Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଝଗଡା, ଅଭିନାଶ କହିଲେ ଦିଦି...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଝଗଡା, ଅଭିନାଶ କହିଲେ ଦିଦି...

ସୋସିଆଲ ମିଡିଆରେ ଦୁଇ ସେଲିବ୍ରେଟିଙ୍କ ଝଗଡା। ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା। ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କୁ ଟାର୍ଗେଟ କଲେ ବିଗ୍ ବସ୍ ୧୮ ଫେମ୍ ଅଭିନାଶ ମିଶ୍ରା । ସମସ୍ତେ ଭାରତର ଅପରେସନ ସିନ୍ଦୂରକୁ ନେଇ ପ୍ରଶଂସା କରୁଛନ୍ତି। ହେଲେ ଏହି କାର୍ଯ୍ୟକୁ ନେଇ ପାକିସ୍ତାନୀ କଳାକାରମାନେ ନିନ୍ଦା କରୁଛନ୍ତି। ମାହିରା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ବିଷ ଓଗାଳିଛନ୍ତି। ସେ ଲେଖିଛନ୍ତି - ସେ ବହୁତ ଭାଗ୍ୟବାନ ଯେ ସେ ଏପରି ଏକ ଦେଶରେ ରୁହନ୍ତି… ଯେଉଁଠାରେ ତାଙ୍କୁ ତାଙ୍କ ମନର କଥା କହିବାରୁ ବାରଣ କରାଯାଏ ନାହିଁ।

ସେ ଆହୁରି କହିଛନ୍ତି ଯେ କୌଣସି ପ୍ରମାଣ ବିନା ପାକିସ୍ତାନକୁ ଦୋଷ ଦିଆଯାଏ। ଏହା ବ୍ୟତୀତ ସେ ଭାରତ ବିରୁଦ୍ଧରେ ବହୁତ କିଛି ଲେଖିଛନ୍ତି। ଯାହା ପରେ ଅଭିନାଶ ଟାର୍ଗେଟ୍‌ କରିଛନ୍ତି ।ମାହିରା ଖାନଙ୍କ ପୋଷ୍ଟକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଅଭିନାଶ ଲେଖିଛନ୍ତି, 'ଓ… ମାହିରା ଦିଦି, ଆମକୁ ପାକିସ୍ତାନୀମାନଙ୍କୁ ଦୋଷ ଦେବାର ଆବଶ୍ୟକତା ନାହିଁ, କାହିଁକି ନା ସାରା ବିଶ୍ୱ ପ୍ରମାଣ ଦେଖିସାରିଛି।'

ଏବେ ପରିସ୍ଥିତି ସୁଧୁରିବା ପରେ, କାମ ମାଗିବା ପାଇଁ ଆମ ଭାରତକୁ ଆସବେ ନାହିଁ। କିନ୍ତୁ ତୁମର ଦେଶର ପକ୍ଷ ନେବା ପାଇଁ ତୁମକୁ ତୁମର ସର୍ବସ୍ୱ ଦେବାକୁ ପଡିବ। ଅନ୍ୟପଟେ ଅଭିନାଶଙ୍କ ପୂର୍ବରୁ ରୂପାଲି ଗାଙ୍ଗୁଲି ମଧ୍ୟ ପାକିସ୍ତାନୀ କଳାକାରଙ୍କୁ ଭର୍ତ୍ସନା କରିଛନ୍ତି। ସେ ଫୱାଦ ଖାନଙ୍କ ଉପରେ ରାଗି ଯାଇଥିଲେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bharat-mein-kaam-maagne-mat-aajana-avinash-mishra-slams-pakistani-actress-mahira-khan-for-anti-india-post-after-operation-sindoor | Argus News