Videos
|
Entertainment

Vickat / ବିବାହର 4 ବର୍ଷ ପରେ ପିତା-ମାତା ହେବେ Vickat, ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛା

Smruti Parija
Browse all articles by Smruti Parija
·11 months ago·2 min read
ବିବାହର 4 ବର୍ଷ ପରେ ପିତା-ମାତା ହେବେ Vickat, ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛା

Key Points

ବିବାହର 4 ବର୍ଷ ପରେ ମାଆ ହେବେ କ୍ୟାଟ୍ରିନା

ବେବି ବମ୍ପ୍ ଧରି ସୋସିଆଲ ମିଡିଆରେ କଲେ ପୋଷ୍ଟ

ଫ୍ୟାନ୍ସ ଦେଲେ ଶୁଭେଚ୍ଛା

ବିବାହର 4 ବର୍ଷ ପରେ ମାଆ ହେବେ କ୍ୟାଟ୍ରିନା । ନିଜ ପ୍ରେଗନାନ୍ସି ନେଇ ଇନଷ୍ଟାଗ୍ରାମ୍ ରେ ଘୋଷଣା କରିଛନ୍ତି କ୍ୟାଟ୍ରିନା କ୍ୟାଫ୍ ଓ ଭିକି କୌଶଲ । ବେବି ବମ୍ପ୍ ଧରି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଖବର ପାଇବା ପରେ ଫ୍ୟାନ୍ସ ଖୁସି ହେବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫଟୋ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି, "ଖୁସି ଓ କୃତଜ୍ଞତା ସହ ଆମ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି"।


ତାଙ୍କର ଏହି ପୋଷ୍ଟରେ ଜାହ୍ନବୀ କପୁର, ଜୋୟା ଅଖତର, ଭୂମି ପେଡନେକର, ଆରି, ଆୟୁଷ୍ମାନ ଖୁରାନା, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନ୍ୟ ଅନେକ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କ୍ୟାଟ୍ରିନା ଏବଂ ଭିକିଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି ।




କିଛି ଦିନ ପୂର୍ବରୁ ସୁଟିଂ ସମୟରେ ବେବି ବମ୍ପ ସହ କ୍ୟାଟ୍ରିନାଙ୍କର ଏକ ଫଟୋ ଭାଇରାଲ୍ ହୋଇଥିଲା । ଯେଉଁଥିରେ ତାଙ୍କ ମୁହଁର ଗ୍ଲୋ ସ୍ପଷ୍ଟ ବାରି ହୋଇପଡୁଥିଲା । ପ୍ରେଗନାନ୍ସି ନେଇ କୌଣସି ଘୋଷଣା କରିନଥିଲେ ବି ତାଙ୍କୁ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।




ଡିସେମ୍ବର 2021ରେ ରାଜସ୍ଥାନରେ ଭବ୍ୟ ସମାରୋହରେ ବିବାହ କରିଥିଲେ ଭିକି ଓ କ୍ୟାଟ୍ରିନା । । ବଲିଉଡରୁ ସବୁଠୁ ଚର୍ଚ୍ଚିତ ଯୋଡି । ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଭିକି ଓ କ୍ୟାଟ୍ । ତାଙ୍କ ପିତା-ମାତା ହେବା ଖୁସିରେ ପୁରା ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି ।


ଗତ ତିନି ବର୍ଷ ଧରି, ରେଡ୍ କାର୍ପେଟରେ ଏବଂ ଇନଷ୍ଟାଗ୍ରାମରେ ଉଭୟଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କୁ କିମିଆ କରେ । ପ୍ରେମଗନାନ୍ସି ଖବର ଏବେ ସେମାନଙ୍କ ପ୍ରେମ କାହାଣୀର ଆଉ ଏକ ମାଇନଷ୍ଟୋନ୍ ।


ଭିକି 'ଛାଭା' ଭଳି ଫିଲ୍ମରେ ତାଙ୍କର ଦମଦାର୍ ଅଭିନୟ ପାଇଁ ପ୍ରଶଂସା ପାଇବା ଜାରି ରଖିଥିବା ବେଳେ, କ୍ୟାଟ୍ରିନା 'ଟାଇଗର 3' ଭଳି ହିଟ୍ ଫିଲ୍ନ ସହିତ ବଲିଉଡର ଜଣେ ଶ୍ରେଷ୍ଠ ଷ୍ଟାର୍ ଭାବେ ପରିଚୟ ସୃଷ୍ଟି କରିଛନ୍ତି । କ୍ୟାଟ୍ରିନା ଶେଷ ଥର ପାଇଁ ବିଜୟ ସେଥୁପତିଙ୍କ ସହ ଶ୍ରୀରାମ ରାଘବନଙ୍କ 'ମେରି ଖ୍ରୀଷ୍ଟମାସ'ରେ ନଜର ଆସିଥିଲେ। ଏହା ଜାନୁଆରୀ 2024 ରେ ମୁକ୍ତିଲାଭ କରିଥିଲା।