Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବବି ବାସ୍ତବ ଜୀବନରେ ଜଣେ ଵହୁତ ସୁନ୍ଦର ମଣିଷ

Rashmita Mishra
Browse all articles by Rashmita Mishra
·2 years ago·2 min read
ବବି ବାସ୍ତବ ଜୀବନରେ ଜଣେ ଵହୁତ ସୁନ୍ଦର ମଣିଷ

ଅର୍ଗସ ବ୍ୟୁରୋ:ବଲିଉଡ ଅଭିନେତା ବବି ଦେୱଲଙ୍କର ଉଦାରତା ଦେଖି ତାଙ୍କର ଫ୍ୟାନ୍ସ ମାନଙ୍କ ଠାରୁ ଅନେକ ଭଲପାଇବା ମିଲିଛି । ସେ ପିଲା ମାନଙ୍କୁ ୫୦୦ ଟଙ୍କାର ନୋଟ ଓ ଚକୋଲେଟ ଦେଉଥିଵାର ଭିଡିଓ ଏଵେ ସୋସିଆଲ ମିଡିଆ ଭାଇରାଲ ହୋଉଛି ।  ଅଭିନେତା ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ, ଯେଉଁଠାରେ ତାଙ୍କର ଉଦାରତା ଦେଖିବାକୁ ମିଳିଥିଲା। ଏହାକୁ ଅନେକ ପ୍ରସଂଶା ମିଳିଛି । ବଲିଉଡ ଷ୍ଟାର ବବି ଦେଓଲଙ୍କ କ୍ୟାରିୟରରେ ଅନେକ ମୋଡ଼ ଆସିଥିଲା ​​। ସେ ନିଜ କ୍ୟାରିୟର ଆରମ୍ଭରେ ଉତ୍ଥାନ ପତ୍ତନ ହୋଇଥିଲା  ତାଙ୍କୁ ଵହୁ ସମୟ ପର୍ଯ୍ୟନ୍ତ ଭଲ ଭୂମିକା ମିଳିନଥିଲା ଏବଂ ପରେ ସେ ଓଟିଟିରେ ଏକ ୱେବ୍ ସିରିଜ୍ କରିବାର ସୁଯୋଗ ପାଇଲେ। ପରେ ସେ 'ଆଶ୍ରମ' ଫିଲ୍ମ କରିଥିଲେ ଯାହା ଵହୁତ ହିଟ୍ ମଧ୍ୟ ହୋଇଥିଲା ।

ଆଉ ଏବେ ଆନିମଲ ମୁଭିରେ ନେଗେଟିଭ ଚରିତ୍ର କରି ପ୍ରଶଂସକଙ୍କ ହୃଦୟ କିଣିଛନ୍ତି। ଆଉ ଏହି ମୁଭିର ଜମାଲ କୁଡୁ ସଙ୍ଗରେ ବବିଙ୍କ ଡ୍ୟାନ୍ସ ହେଉଛି କାବିଲେ ତାରିଫ।
ଏଵେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ବବି ଦେଓଲ ଅଲାନା ପାଣ୍ଡେଙ୍କ ଶିଶୁ ସଭାରେ ଯୋଗ ଦେଵାକୁ ଯାଇଥିଲେ ଏହି ସମୟରେ ସେ ଧଳା ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିଲେ । ଶିଶୁ ସଭା ପାର୍ଟିରେ ଯୋଗଦେଇ ଵାହାରକୁ  ଆସିଵା ପରେ ଦୁଇ ପିଲା ତାଙ୍କ ସାମ୍ନାକୁ ଆସିଥିଲେ। ସେ ପିଲାମାନଙ୍କୁ ୫୦୦ ଟଙ୍କା ନୋଟ ଓ ଚକୋଲେଟ ଦେଇଥିଲେ ଏବଂ ତା’ପରେ ସେମାନଙ୍କ ସହିତ ସ୍ନେହ ଭାବରେ ଫୋଟ ଉଠାଇ ଥିଲେ ।ଏହା ପରେ ସେ ପିଲାମାନଙ୍କ ସହିତ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ​​। ଏହା ଦେଖିବା ପରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି |
ଜଣେ ପ୍ରଶଂସକ ଅଭିନେତାଙ୍କୁ ପ୍ରଶଂସା କରି ଲେଖିଛନ୍ତି 'ବବି ବାସ୍ତବ ଜୀବନରେ ଜଣେ ଵହୁତ ସୁନ୍ଦର ମଣିଷ' ଅନ୍ୟ ଜଣେ ଲେଖିଛନ୍ତି 'ବବିଙ୍କର ବହୁତ ଵଡ ହୃଦୟ ।  ଭିଡିଓ ଦେଖିବା ପରେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ପଛାଉ ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bobby-deol-show-big-heart | Argus News