Videos
|
Entertainment

ବିଗ୍ ବସ୍ ୧୮: ବିଜେତା ହେଲେ କରଣ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଗ୍ ବସ୍ ୧୮: ବିଜେତା ହେଲେ କରଣ

ଅର୍ଗସ ବ୍ୟୁରୋ:  କଲର୍ସ ଟିଭିର ପପୁଲାର ଶୋ ବିଗ୍‌ବସ୍‌ । ଟ୍ରଫି ହାତେଇଛନ୍ତି କରଣଭୀର ମେହେରା।ଟ୍ରଫି ବ୍ୟତୀତ ତାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଏବଂ ବିଳାସପୂର୍ଣ୍ଣ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍ କାର ପ୍ରଦାନ କରାଯାଇଛି। ଭିଭିଆନ୍ ଡିସେନା ପ୍ରଥମ ରନର୍ ଅପ୍ ହୋଇଛନ୍ତି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ସଲମାନ ଖାନ ବିଗ୍ ବସ୍ ୧୮ ର ବିଜେତା ଘୋଷଣା କରୁଥିବା ଦେଖିବାକୁ ମିଳିଥିଲା ।


ବିଜେତା ଘୋଷଣା କରିବା ପୂର୍ବରୁ ସଲମାନ କରଣଭୀର ମେହେରା ଏବଂ ଭିଭିଆନ୍ ଡିସେନାଙ୍କ ହାତ ଧରିଥିଲେ। ଏହା ପରେ ସଲମାନ କରଣଭୀର ମେହେରାଙ୍କ ହାତ ଉଠାଇ ତାଙ୍କୁ ବିଜେତା ଘୋଷଣା କରିଥିଲେ। ଏହି ଘୋଷଣା କରିବା ପରେ କରଣଭୀରଙ୍କ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନଥିଲା । ରଜତ ଦଲାଲଙ୍କ ଏଲିମେନସନ ପରେ କରଣଭୀର ମେହେରା ଏବଂ ଭିଭିଆନ୍ ଡିସେନାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ପ୍ରଶଂସକମାନଙ୍କ ପାଇଁ ରଜତ ଦଲାଲଙ୍କ ଏଲିମେନେସନ ସବୁଠାରୁ ଚକିତ କରିଥିଲା। ଟପ ୩ରେ ଆସି ତାଙ୍କୁ ଫାଇନାଲ୍ ରେସ୍ ବାହାରେ ରହିବାକୁ ପଡିଲା । ତେବେ ଜନସାଧାରଣଙ୍କ ଭୋଟ୍ ଅଭାବରୁ ସେ ଟପ୍‌ ୩ରୁ ବାହାରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: