Videos
|
Entertainment

ସମ୍ପର୍କ ଭାଙ୍ଗିବାରୁ ନେଲେ ବଡ଼ ନିଷ୍ପତ୍ତି: ସାରା ଜୀବନ ବିବାହ କରିବେନି

Ritu Das
Browse all articles by Ritu Das
·1 year ago·1 min read
ସମ୍ପର୍କ ଭାଙ୍ଗିବାରୁ ନେଲେ ବଡ଼ ନିଷ୍ପତ୍ତି: ସାରା ଜୀବନ ବିବାହ କରିବେନି

Key Points

ସମ୍ପର୍କ ଭାଙ୍ଗିବାରୁ ନେଲେ ବଡ଼ ନିଷ୍ପତ୍ତି

ସାରା ଜୀବନ ବିବାହ କରିବେନି କହିଲେ ନିତ୍ୟା

ନିଜ ପର୍ସନାଲ ରିଲେଶନସିପକୁ ନେଇ ମୁହଁ ଖୋଲିଛନ୍ତି


ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନିତ୍ୟା ମେନନ। କିଛି ଦିନ ହେଲା ସେ ତାଙ୍କର ଅପକମିଙ୍ଗ ମୁଭି ଥାଲାଇଭାନ ଥାଲାଇଭିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀ ନିଜ ପର୍ସନାଲ ଲାଇଫକୁ ସବୁବେଳେ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ଏବେ ସେ ବିବାହ ଏବଂ ନିଜ ପର୍ସନାଲ ରିଲେଶନସିପକୁ ନେଇ ମୁହଁ ଖୋଲିଛନ୍ତି। ନିତ୍ୟା ମେନନ ନିକଟରେ ଦି ରମ୍ୟା ଶୋ'ରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମୁଁ ଯେତେବେଳେ ୟଙ୍ଗ ଥିଲି ସେତେବେଳେ ମୋତେ ଲାଗୁଥିଲା କି, ଜୀବନରେ ନିହାତି ପାର୍ଟନର ରହିବା ଦରକାର। କିନ୍ତୁ ସମୟ ଯେତେବେଳେ ଧୀରେ ଧୀରେ ଅତିକ୍ରମ କଲା ଭଲ ପାଇବାକୁ ନେଇ ମୋର ଚିନ୍ତାଧାରା ବଦଳିଦେଲା।


ନିତ୍ୟା ଆଉ ମଧ୍ୟ କହିଛନ୍ତି ସମସ୍ତଙ୍କୁ ତାଙ୍କ ଭଲପାଇବା ମିଳି ନ ଥାଏ। କି ତୁମେ ଯାହାକୁ ଭଲ ପାଉଛ ସେ ତୁମ ଜୀବନସାଥୀ ହେବ ବୋଲି ତାର କୌଣସି ମାନେ ନାହିଁ। ଅଭିନେତ୍ରୀ ରତନ ଟାଟାଙ୍କର ଏକ ଉଦାହରଣ ଦେଇଛନ୍ତି। ରତନ ଟାଟା ବାହା ହୋଇ ନ ଥିଲେ। ଯଦି ହୋଇଥାନ୍ତେ ତ ବହୁତ ଭଲ ହୋଇଥାଆନ୍ତା। ଯେତେବେଳେ ମୋତେ ଲାଗୁଥିଲା ଇଏ ମୋ ଜୀବନସାଥୀ ହେବାପାଇଁ ପର୍ଫେକ୍ଟ ସେତେବଳେ ମୋ ପରିବାର ଲୋକଙ୍କୁ ଆଉ କିଛି ଜରୁରୀ ଲାଗୁଥିଲା। କିନ୍ତୁ ଏବେ ମୋତେ ଲାଗୁଛି ନିଜ ଲାଇଫକୁ ନିଜ ହିସାବରେ ବଞ୍ଚିବା ଦରକାର। ସମସ୍ତଙ୍କ ଭାଗ୍ୟରେ ସତ ଭଲପାଇବା ମିଳି ନ ଥାଏ। ନିତ୍ୟା କହିଛନ୍ତି ବହୁତ ଥର ହୃଦୟ ଭାଙ୍ଗିଛି। ସବୁ ସମ୍ପର୍କରେ କଷ୍ଟ ମିଳିଛି। ସେଥିପାଇଁ ସାରା ଜୀବନ ଅବିବାହିତା ରହିବାକୁ ମୁଁ ନିଷ୍ପତ୍ତି ନେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
big-decession-made-after-breakup-will-not-get-married-for-the-rest-of-my-life | Argus News