Videos
|
Entertainment

ଡେଙ୍ଗୁରେ ଆକ୍ରାନ୍ତ ବଲିଉଡ ଅଭିନେତା ଇମ୍ରାନ ହାସମୀ: ଅଧାରୁ ବନ୍ଦ ହେଲା ଫିଲ୍ମ OGର ସୁଟିଂ

Ritu Das
Browse all articles by Ritu Das
·1 year ago·1 min read
ଡେଙ୍ଗୁରେ ଆକ୍ରାନ୍ତ ବଲିଉଡ ଅଭିନେତା ଇମ୍ରାନ ହାସମୀ: ଅଧାରୁ ବନ୍ଦ ହେଲା ଫିଲ୍ମ OGର ସୁଟିଂ

Key Points

ଅଭିନେତା ଇମ୍ରାନ ହାସମୀଙ୍କୁ ଡେଙ୍ଗୁ

‘OG’ ର ସୁଟିଂ ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା

ଅଭିନେତା କିଛି ଦିନ ଧରି ଅସୁସ୍ଥ ଥିଲେ

ଏବେ ଦେଶରେ କରୋନା ମାମଲା ଉପରମୁହାଁ ଥିବା ବେଳେ ଡେଙ୍ଗୁ ମାମଲା ମଧ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଅଭିନେତା ଇମ୍ରାନ ହାସମୀଙ୍କୁ ଡେଙ୍ଗୁ ହୋଇଛି। ଏହି ଖବର ଆସିବା ପରେ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ସୂଚନାମୁତାବକ, ସେ ଏକ ସାଉଥ୍ ଫିଲ୍ମ ‘OG’ ର ସୁଟିଂ କରୁଥିଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଅଭିନେତା ମୁମ୍ବାଇର ଗୋରେଗାଓଁର ଆରେ କଲୋନୀରେ ପବନ କଲ୍ୟାଣଙ୍କ ଫିଲ୍ମ ‘OG’ ର ସୁଟିଂ କରୁଥିଲେ। କିନ୍ତୁ ଡେଙ୍ଗୁ ହେବା ପରେ ସୁଟିଂ ମଝିରେ ବନ୍ଦ କରିଦିଆଯାଇଛି। ବଲିଉଡ ହଙ୍ଗାମା ଅନୁଯାୟୀ, ଅଭିନେତା କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଯେତେବେଳେ ତାଙ୍କର ପରୀକ୍ଷା କରାଯାଇଥିଲା, ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା।


ଏନେଇ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଅଭିନେତା ତାଙ୍କ ପରିସ୍ଥିତି ବିଷୟରେ ଫିଲ୍ମ ଓଜିର ନିର୍ମାତାଙ୍କୁ ଅବଗତ କରାଇଛନ୍ତି ଏବଂ ସୁଟିଂ ନ କରିପାରିବାରୁ ଦୁଃଖ ପ୍ରକାଶ କରିଛନ୍ତି। ତଥାପି, ନିର୍ମାତା ତାଙ୍କ ପରିସ୍ଥିତିକୁ ବୁଝିପାରି ତାଙ୍କୁ ଚିନ୍ତା ନକରିବାକୁ କହିଛନ୍ତି। ସେମାନେ ହାସମିଙ୍କୁ ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଇମ୍ରାନ ହାସମି ବର୍ତ୍ତମାନ ଘରେ ବିଶ୍ରାମ ନେଉଛନ୍ତି। ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ସେ ଗୋଟିଏ ସପ୍ତାହ ପରେ ପୁଣି ସେଟ୍ କୁ ଫେରିପାରନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଓଜିର ସୁଟିଂ ପୁଣି ଆରମ୍ଭ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bollywood-actor-emraan-hashmi-infected-with-dengue-shooting-of-film-og-stopped-halfway | Argus News