Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କାହିଁକି ତାନ୍ୟାଙ୍କୁ କରାଯାଉଛି ଟ୍ରୋଲିଂ ? ବାପା-ମା କହିଲେ...

Banajyotshna Ray
Browse all articles by Banajyotshna Ray
·10 months ago·1 min read
କାହିଁକି ତାନ୍ୟାଙ୍କୁ କରାଯାଉଛି ଟ୍ରୋଲିଂ ? ବାପା-ମା କହିଲେ...

Key Points

ତାନ୍ୟାଙ୍କୁ ଟ୍ରୋଲିଂ
ଟ୍ରୋଲିଂରୁ ବାପା-ମାଆ ଚିନ୍ତିତ

ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ ତାନ୍ୟା ମିତ୍ତଲ। ବର୍ତ୍ତମାନ ସେ ବିଗ୍‌ବସ୍‌ର ଲାଇମ୍‌ଲାଇଟ୍‌ କ୍ଵିନ୍‌ । ଆଗରୁ ତାଙ୍କର ଯେତିକି ଫ୍ୟାନ ଫଲୋର୍ସ ଥିଲେ ବର୍ତ୍ତମାନ ଏଥିରେ ଆଉ କିଛି ସାମିଲ ହୋଇଯାଇଛନ୍ତି। ଏହାରି ଭିତରେ ଆଉ ଏକ ଖବର ତାନ୍ୟାଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ତାନ୍ୟାଙ୍କୁ ନେଇ ତାଙ୍କ ବାପା ଚିନ୍ତାରେ ଅଛନ୍ତି। କାରଣ ତାଙ୍କ ପରିବାର ସଦସ୍ୟ ବିଗ୍ ବସ୍ ୧୯ରେ ତାଙ୍କ ଯାତ୍ରା ବିଷୟରେ ବିବୃତ୍ତି ଜାରି କରିଛନ୍ତି। ତାନ୍ୟା ଶୋ’ରେ ଅଂଶଗ୍ରହଣ କରିବା ପରଠାରୁ, ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କର ଆଶ୍ଚର୍ଯ୍ୟଜନକ ଖବର ଆଲୋଚନାର ବିଷୟ ପାଲଟିଛି। ଅନେକ ଲୋକ ତାଙ୍କର ମଜାକ ଉଡାଇଥିଲେ।


ଏସବୁ ମଧ୍ୟରେ, ତାନ୍ୟାଙ୍କ ବାପାମାଆ ଏକ ବିବୃତ୍ତି ଜାରି କରି ସେମାନଙ୍କ ଝିଅ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ କଥାକୁ ସମାପ୍ତ କରି ପରିବାର ଲେଖିଛନ୍ତି, "ଆମେ କେବେ ଭାବି ନଥିଲୁ ଯେ ଆମ ଝିଅ, ଯାହାକୁ ଆମେ ପ୍ରେମରେ ପାଳିଛୁ, ତାକୁ ଏତେ ବଡ ମଞ୍ଚରେ ନେଗେଟିଭିଟିର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରତ୍ୟେକ କଠୋର ଶବ୍ଦ ଆମକୁ ମଧ୍ୟ କଷ୍ଟ ଦିଏ, ଯାହା ତୁମେ କେବେ ବୁଝିପାରିବ ନାହିଁ। ଯାହା କହୁଛ ଦୟା କରି ଭାବିକି କୁହନ୍ତୁ । ତାନ୍ୟା ମିତ୍ତଲଙ୍କ ଇନଷ୍ଟାଗ୍ରାମରେ ଅପଲୋଡ୍ କରାଯାଇଛି। ବିବୃତ୍ତିରେ କୁହାଯାଇଛି ଯେ ସେମାନେ ବିଗ୍ ବସ୍ରେ ତାଙ୍କ ଝିଅକୁ ଦେଖି ବହୁତ ଗର୍ବିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ତାନ୍ୟାଙ୍କୁ ଟାର୍ଗେଟ କରାଯିବା ଦ୍ୱାରା ସେମାନେ ଦୁଃଖିତ ଅଛନ୍ତି। ତାନ୍ୟାଙ୍କ ବାପାମାଆ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ବିଗ୍ ବସ୍ ଯାତ୍ରା ଶେଷ ନହେବା ପର୍ଯ୍ୟନ୍ତ କୌଣସି ମତାମତ ଦିଅନ୍ତୁ ନାହିଁ। ସେ ଏହାର ଯୋଗ୍ୟ। ଦୟାକରି... ଆମେ ହାତ ଯୋଡି ଅନୁରୋଧ କରୁଛୁ ଯେ ଆମକୁ, ତାଙ୍କ ପରିବାରକୁ ଏଥିରୁ ଦୂରେଇ ରଖନ୍ତୁ। ଏହା ଆମ ପାଇଁ ବହୁତ କଷ୍ଟକର ସମୟ।

Sponsored
Why Tanya is Being Trolled? Parents React | Argus News | Argus News