Videos
|
Entertainment

Gaurav Khanna / ବିଗ୍‌ ବସ୍‌ ୧୯: ଟ୍ରଫି ହାତେଇବା ସହ କେତେ ଟଙ୍କା ପାଇଲେ ଗୌରବ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ବିଗ୍‌ ବସ୍‌ ୧୯: ଟ୍ରଫି ହାତେଇବା ସହ କେତେ ଟଙ୍କା ପାଇଲେ ଗୌରବ
Gaurav Khanna

Key Points

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖନ୍ନା
ଟ୍ରଫି ସହ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି
ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା। ଗୌରବଙ୍କୁ ବିଜେତା ଭାବେ ବିଗ ବସ ଟ୍ରଫି ସହ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି । ବଲିଉଡର ସୁପରଷ୍ଟାର ସଲମାନ ଖାନ ବିଜେତା ଭାବେ ଗୌରବଙ୍କ ନାମ ଘୋଷଣା କରିଥିଲେ। ତେବେ ସୋ' ରେ ଅନେକ ନାମୀଦାମୀ ଚେହେରାଙ୍କୁ ପଛରେ ପକାଇ ଗୌରବ ଏହି ଟ୍ରଫି ଜିତିଛନ୍ତି ।

ଏହା ପୂର୍ବରୁ କୁକିଙ୍ଗ୍ ରିୟାଲିଟି ଶୋ' 'ସେଲିବ୍ରିଟି ମାଷ୍ଟରସେଫ୍‌ର ପ୍ରଥମ ସଂସ୍କରଣକୁ ତାର ବିଜେତା ହୋଇଥିଲେ ଗୌରବ ଖାନ୍ନା। ତାଙ୍କର ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି। ବିଗ୍‌ ବସ୍‌ ଟ୍ରଫି ଜିତିବା ସମୟରେ କୌରବଙ୍କ ପରିବାର ଉପସ୍ଥିତ ଥିଲେ। ଫାଷ୍ଟ ରନର୍ସ ଅପ୍‌ ହୋଇଥିଲେ ଫରହାନା ଭଟ୍ଟ । ଅନେକ ଭାବିଥିଲେ କି ଫରାନା ବିଗ୍‌ ବସ୍‌ ହାଉସରେ ଖୁବ ଭଲ ଖେଳିଥିଲେ, ତେଣୁ ସେ ନିଶ୍ଚୟ ଟ୍ରଫି ହାତେଇବେ। ହେଲେ ଫରହାନାଙ୍କୁ ପଛରେ ପକାଇ ଟ୍ରଫି ନେଇଗଲେ ଗୌରବ ଖାନ୍ନା।

ଶ୍ରେଷ୍ଠ ଦୁଇ ସ୍ଥାନରେ ପହଞ୍ଚିବା ପରେ ସେ ସ୍ୱୀକାର କରିଥିଲେ ଯେ ସେ ନର୍ଭସ ଥିଲେ, କିନ୍ତୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଭୋଟ ଦେଇଥିଲେ । ଉଲ୍ଲେଖନୀୟ ତାଙ୍କ ସହ-ଅଭିନେତ୍ରୀ ଅନୁପମା (ରୂପାଲି ଗାଙ୍ଗୁଲି) ଗୌରବଙ୍କୁ ମୁକୁଟ ପିନ୍ଧାଇବା ପୂର୍ବରୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଆଉ ତାଙ୍କର ଭବିଷ୍ୟବାଣୀ ସଠିକ୍ ହୋଇଥିଲା। ଶ୍ରେଷ୍ଠ ପାଞ୍ଚ ଜଣଙ୍କ ମଧ୍ୟରୁ ଗୌରବ ଖାନ୍ନା ଟିଭି ଜଗତର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିବାବେଳେ ପ୍ରଣୀତ ମୋରେ ଜଣେ ଷ୍ଟାଣ୍ଡ-ଅପ୍ କମେଡିଆନ୍। ଅମାଲ୍ ମଲିକ୍ ସଂଗୀତ ଜଗତର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ, ଏବଂ ତାନ୍ୟା ମିତ୍ତଲ ଜଣେ ସାମାଜିକ ଗଣମାଧ୍ୟମ ପ୍ରଭାବଶାଳୀ। ଫରହାନା ଭଟ୍ଟ ଜଣେ ଶାନ୍ତି କର୍ମୀ।

ଏଥିସହ ପଢ଼ନ୍ତୁ: ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ ସହର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଗ୍ ବସ୍ ୧୯ର ବିଜେତା ହେବା ପରେ ଗୌରବ ଖାନ୍ନାଙ୍କୁ ସଲମାନ ଖାନ ଏକ ଟ୍ରଫି ପ୍ରଦାନ କରିଥିଲେ। ଶୋ'ର ନିର୍ମାତାମାନେ ତାଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଥିଲେ। ଫରହାନା ଭଟ୍ଟ ମଧ୍ୟ ବିଗ୍ ବସ୍ ସିଜିନ୍ ୧୯ର ଶ୍ରେଷ୍ଠ ଦୁଇରେ ସ୍ଥାନ ପାଇଥିଲେ। ତଥାପି, ସେ ମୁକୁଟ ଜିତିପାରି ନଥିଲେ ଏବଂ ଫାଇନାଲରେ ରନର୍ସ-ଅପ୍ ହୋଇଥିଲେ। ସମଗ୍ର ସିଜିନରେ ତାଙ୍କର ଉପସ୍ଥିତି ଶୋକୁ ରୋମାଞ୍ଚକର କରିଥିଲା । ଏହି କାରଣରୁ ପ୍ରଶଂସକମାନେ ତାଙ୍କୁ ଗୌରବ ଖାନ୍ନାଙ୍କ ସହିତ ଭୋଟ ଦେଇଥିଲେ। ଗୌରବ ଖାନ୍ନା ବିଗ୍ ବସ୍ ୧୯ର ବିଜେତା ହୋଇଛନ୍ତି । କିନ୍ତୁ ତାଙ୍କୁ କଡା ଟକ୍କର ଦେଇଥିବା ଚାରି ପ୍ରତିଯୋଗୀ ହେଲେ ପ୍ରଣୀତ ମୋରେ, ଅମାଲ୍ ମଲିକ୍, ତାନ୍ୟା ମିତ୍ତଲ ଏବଂ ଫରହାନା ଭଟ୍ଟ। ଏହି ଚାରି ଜଣ ପ୍ରତିଯୋଗୀ ଶ୍ରେଷ୍ଠ ପାଞ୍ଚ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

ଫାଇନାଲ ପୂର୍ବରୁ ବିଗ୍ ବସ୍ ୧୯ର ହୋଷ୍ଟ ଏବଂ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ୱିକେଣ୍ଡ୍ କା ୱାରରେ ଗୌରବ ଖାନ୍ନାଙ୍କ ପ୍ରଚୁର ପ୍ରଶଂସା କରିଥିଲେ। ସଲମାନ ଖାନ କହିଛନ୍ତି, "ତାଙ୍କ ସ୍ତ୍ରୀ ତାଙ୍କୁ ସମ୍ମାନ କରନ୍ତି। ତାଙ୍କ ବାପା ମା’ ତାଙ୍କୁ ନେଇ ଗର୍ବିତ । ତାଙ୍କ ବନ୍ଧୁମାନେ ବି ତାଙ୍କ କାମତକୁ ବହୁତ ସମ୍ମାନ କରନ୍ତି। କୋ ଆର୍ଟିଷ୍ଟ ତାଙ୍କ ସହ କାମ କରିବାକୁ ଭଲ ପାଆନ୍ତି। ପ୍ରକୃତରେ, "ମୁଁ ବି ତାଙ୍କ ସହିତ କାମ କରିବାକୁ ଭଲ ପାଇବି। ଆଉ ମୁଁ ବି ଖୁବଶୀଘ୍ର ଗୌରବଙ୍କ ସହ କାମ କରିବି।" ଏହା ଶୁଣି ଗୌରବ ଖାନ୍ନା ଟିକେ ଭାବପ୍ରବଣ ହୋଇଗଲେ ଏବଂ ସଲମାନ ଖାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 


Related Topics

Explore more stories