Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଆଲିଆଙ୍କୁ ପଛରେ ପକାଇଲେ ସଂସ୍କାରୀ ଐଶ୍ୱର୍ଯ୍ୟା ରାୟ 

Manini Pattanayak
Browse all articles by Manini Pattanayak
·1 year ago·2 min read
ଆଲିଆଙ୍କୁ ପଛରେ ପକାଇଲେ ସଂସ୍କାରୀ ଐଶ୍ୱର୍ଯ୍ୟା ରାୟ 

 ନୂଆଦିଲ୍ଲୀ:  ଏବେ  ବଚ୍ଚନ ବୋହୂ ଐଶ୍ୱର୍ଯ୍ୟାଙ୍କୁ ନେଇ ଭାରି ଚର୍ଚ୍ଚା।  ଯୁଆଡେ ଗଲେ  ଲାଇମ୍‌ଲାଇଟ୍‌ କୁ ପଳାଇଆସୁଛନ୍ତି ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ।  କେବେ ତାଙ୍କର ପୋଷାକ ନେଇ ତ ଆଉ କେବେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ। ହେଲେ  ଏବେ କିନ୍ତୁ ଐଶ୍‌ ପ୍ରୁଭ୍‌ କରିଛନ୍ତି  କି ସେ ଜଣେ ବିଶ୍ୱସୁନ୍ଦରୀ ହେବା ସହ  ଜଣେ ଅଭିନେତ୍ରୀ ଆଉ ଜଣେ ରକ୍ଷଣଶୀଳ ବୋହୂ ମଧ୍ୟ ।  ଆମେ ଏକଥା ଏଇଥିପାଇଁ କହୁଛୁ କାରଣ   ବଚ୍ଚନ ପରିବାର ବୋହୂ ହେଲା ଦିନଠୁ  ଐଶ୍ୱ  ସବୁବେଳେ ରକ୍ଷଣଶୀଳ ପୋଷାକ ପିନ୍ଧି  ପାର୍ଟି, ଫଙ୍କସନ୍ ଆଟେନ୍‌ କରିବାର ନଜର ଆସିଛନ୍ତି।  ଖାଲି ପାର୍ଟି ଫଙ୍କସନରେ ନୁହେଁ ଯେବେ ବି ମିଡିଆ ଆଗକୁ ଆସନ୍ତି ସେ ସବୁବେଳେ ଫୁଲ୍‌ ବଡି କଭର ହେଉଥିବା ପୋଷାକରେ ଥାନ୍ତି। ଐଶ୍‌ ଙ୍କର ଏପରି ଲୁକ୍‌  ଏବଂ ପୋଷାକ ଦେଖି ତାଙ୍କର ତାରିଫ୍   ନକରି ରହିପାରନ୍ତିନି  ଫ୍ୟାନ୍ସ ।  ନିକଟରେ  ପ୍ୟାରିସ୍‌ ଫ୍ୟାସନ ଓ୍ୱିକ୍‌ ରେ ନିଜର ଜଲଓ୍ୱା ଦେଖାଇଛନ୍ତି ଐଶ୍ୱର୍ଯ୍ୟା ।  

ଝିଅ ଆରାଧ୍ୟା ସହ ସେ ଏହି ଫ୍ୟାସନ ଶୋ ଆଟେନ୍‌ କରିବା ପାଇଁ  ପହଞ୍ଚିଥିଲେ।  ଐଶ୍ୱଙ୍କୁ  ଦେଖିବା ପାଇଁ  ଏବଂ ସେଲଫି  ନେବା ପାଇଁ  ଫ୍ୟାନ୍ସଙ୍କ ଭିଡ ଜମିଥିଲା। ଐଶ୍‌ ମଧ୍ୟ ଫ୍ୟାନଙ୍କ ଠାରୁ ଫୋନ୍‌ ଆଣି ନିଜେ ସେମାନଙ୍କ ସହ ସେଲଫି ନେଇଥିଲେ। । ଯାହାର ଭିଡିଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାରିଫ୍‌ ହିଁ ତାରିଫ୍‌ ସାଉଁଟୁଛନ୍ତି ଐଶ୍ୱର୍ଯ୍ୟା ।  କିଏ କହୁଛି ଐ୍‌ଶ୍‌ଙ୍କ ଠାରୁ ଅନ୍ୟ ବଲିଉଡ୍‌ ଅଭିନେତ୍ରୀ ଡ୍ରେସିଙ୍ଗ ସେନ୍ସ ସିଖିବା ଦରକାର।  ଆଉ କିଏ କହୁଛନ୍ତି  ମର୍ଯ୍ୟାଦାରେ ରହି ମଧ୍ୟ  ନାରୀ ସୁନ୍ଦର ଦେଖାଯାଇପାରେ ତାହା ଐଶ୍ୱର୍ଯ୍ୟାଙ୍କଠୁ ସିଖିବା ଦରକାର ।  ତେବେ ଏହି ଫ୍ୟାସନ ଶୋରେ ଆଲିଆ ଭଟ୍ଟ ମଧ୍ୟ ନଜର ଆସିଥିଲେ ।  କିନ୍ତୁ ଐଶ୍‌ ଙ୍କ ଆଗରେ ଫିକା ପଡିଥିଲେ ଆଲିଆ। 


ଐଶ ଖାଲି  ରକ୍ଷଣଶୀଳ  ପୋଷାକ ପାଇଁ  ପ୍ରଶଂସା ସାଉଁଟୁନାହାଁନ୍ତି  ତା ନୁହେଁ  ବରଂ  ତାଙ୍କ ସଂସ୍କାର ମଧ୍ୟ  ଅନ୍ୟ ହିରୋଇନମାନଙ୍କ ପାଇଁ ଉଦାହରଣ ପାଲଟିଛି।    ୨୭ ସେପ୍ଟେମ୍ବରରେ ଅବୁଧାବିରେ ହେଉଥିବା  ୨୪ ତମ  ଆଇଫା ଆଓ୍ୱର୍ଡ  ୨୦୨୪ରେ ସାମିଲ ହୋଇଛନ୍ତି ଐଶ୍‌।  Ponniyin Selvan 2  (ପୋନିନ୍‌ ସେଲଭନ୍‌ ୨) ଫିଲ୍ମ ପାଇଁ ବେଷ୍ଟ୍‌ ଏକ୍ଟ୍ରେସ ଆଓ୍ୱାର୍ଡ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା।    ଷ୍ଟେଜ୍‌ ରେ ଆଓ୍ୱାର୍ଡ ନେଲା ବେଳେ ଗୁରୁ ମଣି ରତ୍‌ନମ୍‌  ଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ବିଶ୍ୱ ସନ୍ଦରୀ ଐଶ୍ୱର୍ଯ୍ୟା ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଆଉ ଅଭିନେତ୍ରୀଙ୍କ ଖୁବ୍‌ ପ୍ରଂଶସା  କରି  ଫ୍ୟାନ୍ସ କହୁଛନ୍ତି ଓ୍ୱାଃ କ୍ୟା ସଂସ୍କାର ହୈ।   ଝିଅ ଆରାଧ୍ୟାକୁ ମଧ୍ୟ ଖୁବ୍‌ ସଂସ୍କାର ଦେଇଛନ୍ତି ଐଶ୍ୱର୍ଯ୍ୟା । କିଛି ଦିନ ପୂର୍ବରୁ  ମୁମ୍ବାଇରେ ୨୦୨୪  ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସନଲ  ମୁଭି ଆଓ୍ୱାର୍ଡସରେ ଆରାଧ୍ୟା ଶିବା ରାଜକୁମାରଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।  ଯାହା ସୋସିଆଲ ମିଡିଆରେ  ଖୁବ ଭାଇରାଲ ହୋଇଥିଲା। ସମସ୍ତେ ଗୋଟିଏ କଥା କହିଥିଲେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟକୁ ଭଲ ସଂସ୍କାର ଦେଇଛନ୍ତି।  ମା ଯେମିତି ସଂସକାରୀ ଝିଅ ମଧ୍ୟ ଠକ୍‌ ସେମିତି ସଂସ୍କାରୀ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ  ଦେଖନ୍ତୁ : 
 

Sponsored
Bhool Bhulaiyaa 3's teaser released; Alia Bhatt and Aishwarya Rai Bachchan walk the ramp for L'Oréal Paris Le Defile at Paris Fashion Week | Argus News