Bollywood Update / ଭାରତୀଙ୍କର କମିଲା ପ୍ରୋଟିନ ସ୍ତର, ହେଲେ ଅସୁସ୍ଥ
·10 months ago·2 min read

Key Points
ହଠାତ୍ ଅସୁସ୍ଥ ହେଲେ ଗର୍ଭବତୀ ଭାରତୀ ସିଂହ
କମିଗଲା ପ୍ରୋଟିନ୍ ସ୍ତର!
କଣ ଖାଇବାକୁ କହିଛନ୍ତି ଡାକ୍ତର ?
କମିଗଲା ପ୍ରୋଟିନ୍ ସ୍ତର!
କଣ ଖାଇବାକୁ କହିଛନ୍ତି ଡାକ୍ତର ?
ଅସୁସ୍ଥ ହୋଇପଡ଼ିଛନ୍ତି କମେଡିଆନ ଭାରତୀ ସିଂ। ସେ କିଛି ଦିନ ତଳେ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ସମ୍ପର୍କରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ହେଲେ ଏମିତି କଣ ହେଲା ଯେ, ହଠାତ୍ ଭାରତୀ ଅସୁସ୍ଥ ହୋଇପଡ଼ିଲେ। ଏଖବର ପରେ ତାଙ୍କ ଫ୍ୟାନ୍ସମାନେ ଚିନ୍ତାରେ। କମେଡିଆନ ଭାରତୀ ସିଂହଙ୍କ ଘରେ ପୁଣି ଥରେ ଖୁସିର ଲହରୀ ଖେଳିବାକୁ ଯାଉଛି। କାରଣ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଛନ୍ତି ସମସ୍ତଙ୍କୁ ହସାଇ ହସାଇ ନାକେଦମ୍ କରୁଥିବା ଭାରତୀ ସିଂହ। ଭାରତୀ ସିଂହ ତାଙ୍କର ଏକ ନୂଆ ଭ୍ଲଗରେ ପ୍ରକାଶ କରିଛନ୍ତି ଯେ ସେ ଏବେ ଠିକ୍ ନାହାଁନ୍ତି। ତାଙ୍କର ଶରୀରରେ ପ୍ରୋଟିନ୍ ପାଓ୍ୱାର କମ୍ ଅଛି। ଯାହାକି ଗର୍ଭଧାରଣ ସମୟରେ ପ୍ରୋଟିନ୍ ଗ୍ରହଣ କମ୍ ହେବା ଉଚିତ୍ ନୁହେଁ। ଏହି ଭ୍ଲଗରେ ଭାରତୀ କହିଛନ୍ତି, “ମୋର ସମୟ ନିକଟତର ହୋଇଗଲାଣି, ଯେ କୌଣସି ସମୟରେ ମୋ ଡେଲିଭରୀ ହୋଇପାରେ। ଯେକୌଣସି ସମୟରେ ସନ୍ତାନ ଆସିପାରେ। ତେଣୁ ଏବେ ମୋତେ ଗର୍ଭଧାରଣ ଫଟୋସୁଟ୍ କରିନେବା ଉଚିତ୍।
ପ୍ରୋଟିନ୍ ସ୍ତର କମ୍ ଅଛି:
ଭାରତୀ ଆହୁରି କହିଛନ୍ତି, “ମୋର ପ୍ରୋଟିନ୍ କମ୍ ଅଛି। ଡାକ୍ତର ମୋତେ ଅଣ୍ଡା ଖାଇବାକୁ କହିଛନ୍ତି। ପ୍ରୋଟିନ୍ କମ୍ ହେବା ଉଚିତ୍ ନୁହେଁ। ମୋର ସୁଗାର ସ୍ତର ମଧ୍ୟ ବଢିଛି।” “ଯେଉଁମାନଙ୍କର ଡାଇବେଟିସ୍ ନାହିଁ ସେମାନେ ମଧ୍ୟ ଗର୍ଭାବସ୍ଥାରେ ଡାଇବେଟିସ୍ ଥିବା ଭଳି ଲକ୍ଷଣ ଦେଖିପାରନ୍ତି। ଏଥିପାଇଁ ମୁଁ ଡାକ୍ତରଙ୍କ ପରାମର୍ଶ ଶୁଣିଛି।” “ମୁଁ ଏବେ ପ୍ରତିଦିନ ସକାଳେ ଅଣ୍ଡା ଖାଇବି।
ଗର୍ଭାବସ୍ଥାରେ କଣ ଖାଉଛନ୍ତି ଭାରତୀ:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ସପ୍ତାହ ଧରି ମୁଁ ମଇଦା ଏବଂ ଭାତ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଛି। ମୁଁ ଏବେ ରାଗି ରୋଟି, କଳା ଚା ଏବଂ କଖାରୁ ତରକାରୀ ଖାଉଛି।” “ଭାରତୀ କହିଲେ, “ଗୋଟିଏ ଦିନ ବାଜରା, ତା’ପର ଦିନ ରାଗି ଏବଂ ତା’ପର ଦିନ ମକା ଖାଇବା ଏକ ପ୍ରକୃତ ସ୍ୱାଦିଷ୍ଟ ଖାଦ୍ୟ। ଦୟାକରି ଏହାକୁ ଖାଇବାକୁ ମଧ୍ୟ ଚେଷ୍ଟା କରନ୍ତୁ।”
ଭାରତୀ ତାଙ୍କ ପୁରା ପରିବାର ସହିତ ସ୍ୱିଜରଲ୍ୟାଣ୍ଡ ଯାତ୍ରା କରିଥିଲେ। ଯେଉଁଠାରେ ସେ ତାଙ୍କର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ଏମିତିରେ ଦେଖିବାକୁ ଗଲେ ଭାରତୀ ସିଂ କମେଡିଆନ ହେଲେ ମଧ୍ୟ ସେ ଜଣେ YouTube ଭ୍ଲଗର ମଧ୍ୟ। ଯିଏକି YouTube ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ଜୀବନ ବିଷୟରେ ଅପଡେଟ୍ ଦିଅନ୍ତି।
ଏଥିସହ ପଢ଼ନ୍ତୁ: ୪୨ ବର୍ଷରେ ମା' ହେଲେ କାଟ୍ରିନା କୈଫ: ପୁତ୍ରସନ୍ତାନକୁ ଦେଲେ ଜନ୍ମ
ଭାରତୀ ତାଙ୍କର ଦ୍ୱିତୀୟ ସନ୍ତାନ ଗର୍ଭଧାରଣା ବିଷୟରେ ମଧ୍ୟ ୟୁଟ୍ୟୁବରେ ଘୋଷଣା କରିଥିଲେ। ତାଙ୍କ ପ୍ରଶଂସକମାନେ ଏହା ଜାଣିବାପରେ ଖୁସି ବ୍ୟକ୍ତ କରିଥିଲେ। ଏହା ଉଲ୍ଲେଖନୀୟ ଯେ ଭାରତୀ ସିଂହ ତାଙ୍କ ଗର୍ଭାବସ୍ଥାରେ ମଧ୍ୟ କାମ କରୁଛନ୍ତି। ସେ ସମ୍ପ୍ରତି “ଲାଫଟର୍ ସେଫ୍” ଶୋ’ର ସୁଟିଂ ଆରମ୍ଭ କରିଛନ୍ତି, ଯାହାକୁ ସେ ହୋଷ୍ଟ କରୁଛନ୍ତି। ଏହା “ଲାଫଟର୍ ସେଫ୍”ର ତୃତୀୟ ସିଜିନ୍।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories