେ ସେଗୁଡ଼ିକୁ ଡିଲିଟ୍ କରିଦେଇଥିଲେ । କ୍ଲିପରେ, ସେ ବିରକ୍ତ ଏବଂ କାନ୍ଦୁଥିବାର ନଜର ଆସିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକାକୀ ଅନୁଭବ କରିବା ବିଷୟରେ ସେ କହିଥିଲେ, 'ବଲିଉଡ ବହୁତ ଖରାପ, ବଲିଉଡ ବହୁତ ଅଭଦ୍ର । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୋଳତାଡ଼ କରି ବି-ଟାଉନ ଷ୍ଟାର କିଡ୍ସ ଅନନ୍ୟା ପାଣ୍ଡେ, ଶନାୟା କପୁର, ଅର୍ଜୁନ କପୁର, ସିଦ୍ଧାର୍ଥ ଚତୁର୍ବେଦୀ, ରାଘବ ଜୁୟାଲ ଏବଂ ଆଦର୍ଶ ଗୌରବଙ୍କ ସହ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ । ଯାହା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
babil-khan-deleted-his-instagram-account-after-posting-an-emotional-video-about-bullying-in-bollywood | Argus News