Entertainment / ଭୋ ଭୋ ହୋଇ କାନ୍ଦିଲେ ଭାରତୀ କହିଲେ...

Key Points
ହରାଇଲେ ମୂଲ୍ୟବାନ୍ ଜିନିଷ
ସୋସିଆଲ ମିଡିଆରେ ଶେୟାର କଲେ ନିଜର ଭିଡିଓ
ସମସ୍ତଙ୍କୁ ସବୁବେଳେ ହସାଉଥିବା ଲାଫ୍ଟର କୁଇନ୍ ଭାରତୀଙ୍କ କାନ୍ଦ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭୋ ଭୋ ହୋଇ କାନ୍ଦୁଛନ୍ତି ଭାରତୀ । ସୁଟିଂ ସେଟ୍ରେ ନିଜର ମୂଲ୍ୟବାନ ଜିନିଷକୁ ହରାଇଛନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଛନ୍ତି ନିଜର କାନ୍ଦ ଭିଡିଓ । ସେ କହିଛନ୍ତି ସୁଟିଂ ସେଟ୍ରେ ସେ ନିଜର ଏମିତି ଏକ ଜିନିଷ ହଜାଇଛନ୍ତି, ଯେଉଁଥିରେ ସେ କାନ୍ଦିବାରୁ ନିଜକୁ ରୋକି ପାରୁ ନାହାନ୍ତି ।
ଭାରତୀ କୁକିଂ ରିଆଲିଟି ସୋ'ରେ ଶୁଟିଂରେ ବ୍ୟସ୍ତ ଥିଲେ । ଅଚାନକ ତାଙ୍କୁ ଜଣାପଡିଥିଲା , ସେ ପିନ୍ଧିଥିବା ମୁଦିରେ ଲାଗିଥିବା ହୀରା କେଉଁଆଡେ ହଜିଯାଇଛି । ହୀରା ହଜିବା ଜାଣିବା ପରେ ଭୋ ଭୋ କାନ୍ଦିବାକୁ ଲାଗିଥିଲେ । ଆଉ ଭିଡିଓ ଶେୟାର କରି କହିଥିଲେ, ସୁନା କିମ୍ବା ହୀରା ହଜିବା ଭଲ ସଙ୍କେତ ନୁହେଁ । ଭାରତୀଙ୍କ ଏହି ଭିଡିଓ ଶେୟାର ହେବାପରେ ସ୍ପଷ୍ଟ ଜଣାପଡୁଛି, ଭାରତୀ ନିଜର ହୀରା ହଜିବା ନେଇ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି।
ତେବେ ସେଟ୍ରେ ମଧ୍ୟ ସମସ୍ତେ ଭାରତୀଙ୍କ ମୁଦିର ହୀରା ଖୋଜିବାକୁ ଲାଗିଥିଲେ । ଅନେକ ଖୋଜିବା ପରେ ସେଟ୍ର ହେଡ ଷ୍ଟାଫ୍ ରାଜୁ ଦାଦା ମୁଦିର ହୀରା ଖୋଜି ପାଇଥିଲେ । ଆଉ ଏହାପରେ ଭାରତୀଙ୍କୁ ଆଶ୍ଵସ୍ତି ଅନୁଭବ ହୋଇଥିଲା । ତେବେ ଭାରତୀ ଏହାକୁ ନେଇ ତାଙ୍କ ଟିମ୍ର ପ୍ରତ୍ୟେକ ସଦସ୍ୟକୁ ଧନ୍ୟବାଦ ଜଣାଇଥିଲେ ।
ତେବେ ଯଦି ଭାରତୀଙ୍କ ବ୍ୟକ୍ତିଗତ ଜୀବନ କଥା କୁହାଯାଏ, ତେବେ ଭାରତୀ ଦ୍ଵିତୀୟ ଥର ପାଇଁ ମାଆ ହୋଇଛନ୍ତି । ଆଉ ଅନେକ ସମୟରେ ସେ ନିଜର ସାନପୁଅ କାଜୁକୁ ୯୦ ପ୍ରତିଶତ ଟାଇମ ଦେବାବେଳେ ନିଜ ବଡପୁଅକୁ ମାତ୍ର ୧୦ ପ୍ରତିଶତ ଟାଇମ ଦେଉଥିବାରୁ ଦୁଃଖ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି । ଏଥିସହ ନିଜର ସ୍ଵାମୀ ହର୍ଷଙ୍କ ସହଯୋଗ ଥିବାରୁ ସବୁକିଛି ଭଲରେ ସେ ମ୍ୟାନେଜ୍ କରିପାରୁଥିବା ମଧ୍ୟ ଶେୟାର କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମିଠା ଖୁଆଇ ଭାରତୀ ଖୋଲିଲେ ରହସ୍ୟ, କହିଲେ ତେଜସ୍ୱୀ ହେବେ ମା'...
📱 Get Argus News App
✨Related Topics
Explore more stories