Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

'ଶକ୍ତିମାନ' କିଏ ହେବ ଖୁଲାସା କଲେ ମେକର୍ସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
'ଶକ୍ତିମାନ' କିଏ ହେବ ଖୁଲାସା କଲେ ମେକର୍ସ

Key Points

ଅଲ୍ଲୁ ଅର୍ଜୁନ ନା ରଣବୀର ସିଂ,
କିଏ ହେବ ଶକ୍ତିମାନ ?
କାଷ୍ଟକୁ ନେଇ ଖୁଲାସା କଲେ ମେକର୍ସ

କିଏ ହେବ ଶକ୍ତିମାନ ? ଏକଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏଭଳି କିଛି ପ୍ରଶ୍ନ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଶକ୍ତିମାନ କହିଲେ ଆମେ ପିଲାବେଳେ ଦେଖିଥିବା ସିରିଏଲକୁ ବୁଝିଥାଏ। ଯାହା ଆମ ମନ ଭିତରେ ରହିଯାଇଛି। ମୁକେଶ ଖାନ୍ନାଙ୍କୁ ହିଁ ଆମେ ଶକ୍ତିମାନ ବୋଲି ଭାବିଥାଉ । ବର୍ତ୍ତମାନ ଶକ୍ତିମାନକୁ ଏକ ଖବର ଆସୁଛି କି ଏକ ଫିଲ୍ମ ହେବ ଶକ୍ତିମାନଙ୍କୁ ନେଇ, ଆଉ କିଏ ହେବ ଶକ୍ତିମାନ। ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ ଶକ୍ତିମାନ ଭୂମିକାରେ ଅଭିନୟ କରିବେ । ଏଥପାଇଁ ତାଙ୍କୁ ଆପ୍ରୋଚ୍‌ କରାଯାଇଛି । ଏହି ଖବର ଶୁଣିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। କିନ୍ତୁ ଏହି ଆଲୋଚନା ଜୋର ଧରିବା ମାତ୍ରେ, ଫିଲ୍ମ ସହିତ ଜଡିତ ସୋର୍ସ ଏହି କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

କିଛିଦିନ ପୂର୍ବେ ମୁକେଶ ଖନ୍ନା କହିଥିଲେ ଯେ, ଅଲ୍ଲୁ ଅର୍ଜୁନ ହିଁ ଶକ୍ତିମାନ ଚରିତ୍ରକୁ ପ୍ରମାଣିତ କରିବାର ଦକ୍ଷତା ରଖନ୍ତି । ଏହି ବୟାନ ପରେ ଅଲ୍ଲୁ ଅର୍ଜୁନଙ୍କୁ ଶକ୍ତିମାନ ଫିଲ୍ମ ସହିତ ଯୋଡ଼ା ଯାଉଛି । ଗତ ୨୦୨୨ରେ ଶକ୍ତିମାନ ଫିଲ୍ମ ଘୋଷଣା କରାଯାଇଥିଲା । ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ୍‌ କରାଯାଇଥିଲା । ଟିଭି ସିରିଜ୍‌ରେ ଶକ୍ତିମାନ ଚରିତ୍ରରେ ଲୋକଙ୍କ ହୃଦୟରେ ରାଜ୍‌ କରିଥିଲେ ମୁକେଶ ଖାନ୍ନା ।

ଏନେଇ ପ୍ରଡକ୍ସନ ହାଉସର ଏକ ସୂତ୍ର ସ୍ପଷ୍ଟ କରିଛି ଯେ - କେବଳ ରଣବୀର ସିଂହ ହିଁ ଶକ୍ତିମାନ ହେବେ। ଯେଉଁମାନେ ଅନ୍ୟ ନାଁକୁ ନେଇ ଆଲୋଚନା କରୁଛନ୍ତି ତାହା କେବଳ ଗୁଜବ। ବେସିଲ ଯୋସେଫ ମଧ୍ୟ ଏହି କଥାକୁ ନିଶ୍ଚିତ କରି କହିଛନ୍ତି ଯେ ଆମ ଫିଲ୍ମ କେବଳ ରଣବୀରଙ୍କୁ ନେଇ ପ୍ରସ୍ତୁତ ହେବ, ଅନ୍ୟ କାହା ସହିତ ନୁହେଁ। ଏହା ସହ ସେ ଆହୁରି କହିଛନ୍ତି, 'ଅଲ୍ଲୁ ଅର୍ଜୁନଙ୍କ ସହ ଏକ ସୁପରହିରୋ ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲିଛି, କିନ୍ତୁ ସେ ଶକ୍ତିମାନ ଫିଲ୍ମରେ ନଜର ଆସିବେ ନାହିଁ ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
basil-joseph-dismisses-rumours-of-allu-arjun-replacing-ranveer-singh-as-shaktimaan-in-film-reboot-whoever-is-spreading-these | Argus News