ବିଗ୍ ବସରେ ‘365 Days’ର ଅଭିନେତ୍ରୀ, ଫ୍ୟାନ୍ସ କହୁଛନ୍ତି...

Key Points
ଖୁବଶୀଘ୍ର ବିଗ୍ ବସ୍ ୧୯
ଏଥର ଶୋରେ ନଜର ଆସିବେ ବିଦେଶୀ ଅଭିନେତ୍ରୀ
ବିଗ୍ ବସକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏଥର ବିଗ୍ ବସରେ ନଜର ଆସିବେ ବିଦେଶୀ ଅଭିନେତ୍ରୀ। ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍’। ଖୁବ୍ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ନତାଲିଆ କେବଳ ପୋଲିଶ ଫିଲ୍ମରେ ନୁହେଁ, ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ହାଉସଫୁଲ ୫’ରେ ମଧ୍ୟ ଅଭିନୟ କରିଛନ୍ତି। ନତାଲିଆଙ୍କର ପୂର୍ଣ୍ଣ ନାମ ହେଉଛି ନତାଲିଆ ମାଗଡାଲେନା ଜାନୋସଜେକ। ସେ ଜଣେ ଅଭିନେତ୍ରୀ,ଟେଲିଭିଜନ ବ୍ୟକ୍ତିତ୍ୱ , ଗାୟିକା ଓ ଲେଖିକା ମଧ୍ୟ। ନତାଲିଆ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ ବଲିଉଡରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
IMDB ଅନୁସାରେ, ତାଙ୍କ ପୁସ୍ତକ Behind the Scenes of Bollywoodରେ ସେ ବଲିଉଡରେ ନିଜର ଅଭିଜ୍ଞତା ବିଷୟରେ ଲେଖିଛନ୍ତି। ନତାଲିଆ ତାଙ୍କର ଇରୋଟିକ ଥ୍ରିଲର ଫିଲ୍ମ ଫ୍ରାଞ୍ଚାଇଜ ‘୩୬୫ ଡେ୍ଜ’ ପାଇଁ ବେଶ ଜଣାଶୁଣା। ସେ ଜଣେ ଉତ୍କୃଷ୍ଟ ନୃତ୍ୟଶିଳ୍ପୀ ଏବଂ ଅନେକ ପୋଲିଶ ରିଆଲିଟି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ପ୍ରଶଂସକମାନେ ଏବେ ନତାଲିଆଙ୍କ ବିଗ ବସ ଯାତ୍ରାକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।
📱 Get Argus News App
✨ପ୍ରତି ବର୍ଷ ଏହି ଶୋ’ର ପ୍ରତିଯୋଗୀଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଏ। ସଲମାନ ଖାନ ଦ୍ୱାରା ପରିଚାଳିତ ଏହି ଶୋ’ରେ ଏଥର କିଏ କିଏ ସାମିଲ ହେବେ ତାର ତାଲିକା ସାମ୍ନାକୁ ଆସିଛି। ସେଥିରୁ ଜଣେ ହେଉଛନ୍ତି ପୋଲାଣ୍ଡର ଅଭିନେତ୍ରୀ ନତାଲିଆ ଜାନୋସଜେକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ନତାଲିଆଙ୍କର ଉଲ୍ଲେଖନୀୟ ଅଭିନୟ ମଧ୍ୟରୁ ଭାରତୀୟ ଥ୍ରିଲର ଡ୍ରାମା ଫିଲ୍ମ Chicken Curry Lawରେ ତାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଏହି କୋର୍ଟରୁମ ଡ୍ରାମା ଫିଲ୍ମରେ ସେ ମାୟା ଜୋନସନ ନାମକ ଏକ ଧର୍ଷଣ ଶିକାର ଚରିତ୍ରରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ, ନିକଟରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ମଲ୍ଟି-ଷ୍ଟାରର ଫିଲ୍ମ ‘ହାଉସଫୁଲ ୫’ରେ ମଧ୍ୟ ନତାଲିଆ ଏକ ଚରିତ୍ରରେ ଅଭିନୟ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: