Crime News / ଭୋଜପୁରୀ ସିଙ୍ଗର ଅଭିଷେକ କୁମାରଙ୍କ ଘର ଉପରେ ଗୁଳିମାଡ଼…କାର୍କୁ ଭାଙ୍ଗିଲେ ଦୁର୍ବୃତ୍ତ
·1 hour ago·2 min read

Key Points
ଭୋଜପୁରୀ ଗାୟକ ଅଭିଷେକ କୁମାରଙ୍କ ବାସଭବନ ବାହାରେ କିଛି ରାଉଣ୍ଡ ଗୁଳି ଚଳାଯାଇଛି
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ସହ ଜଡ଼ିତ ଗୁଳିକାଣ୍ଡ ଘଟଣାର କିଛି ଦିନ ପରେ, ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଭୋଜପୁରୀ ଗାୟକ ଅଭିଷେକ କୁମାରଙ୍କ ବାସଭବନ ବାହାରେ କିଛି ରାଉଣ୍ଡ ଗୁଳି ଚଳାଯାଇଛି। ଏହା ବ୍ୟତୀତ, ଗାୟକଙ୍କ କାର୍କୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ, ଗାୟକଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ଅଭିଷେକ କୁମାର ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଗାୟକ ଶିବକୁମାର 'ବିକ୍କୁ' ଏହି ଆକ୍ରମଣ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଘର ବାହାରେ ଲାଗିଥିବା ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରୁଛି। ଏହି ଘଟଣା ପଛର ମୁଖ୍ୟ ଉଦ୍ଦେଶ୍ୟ କ’ଣ ତାହା ଜାଣିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି।
ଭୋଜପୁରୀ ସିଙ୍ଗର ଅଭିଷେକ କୁମାର ଇନଷ୍ଟାରେ ଆସି ଗୁଳିମାଡ଼ ଘଟଣା ବିଷୟରେ କହିଥିଲେ। ପରେ ସିଙ୍ଗର ସିସିଟିଭି ଫୁଟେଜର ଏକ କ୍ଲିପ ଶେୟାର କରିଛନ୍ତି। ଅଭିଷେକ କୁମାର ନିଜ ପ୍ରଶଂସକମାନଙ୍କୁ ଏହି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଉଛନ୍ତି। ସେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଗାୟକ, ଶିବକୁମାର ବିକ୍କୁ ଏହି ଗୁଳିଚାଳନା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି।
ଏଥି ସହ ପଢନ୍ତୁ: ସୁଟର୍ସଙ୍କ ଟାର୍ଗେଟରେ ଇମରାନ୍ ହାସମୀ: ଅଭିନେତାଙ୍କ ଘରର କରିଥିଲେ ରେକି...
ଅଭିଷେକ କୁମାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଘଟଣା ପରବର୍ତ୍ତୀ ଦୃଶ୍ୟ ଦେଖିବାକୁ ମିଳୁଛି। ଭିଡିଓରୁ ଜଣାପଡ଼ୁଛି ଯେ ତାଙ୍କ ଘର ବାହାରେ ଛିଡ଼ା ହୋଇଥିବା ଏକ ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି। ଅକ୍ଟୋବର ୨୬ ତାରିଖ ଭୋର ୪:୩୦ ସମୟରେ, ଯେତେବେଳେ ଘରର ସମସ୍ତ ସଦସ୍ୟ ଶୋଇଥିଲେ, ସେତେବେଳେ ଏହି ଘଟଣା ଘଟିଥିଲା। ସିଙ୍ଗର ଜଣକ କହିଛନ୍ତି ଯେ ଆକ୍ରମଣକାରୀମାନେ ଘର ବାହାରେ ଛିଡ଼ା ହୋଇଥିବା ଏକ କଳା ରଙ୍ଗର ସ୍କର୍ପିଓ (Scorpio) ଗାଡ଼ି ଉପରକୁ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ। ଏହା ସହିତ ସେମାନେ ଗାଡ଼ି ଉପରକୁ ଇଟା ଓ ପଥର ମଧ୍ୟ ଫିଙ୍ଗିଥିଲେ। ଭାଗ୍ୟବଶତଃ, ଏହି ଆକ୍ରମଣରେ ଘରର କେହି ମଧ୍ୟ ଆହତ ହୋଇନାହାନ୍ତି।

- ଗାଡ଼ି ଭଙ୍ଗାରୁଜା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅଭିଷେକ କୁମାରଙ୍କ ଦାବି
ଅଭିଷେକ କୁମାର ଜଣେ ସ୍ଥାନୀୟ ଗାୟକ ଶିବକୁମାର ବିକ୍କୁଙ୍କ ବିରୋଧରେ ଏହି ଆକ୍ରମଣ କରାଇଥିବାର ଅଭିଯୋଗ ଆଣିଛନ୍ତି। ଅଭିଷେକ କହିଛନ୍ତି ଯେ ବିକ୍କୁଙ୍କ ସହ ତାଙ୍କର ପୂର୍ବରୁ ବିବାଦ ଚାଲିଆସୁଛି ଏବଂ ତାଙ୍କ ମତରେ, ସେହି କାରଣରୁ ହିଁ ବିକ୍କୁ ତାଙ୍କ ଘର ବାହାରେ ଏହି ଆକ୍ରମଣ କରାଇଛନ୍ତି। ଉକ୍ତ ଗାୟକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଅନ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ଧମକ ଦିଆଯାଇଥିଲା। ପୋଲିସ ବର୍ତ୍ତମାନ ଏହି ଦିଗକୁ ନେଇ ମଧ୍ୟ ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।