Videos
|
Entertainment

Bigg Boss Show / ସଲମାନ ନୁହଁନ୍ତି, ଏମାନେ ଚଲାଉଛନ୍ତି ବିଗ୍‌ ବସ୍‌...

Banajyotshna Ray
Browse all articles by Banajyotshna Ray
·10 months ago·3 min read
ସଲମାନ ନୁହଁନ୍ତି, ଏମାନେ ଚଲାଉଛନ୍ତି ବିଗ୍‌ ବସ୍‌...

Key Points

ବିଗ୍ ବସ୍ ୧୯ରେ ବଡ଼ ଟ୍ଵିଷ୍ଟ !
୨୪ ଘଣ୍ଟାର ଫୁଟେଜ୍‌ରୁ ୪୫ ମିନିଟ୍‌ର ଏପିସୋଡ୍‌
ସମ୍ପୂର୍ଣ୍ଣ ଶୋ’ PCR ରୁମରୁ ହୁଏ ନିୟନ୍ତ୍ରିତ

ସଲମାନ ଖାନଙ୍କ ରିଆଲିଟି ଶୋ "ବିଗ୍ ବସ୍ ୧୯"ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ହଜାର ହଜାର ଲୋକ ଏହି ଶୋ'କୁ କଣ୍ଟୋଲ କରିଥାନ୍ତି। ପରଦା ପଛରେ ଥିବା ଲୋକମାନଙ୍କର ଏହି ଶୋଟି ପାଇଁ ଅନେକ ଅବଦାନ ରହିଛି। ବିଗ୍ ବସ୍ ଘର ବିଷୟରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯେ ପ୍ରତିଯୋଗୀମାନେ ଯେଉଁ ଦର୍ପଣରେ ନିଜକୁ ଦେଖୁଛନ୍ତି ସେଥିରେ ମେକର୍ସ ତାଙ୍କୁ ଦେଖିପାରିବେ । କିନ୍ତୁ ପ୍ରତିଯୋଗୀମାନେ ତାଙ୍କୁ ଦେଖିପାରିବେ ନାହିଁ। ଏହାକୁ "କ୍ୟାମେରା ଗଲି" କୁହାଯାଏ। ସେହି ଦର୍ପଣରେ ସେମାନଙ୍କର ପ୍ରତିଫଳନ ଏଡାଇବା ପାଇଁ କ୍ରୁ ମେମ୍ଵର କେବଳ କଳା ପୋଷାକ ପିନ୍ଧନ୍ତି । ନିର୍ମାତା ଏହି ଦର୍ପଣ ପଛରୁ ପ୍ରତିଯୋଗୀମାନଙ୍କୁ ସହଜରେ ଦେଖିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିପାରିବେ।

ଏହା ସେହି ସ୍ଥାନ ଯେଉଁଠାରେ ଟିମ୍‌ ପ୍ରତିଯୋଗୀମାନଙ୍କୁ ୨୪ ଘଣ୍ଟା ନଜର ରଖେ। ଘର ଭିତରେ ୧୨୫ଟି କ୍ୟାମେରା ଲାଗିଥାଏ ଏହା ସହ ସିକ୍ରେଟ କ୍ୟାମେରା ୭ରୁ ଅଧିକ ଥାଏ । ସେଠାରେ ଫୋନ୍‌ ବା କୌଣସି ଇଲକ୍ଟ୍ରୋନିସ ଗ୍ୟାଜେଟ୍‌ ବ୍ୟବହାର କରିବା ମନା ରହିଛି । ଯାହା ପରେ ହିଁ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିଥାନ୍ତି। ଏଥିରେ ତ୍ରୁଟି ପାଇଁ କୌଣସି ସ୍ଥାନ ନାହିଁ। ଆକର୍ଷଣୀୟ ଜିନିଷ ଯେ ଘର ଭିତରେ କୌଣସି ସ୍ୱିଚ୍‌ ନାହିଁ। ସମସ୍ତ ଲାଇଟ୍‌, ଗିଜର୍‌, ଗ୍ୟାସ୍‌ ଏବଂ ପାଣି ବାହାରୁ ନିୟନ୍ତ୍ରଣ ହୁଏ। ଏହି କଣ୍ଟ୍ରୋଲ ରୁମ୍‌ ନିଷ୍ପତ୍ତି ନିଆଯାଏ ଘର ଭିତରେ କ’ଣ ଚାଲିବ ..ବନ୍ଦ ହେବ । ଶୋ’ର ମୁଖ୍ୟ ଦ୍ୱାର ସବୁବେଳେ ବନ୍ଦ ରହିଥାଏ। ସେଠାରେ ବିରାଟକାୟ ଲୁହାର ତାଲା ଲାଗିଥାଏ। ଏହା କେବଳ ସେତେବେଳେ ଖୋଲ ହୁଏ ଯେତେବେଳେ ଜଣେ ପ୍ରତିଯୋଗୀ ଘରୁ ବାହାରକୁ ଯାଆନ୍ତି କିମ୍ବା ଏଣ୍ଟ୍ରି କରନ୍ତି। ଆପଣ କେବଳ ପ୍ରତିଯୋଗୀମାନଙ୍କୁ ସ୍କ୍ରିନରେ ଦେଖନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଶୋ’ ପରଦା ପଛରେ କିପରି ଚାଲିଥାଏ? କ୍ୟାମେରା ଗୁଡ଼ିକ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଗତିବିଧି, କଥାବାର୍ତ୍ତା, ଉପରେ କିପରି ନଜର ରଖନ୍ତି?

ସମ୍ପୂର୍ଣ୍ଣ ଶୋ’ PCR ରୁମରୁ ହୁଏ ନିୟନ୍ତ୍ରିତ: 

ଏହା ବ୍ୟତୀତ, ସମ୍ପୂର୍ଣ୍ଣ ବିଗ୍ ବସ୍ ଶୋ’ PCR ରୁମରୁ କଣ୍ଟ୍ରୋଲ ହୁଏ। ଘରର ଲାଇଟ୍, ଗ୍ୟାସ୍, ଏୟାର କଣ୍ଡିସନିଂ ଏବଂ ଘରର ତାଲା ଠାରୁ ଆରମ୍ଭ କରି ସବୁକିଛି ଏଠାରୁ ନିୟନ୍ତ୍ରିତ ହୁଏ। କ୍ରିଏଟିଭ୍ ନିର୍ଦ୍ଦେଶକ କହିଛନ୍ତି "ଯେଉଁମାନେ କୁହନ୍ତି ଯେ ଶୋ’ଟି ସ୍କ୍ରିପ୍ଟେଡ୍, ସେମାନେ ଏହି ରୁମ୍ ବିଷୟରେ ଜାଣିବା ଉଚିତ। ପ୍ରତ୍ୟେକ କ୍ୟାମେରା ଲାଇଭ୍, ଏବଂ ବିଷୟବସ୍ତୁ ସମ୍ପୂର୍ଣ୍ଣ ରିଅଲ।" ୭୦ ରୁ ୧୦୦ ଲୋକଙ୍କ ଟିମ୍‌ PCR ରେ ୨୪ ଘଣ୍ଟା କାମ କରେ। ଏହି ସିଷ୍ଟମ୍ ୧୦୫ ଦିନ ପର୍ଯ୍ୟନ୍ତ ଲଗାତାର ଚାଲେ । ଏହି ଶୋ’ ତିଆରି କରିବା କୌଣସି ଫିଲ୍ମଠାରୁ କମ୍ ନୁହେଁ। କେବଳ ଗୋଟିଏ ଏପିସୋଡ୍ ଆଣିବା ପାଇଁ ୮୦୦ ରୁ ୯୦୦ ଲୋକଙ୍କ କଠିନ ପରିଶ୍ରମ କରନ୍ତି। ଗୋରେଗାଓଁ ଫିଲ୍ମ ସିଟିରେ ନିର୍ମିତ ଏହି ସେଟ୍ଟି ପ୍ରାୟ ୨ ଏକର ଜାଗାରେ ପରିବ୍ୟାପ୍ତ। ଏଥିରେ ଏଡିଟିଂ ରୁମ୍, ମେଡିକାଲ୍ ୟୁନିଟ୍, ମିଟିଂ ଏରିଆ ଏବଂ କ୍ୟାମେରା ଲେନ୍ ରହିଛି ସହ ବହୁତ କିଛି ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୪ ଘଣ୍ଟାର ଫୁଟେଜ୍‌ରୁ ୪୫ ମିନିଟ୍‌ର ଏପିସୋଡ୍‌: 

ଏଡିଟିଂ ବେସ୍‌ରେ ୨୦ ରୁ ଅଧିକ ଏଡିଟ୍ ରୁମ୍‌ ଅଛି। ପ୍ରତ୍ୟେକ ଏଡିଟରଙ୍କ ପାଖରେ ଏକ ଦୈନିକ ଟାଇମଲାଇନ୍‌ ବୋର୍ଡ ଅଛି । ଯେପରିକି କେଉଁ ସିନ୍‌, କେବେ ସୁଟ୍ ହୋଇଥିଲା, କିଏ କ’ଣ କହିଥିଲେ ତାହା ରେକର୍ଡିଂ କରାଯାଏ। ଗୋଟିଏ ଦିନରେ ପ୍ରାୟ ୨୦୦୦ ଘଣ୍ଟାର ଫୁଟେଜ୍‌ କେବଳ ୪୫ ମିନିଟ୍‌ର ଏପିସୋଡ ପ୍ରସ୍ତୁତ କରାଯାଏ । ଏଡିଟିଂ ଟିମ୍‌ କହିଛନ୍ତି, "ଆମର କାମ ହେଉଛି ଏକ କ୍ରିକେଟ୍ ଭଲି ଲାଇଭ ଲାଇଭ୍‌ ଏଡିଟ୍ କରିବା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Related Topics

Explore more stories