Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଡରୁଛନ୍ତି ଭାରତୀ ସିଂ, ଯିବେ ନାହିଁ ମହାକୁମ୍ଭ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡରୁଛନ୍ତି ଭାରତୀ ସିଂ, ଯିବେ ନାହିଁ ମହାକୁମ୍ଭ...

କାହିଁକି ଡରୁଛନ୍ତି କମେଡି କୁଇନ୍‌ ଭାରତୀ ସିଂ। କଣ ହୋଇଛି ଭାରତୀଙ୍କର। ଭାରତୀ କହିଛନ୍ତି, ମହାକୁମ୍ଭକୁ ଯିବାକୁ ବହୁ ଇଚ୍ଛା ଥିଲେ ସୁଦ୍ଧା ସେ ଯିବେନାହିଁ। ମହାକୁମ୍ଭରେ ଯେଉଁ ଭଳି ଭାବେ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି, ଏପରି ସ୍ଥଳେ ସେଠାକୁ ନ ଯିବା ହିଁ ଠିକ୍‌ ହେବ। ମହାକୁମ୍ଭ ଗଲେ ବିଭିନ୍ନ ଅଘଟଣ ଘଟିବାର ସମ୍ଭାବନା ରହିଛି।

ଏତେ ଲୋକଙ୍କ ଭିଡ଼ ଭିତରେ ସେ ଚେତାଶୂନ୍ୟ ହୋଇଯାଇ ପାରନ୍ତି କିମ୍ବା ତାଙ୍କ ପୁଅ ଓ ସେ ଅଲଗା ହୋଇଯାଇ ପାରନ୍ତି। ପ୍ରତିଦିନ ମହାକୁମ୍ଭରୁ କିଛି ନା କିଛି ଦୁଃଖଦ ଖବର ଶୁଣିବାକୁ ମିଳୁଛି। ନିଜ ପୁଅଙ୍କୁ ଧରି ସେଠାକୁ ଯିବାକୁ ସେ ଭାବି ମଧ୍ୟ ପାରୁନାହାନ୍ତି ବୋଲି ଭାରତୀ କହିଛନ୍ତି।ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଚାଲିଥିବାବେଳେ ଅନେକ ବଲିଉଡ୍‌ ସେଲିବ୍ରିଟି ଏଥିରେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି।

ଅଭିନେତା ସୋନୁ ସୁଦ୍‌, ରାଜକୁମାର ରାଓ, ଅନୁପମ ଖେର, ମିଲିନ୍ଦ ସୋମନ ଏବଂ ଅଭିନେତ୍ରୀ ହେମା ମାଳିନୀ, ଇଶା ଗୁପ୍ତା ପ୍ରମୁଖ ବହୁ ତାରକା ବର୍ତ୍ତମାନ ସୁଦ୍ଧା ମହାକୁମ୍ଭରେ ପହଞ୍ଚି ପବିତ୍ର ସ୍ନାନ କରିସାରିଲେଣି। ତେବେ ରବିବାର ଏକ ସାକ୍ଷାତ୍‌କାରରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମହାକୁମ୍ଭକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଭାରତୀଙ୍କର ଏହି ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored