ନୂଆ ଲୁକରେ ଭାଇଜାନ, ଫ୍ୟାନ୍ସ କହିଲେ ଏଥର ଫିଲ୍ମ ହିଟ୍...

Key Points
ଭୟଙ୍କର ଲୁକରେ ଦବଙ୍ଗ ଷ୍ଟାର ସଲମାନ ଖାନ୍
ସାମ୍ନାକୁ ଆସିଲା ‘ଗଲୱାନ’ରେ ସଲମାନଙ୍କ ପ୍ରଥମ ଲୁକ
ଖୁବ୍ ପସନ୍ଦ କଲେ ପ୍ରଶଂସକ
ଭୟଙ୍କର ଲୁକରେ ଦବଙ୍ଗ ଷ୍ଟାର ସଲମାନ ଖାନ୍। ସଲମାନଙ୍କ ଏହି ଲୁକ ଦେଖି ଫ୍ୟାନ୍ସ କହୁଛନ୍ତି କି ଆଗକୁ କିଛି ବଡ଼ ସରପ୍ରାଇଜ ଦେବେ । ବଲିଉଡ୍ ଅଭିନେତା ସଲମାନ ଖାନ ଏହି ସମୟରେ ନିଜର ଫିଲ୍ମ ‘ଗଲୱାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଲଗାତାର ‘ଗଲୱାନ’କୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି। ପ୍ରଶଂସକ ମଧ୍ୟ ସଲମାନଙ୍କର ଏହି ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି। ସଲମାନ ଖାନ ଶୁକ୍ରବାର ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ‘ଗଲୱାନ’ ଫିଲ୍ମର ଏକ ମୋଶନ ପୋଷ୍ଟର ଜାରି କରିଛନ୍ତି। ଏହି ପୋଷ୍ଟରେ ସଲମାନ ଦମଦାର ଲୁକ୍ରେ ନଜର ଆସୁଛନ୍ତି।
ପୋଷ୍ଟରେ ସଲମାନ ଖୁବ୍ ଗୁରୁତର ଥିବା ଦେଖା ଯାଉଛନ୍ତି। ତାଙ୍କର ମୁହଁ ରକ୍ତରେ ଜୁଡୁବୁଡୁ। ଖାଲି ଏତିକି ନୁହେଁ, ସେ କଣ୍ଟା ତାରରେ ବନ୍ଧା ହୋଇଥିବା ନଜର ଆସୁଛି। ତାଙ୍କର ଆଖିରେ ଏକ ଭିନ୍ନ ପ୍ରକାରର ବିରକ୍ତି ଭାବ ଦେଖା ଯାଉଛି। ଫିଲ୍ମର ମୋଶନ ପୋଷ୍ଟର ଜାରି କରିବା ସହ ହିଁ ସଲମାନ କ୍ୟାପସନରେ ଲେଖିଛନ୍ତି, ‘ଗଲୱାନ ଭ୍ୟାଲି’। ସଲମାନ ଖାନଙ୍କ ଫିଲ୍ମ ‘ଗଲୱାନ’ର ମୋଶନ ପୋଷ୍ଟରରେ ତାଙ୍କର ଲୁକ୍କୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି, ଏହା ଉପରେ କମେଣ୍ଟ କରି ୟୁଜର୍ସ ଦବଙ୍ଗ ଖାନଙ୍କର ଖୁବ୍ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଏହା ଉପରେ କମେଣ୍ଟ କରି ଲେଖିଛନ୍ତି, ଭାଇ ବକ୍ସ ଅଫିସ ଭାଙ୍ଗି ଦେବେ , ଅନ୍ୟ ଜଣେ ଲେଖିଛନ୍ତି , ଭାଇଙ୍କର ଜବାବ ନାହିଁ। ଆଉ ଜଣେ ଲେଖିଛନ୍ତି ,ଏହି ଥର ବକ୍ସ ଅଫିସରରେ ଧମାକା ହେବ।
📱 Get Argus News App
✨କହି ରଖୁଛୁ କି , ସଲମାନ ଖାନଙ୍କ ଏହି ଫିଲ୍ମ ‘ଗଲୱାନ’ ସତ କାହାଣୀ ଉପରେ ଆଧାରିତ। ଗତ କିଛି ବର୍ଷ ହେବ ସଲାମନଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ ସେତେଟା ଭଲ ଚାଲୁନାହିଁ। ତେଣୁ ସଲମାନ ଏବଂ ତାଙ୍କ ଫ୍ୟାନ୍ସ ବି ଏହି ଫିଲ୍ମକୁ ନେଇ ଆଶାବାଦୀ ଅଛନ୍ତି।