Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - Baghban ଫେମ ଅମନ ବର୍ମା ହେଲେ ପତ୍ନୀଙ୍କ ଠାରୁ ଅଲଗା

Entertainment

Baghban ଫେମ ଅମନ ବର୍ମା ହେଲେ ପତ୍ନୀଙ୍କ ଠାରୁ ଅଲଗା

Ritu Das
Browse all articles by Ritu Das
·1 year ago·1 min read
Baghban ଫେମ ଅମନ ବର୍ମା ହେଲେ ପତ୍ନୀଙ୍କ ଠାରୁ ଅଲଗା

ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ବାଗବାନ୍‌ ଭଳି ସିନେମାରେ ତଥା ଅନେକ ଟେଲିଭିଜନ ଶୋ’ରେ ନିଜର ଅଭିନୟ ଯାଦୁରେ ବାନ୍ଧି ରଖୁଥିବା ଲୋକପ୍ରିୟ ଅଭିନେତା ଅମନ ବର୍ମା। ବିବାହର ନଅ ବର୍ଷ ପରେ ପତ୍ନୀ ବନ୍ଦନା ଲାଲାଓ୍ବାନୀଙ୍କଠାରୁ ସେ ଅଲଗା ହେବେ। ଦୁହିଁଙ୍କ ସମ୍ପର୍କରେ ଏତେ ମତଭେଦ ଉପୁଜିଛି ଯେ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବମ୍ବେ ଟାଇମ୍ସର ରିପୋର୍ଟ ମୁତାବକ, ଅମନ ଏବଂ ବନ୍ଦନା ଶୀଘ୍ର ପରିବାର ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଏତେ ବଢ଼ି ଯାଇଥିଲା ଯେ ସେମାନେ ଏକାଠି ରହିବା କଷ୍ଟକର ହୋଇପଡ଼ିଛି।


ଏହାପୂର୍ବରୁ ଅମନ କହିଥିଲେ ଯେ ବିବାହ କରିବା ତାଙ୍କ ପାଇଁ ବହୁତ ବଡ଼ ପଦକ୍ଷେପ ଥିଲା। କାରଣ ସେ ଦୀର୍ଘଦିନ ଧରି ଏକୁଟିଆ ରହି ଆସୁଥିଲେ। ଉପଯୁକ୍ତ ସାଥୀ ମିଳିଲେ ବିବାହ କରିବେ ବୋଲି ସେ ନିଶ୍ଚିତ କରିଥିଲେ। ବାଛାଡ଼ପତ୍ର ନେଇ ଅମନ ପ୍ରଥମେ ନିଷ୍ପତ୍ତି ନେଇଥିଲେ। ସେ କୋର୍ଟରେ ଯାଚିକା ଦାୟର କରିଥିଲେ। ଖୁବ୍‌ଶୀଘ୍ର ଦୁହେଁ ଆଧିକାରିକ ଭାବେ ଏନେଇ ଘୋଷଣା କରିପାରନ୍ତି। ତେବେ ବନ୍ଦନାଙ୍କ ପୂର୍ବରୁ ଅମନ କରନ୍‌ ପଟେଲଙ୍କ ପତ୍ନୀ ଅଙ୍କିତା ଭାର୍ଗବଙ୍କୁ ଡେଟ୍‌ କରୁଥିଲେ। ଦୁହିଁଙ୍କ ବ୍ରେକ୍‌ଅପ୍‌ ହେବା ପରେ ଅମନ ଏକାକୀ ରହି ଆସୁଥିଲେ। ୨୦୧୬ରେ ସେ ବନ୍ଦନାଙ୍କୁ ବିବାହ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Baghban fame Aman Burma is separated from his wife | Argus News