ଦର୍ଶକଙ୍କୁ ଆଜିଠୁ ଏଣ୍ଟରଟେନ କରିବ ସଲମାନ ଖାନଙ୍କ ବିଗ୍ ବସ୍ 19 : JioHotstar ଓ Colors TVରେ ପ୍ରସାରିତ ହେବ

Key Points
ସଲମାନ୍ ଖାନଙ୍କ ବିଗ୍ ବସ୍ 19 ଆଜି ଅର୍ଥାତ ଅଗଷ୍ଟ ୨୫ ତାରିଖ ପ୍ରିମିୟର ହେବ। ସବୁଦିନ ଜିଓ ହଟଷ୍ଟାରରେ ରାତି ୯ଟାରେ ଓ କଲର୍ସ ଟିଭିରେ ୧୦ଟା ୩୦ରେ ପ୍ରସାରିତ ହେବ। ପ୍ରଥମ ଥର ଚ୍ୟାନେଲ ଡିଜିଟାଲ ଷ୍ଟ୍ରାଟେଜି ଅବଲମ୍ବନ କରିଛି।
ସଲମାନ୍ ଖାନଙ୍କ ବିଗ୍ ବସ୍ 19 ଆଜି ଅର୍ଥାତ ଅଗଷ୍ଟ ୨୫ ତାରିଖ ରାତି 9ଟାରେ ଗ୍ରାଣ୍ଡ ପ୍ରିମିୟର ହେବ। ହଟଷ୍ଟାରରେ ପ୍ରତିଦିନ ୯ଟାରେ ଓ କଲର୍ସ ଟିଭିରେ ୧୦ଟା ୩୦ରେ ପ୍ରସାରିତ ହେବ। ପ୍ରଥମ ଥର ଚ୍ୟାନେଲ ଡିଜିଟାଲ ଷ୍ଟ୍ରାଟେଜି ଅବଲମ୍ବନ କରିଛି। ଏହି ସଂସ୍କରଣର ଥେମ୍ ହେଉଛି 'ଘର ଲୋକଙ୍କ ସରକାର'। ପ୍ରାୟ ୬ମାସ ପର୍ଯ୍ୟନ୍ତ ଏହା ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟର ଖୋରାକ ଯୋଗାଇବ।
ବିଗବସ ଏମିତି ଏକ ଶୋ' ଯାହାର ଅନ୍ତର୍ଜାତୀୟ ଶୋ' ବିଗ ବ୍ରଦରରୁ ଆସିଛି। ଏହି ଶୋ'ର ଅପେକ୍ଷା ଦର୍ଶକ ମାନେ ଗୋଟିଏ ବର୍ଷ କରିଥାଆନ୍ତି। ପୁଣି ଘର ଭିତରେ କଳି, ଭଲ ପାଇବା ଦେଖିବାକୁ ଲୋକ ଅପେକ୍ଷା କରି ରହିଥିଲେ। ପୁଣି କଲର୍ସ ଚ୍ୟାନେଲରେ ଧମାଲ ମଚାଇବ ସଲମାନଙ୍କ ମୋଷ୍ଟ ପପୁଲାର ଶୋ' ବିଗବସ। ସେଲିବ୍ରିଟି ମଡେଲ ଏବଂ ଏଣ୍ଟରପ୍ରନେରଙ୍କୁ ଏହି ଶୋ'ରେ ପ୍ରତଯୋଗୀ ଭାବେ ସାମିଲ ହୋଇଛନ୍ତି।
ତେବେ ଚାଲନ୍ତୁ ଜାଣିବା କିଏ କିଏ ଭାଗ ନେଇଛନ୍ତି?
ଫରହାନ ଭଟ୍ଟ, ସିଙ୍ଗର ଅମାଲ ମଲିକ, ଜେଶନ କ୍ବାଦ୍ରି, ପ୍ରନୀତ ମୋର, ଅଭିନେତା ଗୌରବ ଖନ୍ନା, ଆଓ୍ବେଜ ଦରବାର, ନଗମା ମିରାଜକର, ଅଭିଷେକ ବଜାଜ, ମୃଦୁଲ ତିଓ୍ବାରି, ନିଲମ ଗିରି, କୁନିସ୍କା ସଦାନନ୍ଦ, ଆସନୁର କୌର, ନେହାଲ, ତାନିୟା ମିତ୍ତଲ ଏବଂ ବସିର ଅଲ୍ଲି।
ପ୍ରତିବର୍ଷ ବିଗବସ ହାଉସ କିଛି ନୂଆ କରିବାକୁ ପ୍ରତିଯୋଗୀଙ୍କୁ ସୁଯୋଗ ଦେଇଥାଏ। ଚଳିତବର୍ଷ ବିଗବସ ଘର କାଠରେ ଡିଜାଇନ ହୋଇଛି। ସବୁ ଘରେ କିଛି ଆଶ୍ଚର୍ଯ୍ୟଜନକ ଗିଫ୍ଟ ରହିଛି। ବିଗବସ ହାଉସ ଧମାଲ ମଚାଇବାକୁ ଆଜିଠୁ ପୁରା ପ୍ରସ୍ତୁତ। ତେବେ ଦେଖଶଯାଉ ଏଥର କେଉଁ ସେଲିବ୍ରିଟି ଦର୍ଶକଙ୍କ ହୃଦୟ ଜିତୁଛି। ଆଉ ଓ୍ବିନର କିଏ ହେଉଛି। ଏସବୁ ଜାଣିବାକୁ ହେଲେ ଆଉ ଆପଣଙ୍କ ଟାଇମ ପାସ କରିବା ମସାଲାଦାର ବିଗବସ-୧୯ ଦେଖିବାକୁ ଜମା ବି ଭୁଲନ୍ତୁନି।