Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାହର ୩ ବର୍ଷ ପରେ ଅଲଗା ହେବେ, ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିବାହର ୩ ବର୍ଷ ପରେ ଅଲଗା ହେବେ, ଫ୍ୟାନ୍ସ କହିଲେ...

Key Points

ବିବାହର ୩ ବର୍ଷ ପରେ ଅଲଗା ହେବେ ଐଶ୍ଵର୍ଯ୍ୟା-ନୀଲ ?
ଚର୍ଚ୍ଚାରେ ଛାଡପତ୍ର ଖବର

ଚିନ୍ତାରେ ଫ୍ୟାନ୍ସ

ଅଲଗା ହେବେ ବିଗ୍‌ ବସ୍‌ ଫେମ୍‌ ଐଶ୍ୱର୍ଯ୍ୟା ଶର୍ମା ଏବଂ ନୀଲ୍ ଭଟ୍ଟ। ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯାହାକୁ ନେଇ ଫ୍ୟାନ୍ସ ବି ଚିନ୍ତାରେ। ଗୁମ୍ ହୈ କିସି କେ ପ୍ୟାର୍ ମେଁ’ ଫେମ୍ ଐଶ୍ୱର୍ଯ୍ୟା ଶର୍ମା, ଯିଏ ତାଙ୍କ ଅନ୍‌ସ୍କ୍ରିନ୍ ଦିଅର୍ ନୀଲ୍ ଭଟ୍ଟଙ୍କ ପ୍ରେମରେ ପଡ଼ିଯାଇଥିଲେ।ଯେତେବେଳେ ଏହି ଅଭିନେତ୍ରୀ ବାସ୍ତବ ଜୀବନରେ ନୀଲ୍ ଭଟ୍ଟଙ୍କୁ ବିବାହ କରିଥିଲେ। ଲୋକମାନେ ରାଗି ଯାଇଥିଲେ। ସେତେବେଳେ ଐଶ୍ୱର୍ଯ୍ୟା ଏବଂ ନୀଲଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା। ଐଶ୍ୱର୍ଯ୍ୟା ଶର୍ମାଙ୍କୁ ସଲମାନ ଖାନଙ୍କ ଶୋ' ବିଗ୍ ବସ୍‌ରେ ନୀଲ ଭଟ୍ଟଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଥିଲା।


ଏହି ଶୋ'ରେ ଉଭୟ ବହୁତ ଝଗଡ଼ା କରିଥିଲେ। ତାଙ୍କ ଫ୍ୟାନ୍ସ ଏହାକୁ ନେଇ ଖୁବ୍‌ ଚିନ୍ତାରେ ଥିଲେ କି ଉଭୟଙ୍କର ଛାଡପତ୍ର ନ ହେଉ । ହେଲେ ଏବେ କିଛି ଦିନ ଧରି ସେମାନଙ୍କ ଛାଡପତ୍ରର ଖବର ଆସୁଛି। ଏ ସମ୍ପର୍କରେ ଅଭିନେତ୍ରୀ କହିଛନ୍ତି ଯେ ସୁଟିଂ ଯୋଗୁଁ ଉଭୟଙ୍କୁ ଅଲଗା ରହିବାକୁ ପଡୁଛି। ଏହା କେତେ ଦୂର ସତ ତାହା ଆଗକୁ ଜଣାପଡିବ । ଐଶ୍ୱର୍ଯ୍ୟା ସେଟ୍‌ରେ ନୀଲ ଭଟ୍ଟଙ୍କୁ ଭେଟିଥିଲେ, ଦୁହେଁ ସେଟ୍‌ରେ ଏକାଠି ସମୟ ବିତାଉଥିଲେ। ଧୀରେ ଧୀରେ ସେମାନେ ବନ୍ଧୁ ହେଲେ କିନ୍ତୁ, ଦୁହେଁ ଜାଣି ନଥିଲେ ଯେ ସେମାନେ କେତେବେଳେ ପ୍ରେମରେ ପଡିଗଲେ। ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ବିଷୟରେ କେହି ଜାଣି ନ ଥିଲେ। ୨୦୨୧ ମସିହାରେ, ଅଭିନେତ୍ରୀ ନୀଲ ଭଟ୍ଟଙ୍କ ସହ ନିର୍ବନ୍ଧ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପରେ ବିବାହ କରିଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଶୋ’ର ସେଟ୍‌ରେ ଥାଇ ପ୍ରେମରେ ପଡ଼ିଛନ୍ତି ଏବଂ ପରେ ବିବାହ କରିଛନ୍ତି । ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି। କିନ୍ତୁ ଏହି ଲୋକପ୍ରିୟ ଟିଭି ଅଭିନେତ୍ରୀ ତାଙ୍କ ଅନ୍‌ସ୍କ୍ରିନ୍ ଦିଅରଙ୍କ ପ୍ରେମରେ ପଡ଼ିଥିଲେ ଆଉ ବିବାହ କରିଥିଲେ। ବର୍ତ୍ତମାନ କିନ୍ତୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ହେଉଛି।

Sponsored
bigg-boss-17-couple-aishwarya-sharma-neil-bhatt-headed-for-divorce-actress-breaks-silence-just-because-someone-is | Argus News