Videos
|
Entertainment

Bollywood Update / ନିଜ ବନ୍ଧୁ ପାଇଁ ସ୍ୱର ଉଠାଇଲେ ବିଗ୍‌ ବି, କହିଲେ...

Banajyotshna Ray
Browse all articles by Banajyotshna Ray
·10 months ago·2 min read
ନିଜ ବନ୍ଧୁ ପାଇଁ ସ୍ୱର ଉଠାଇଲେ ବିଗ୍‌ ବି, କହିଲେ...

Key Points

ରାଗିଗଲେ ବିଗ୍‌ ବି
କହିଲେ ନୈତିକତା ନାହିଁ
ସୋସିଆଲ ମିଡିଆରେ ଭାଇରାଲ

ରାଗିଗଲେ ବିଗ୍ ବି । କହିଲେ, କୌଣସି ନୈତିକତା ନାହିଁ। ହେଲେ ଏମିତି କାହାକୁ କହିଲେ ଏବହ କାହିଁକି କହିଲେ ବିଗ୍‌ ବି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅଭିନେତା ଅମିତାଭ ବଚ୍ଚନଙ୍କ ରାଗ ଦେଖି ତାଙ୍କ ଫ୍ୟାନ୍ସଙ୍କ ସହ ବଡ଼ ବଡ଼ ତାରକା ମାନେ ମଧ୍ୟ ଆଶ୍ଚର୍ଯ୍ୟ। କହିବାକୁ ଗଲେ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବାବଦରେ ବିଭିନ୍ନ ଖବର ପ୍ରକାଶ ପରେ ଟ୍ୱିଟ୍ କରିଛନ୍ତି ଅମିତାଭ ବଚ୍ଚନ । ସେ ସିଧାସଳଖ କାହାର ନାଁ ନେଇ ନଥିବା ବେଳେ କେବଳ କୌଣସି ନୈତିକତା ନଥିବା କହିଛନ୍ତି । ତେବେ ଏହା ଫେକ ନ୍ୟୁଜ୍ ବା ଗୁଜବ ଖବର ସମ୍ଭନ୍ଧୀୟ ପୋଷ୍ଟ୍ ବୋଲି ନେଟିଜେନ୍ସ ମତ ଦେଉଛନ୍ତି ।

ଗତ କିଛି ଦିନ ତଳେ ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ସେ ଡିସଚାର୍ଜ ହୋଇଛନ୍ତି । ଏବେ ଘରେ ତାଙ୍କର ଚିକିତ୍ସା ଚାଲିଛି । ସେ ଭର୍ତ୍ତି ହେଲା ପରେ ବିଭିନ୍ନ ଗଣମାଧ୍ୟମ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ତତ୍ପରତା ପ୍ରକାଶ କରିଥିଲେ । ଘର ଆଗରେ ଗହଳି କରିଥିଲେ । କେବଳ ଏତିକି ନୁହେଁ ସେ ପ୍ରାଣ ହରାଇଥିବା ନେଇ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଯାହା ପରେ ମିଥ୍ୟା ବୋଲି ଜଣାପଡିଥିଲା ।ଗୁରୁବାର ଧର୍ମେନ୍ରଙ୍କ ପୁତ୍ର ସନ୍ନି ଦେଓଲ ଘରେ ଆଗରେ ଗହଳି କରୁଥିବା କିଛି ଫଟୋଗ୍ରାଫର ଏବଂ ସାମ୍ବାଦିକଙ୍କୁ ତାଗିଦ କରିଥିଲେ । ସେହିପରି ପତ୍ନୀ ହେମା ମାଳିନୀ ଏବଂ ଝିଅ ଈଶା ଦେଓଲ ଅତ୍ୟଧିକ ମିଡିଆ ହସ୍ତକ୍ଷେପକୁ ସମାଲୋଚନା କରିଥିଲେ । ଏବେ ଅମିତାଭଙ୍କ ପୋଷ୍ଟ ପରେ ନେଟିଜେନ୍ସ ଗଣମାଧ୍ୟମକୁ ସେ ଟାର୍ଗେଟ୍ କରିଥିବା କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ICUରେ ଧର୍ମେନ୍ଦ୍ରଙ୍କ ଭିଡିଓ କରିବା, ଗିରଫ ହେଲେ ହସ୍ପିଟାଲ କର୍ମଚାରୀ

ଏହାସହ ତରବରିଆ ଖବର ପ୍ରକାଶନ ଉତ୍ତରଦାୟିତ୍ୱକୁ ପଛରେ ପକାଇଥିବା କିଛି ସୋସିଆଲ ମିଡିଆ ୟୁଜର ମତ ଦେଉଛନ୍ତି ।ନିଜ ସୋସିଆଲ ମିଡିଆ ପୋଷ୍ଟରେ ବିଗ୍ ବି ଲେଖିଛନ୍ତି ଯେ, କୌଣସି ନୈତିକତା ନାହିଁ । କୌଣସି ଉତ୍ତରଦାୟିତ୍ୱ କିଏ ନେଉନାହାଁନ୍ତି । ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ସମସ୍ତେ ଲାଗି ପଡିଛନ୍ତି । ପରିସ୍ଥିତିକୁ ନବୁଝି ନିଜ ସ୍ବାର୍ଥକୁ ଦେଖୁଛନ୍ତି । ତେବେ ସେ କଣ ପାଇଁ ଏହା ଲେଖିଛନ୍ତି ତାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲିଉଡର ହି-ମ୍ୟାନ୍ ତଥା ଅଭିନେତା ଧର୍ମେନ୍ଦ୍ର କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ଡିସଚାର୍ଜ ହୋଇଯାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ଅଛି। ଧର୍ମେନ୍ଦ୍ର ଆଡିମିଟ୍ ହେବାର ଖବର ଆସିବା ପରଠାରୁ ତାଙ୍କ ପ୍ରଶଂସକ ଏବଂ ନିକଟତମ ବନ୍ଧୁମାନେ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ହସ୍ପିଟାଲରେ ଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଦେଖା କରିବାକୁ ବଲିଉଡର ବହୁ କଳାକାର ଆସିଥିଲେ। ଏପରିକି ଡିସଚାର୍ଜ ହୋଇ ଆସିବା ପରେ ମଧ୍ୟ ଅନେକ ଫିଲ୍ମଷ୍ଟାର ତାଙ୍କୁ ଭେଟିବାକୁ ଘରକୁ ଆସିଛନ୍ତି। ଏସବୁ ଭିତରେ ଧର୍ମେନ୍ଦ୍ରଙ୍କୁ ତାଙ୍କ ପୁରୁଣା ବନ୍ଧୁ ବା ବଲିଉଡର ବିଗ୍ ବି ଅମିତାଭ ଦେଖା କରିବାକୁ ଯାଇଥିଲେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Related Topics

Explore more stories