Bollywood / ୭୪ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ସତୀଶ ଶାହ, କିଡ୍ନୀ ରୋଗରେ ଥିଲେ ଆକ୍ରାନ୍ତ
·8 months ago·2 min read

Key Points
ଟେଲିଭିଜନ ଶୋ ସହ ଅନେକ ଚଳଚ୍ଚିତ୍ରରେ ସତୀଶ କାମ କରିଛନ୍ତି । କିନ୍ତୁ ସାରାଭାଇ ଭର୍ସେସ୍ ସାରାଭାଇ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା । ସେଥିରେ ସତୀଶ, ଇନ୍ଦ୍ରବଦନ ସାରାଭାଇ ଓରଫ୍ ଇନ୍ଦୁଙ୍କ ଭୂମିକାରେ ନଜର ଆସିଥିଲେ ।
ମୁମ୍ବାଇ: ବଲିଉଡ୍ ଅଭିନେତା ସତୀଶ ଶାହଙ୍କ ଦେହାନ୍ତ ହୋଇଛି । ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି ସତୀଶ ଶାହ । ଦୀର୍ଘ ଦିନରୁ କିଡ୍ନୀ ରୋଗରେ ପୀଡ଼ିତ ସତୀଶଙ୍କ ନିକଟରେ କିଡନୀ ପ୍ରତିରୋପଣ ହୋଇଥିବା ବେଳେ ଶନିବାର ତାଙ୍କର ଦେହାନ୍ତ ହୋଇଛି ।
ସାରାଭାଇ ଭର୍ସେସ୍ ସାରାଭାଇ, ଜାନେ ଦୋ ୟାରୋଁ ଔର ମେଁ ହୁଁ ନା ଶୋରୁ ବେଶ ଲୋକପ୍ରିୟ ହୋଇଥିଲେ ସତୀଶ । ଚିକିତ୍ସାଧିନ ଅବସ୍ଥାରେ ସତୀଶଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ରବିବାର ଅକ୍ଟୋବର ୨୬ରେ ସତୀଶଙ୍କ ଅନ୍ତିମ ସଂସ୍କାର କରାଯିବ ।
ଏଥିସହ ପଢ଼ନ୍ତୁ: ଦୀପାବଳିରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ଗୋବର୍ଦ୍ଧନ ଅସରାନି, ନିରବି ଗଲା ସମସ୍ତଙ୍କୁ ହସାଉଥିବା ଚେହେରା
ଟେଲିଭିଜନ ଶୋ ସହ ଅନେକ ଚଳଚ୍ଚିତ୍ରରେ ସତୀଶ କାମ କରିଛନ୍ତି । କିନ୍ତୁ ସାରାଭାଇ ଭର୍ସେସ୍ ସାରାଭାଇ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା । ସେଥିରେ ସତୀଶ, ଇନ୍ଦ୍ରବଦନ ସାରାଭାଇ ଓରଫ୍ ଇନ୍ଦୁଙ୍କ ଭୂମିକାରେ ନଜର ଆସିଥିଲେ । ଏହି କମେଡି ଶୋରେ ସତୀଶଙ୍କ ଅଭିନୟ ବେଶ ଚମତ୍କାର ଥିଲା । ଆଜି ବି ଇନଷ୍ଟାଗ୍ରାମରେ ତାଙ୍କ କ୍ଲିପ୍ ଭାଇରାଲେ ହେଉଛି ।
ଗୁଜରାଟର ମାଣ୍ଡବିରେ ଜନ୍ମିତ ସତୀଶ ଜାଭିୟର୍ କଲେଜରେ ପଢ଼ିବା ପରେ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ପଢ଼ିଥିଲେ । ୧୯୭୨ରେ ସଥୀଶ ମଧୁ ଶାହଙ୍କୁ ବିବାହ କରିଥିଲେ । ବଲିଉଡ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ସତୀଶ ।
ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ନିର୍ଦ୍ଦେଶନାମା; ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ
ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା "ଭଗବାନ ପର୍ଶୁରାମ" । ଏହାପରେ 'ଅରବିନ୍ଦ ଦେଶାଈ କି ଅଜୀବ ଦାସ୍ତାନ', 'ଗମନ', 'ଉମରାଓ ଜାନ', 'ଶକ୍ତି', 'ଜାନେ ଭି ଦୋ ୟାରୋଁ', 'ବିକ୍ରମ ବେତାଳ' ଭଳି ଫିଲ୍ମରେ ନଜର ଆସିଥିଲେ ।
୧୯୮୪ରେ ସେ 'ୟେ ଜୋ ହେ ଜିନ୍ଦେଗି'ରେ କାମ କରିଥିଲେ । ଏହାର ୫୫ଟି ଏପିସୋଡରେ ସତୀଶ ଭିନ୍ନ ଭିନ୍ନ ୫୫ଟି ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ୧୯୯୫ରେ "ଚକ୍କର" ଚଳଚ୍ଚିତ୍ରରେ ପ୍ରକାଶ ଭୂମିକାରେ ନିଖୁଣ ଅଭିନୟ କରିଥିଲେ ।
ଏହା ପୂର୍ବରୁ ଦୀପାବଳିରେ ଆଖି ବୁଜିଥିଲେ ଅଭିନେତା ଗୋବର୍ଦ୍ଧନ ଅସରାନି । ବଲିଉଡ୍ର ବିଶିଷ୍ଟ କମେଡିଆନ୍ ଏବଂ ସହ କଳାକାର ଭାବେ ଅସରାନି ପ୍ରସିଦ୍ଧି ପାଇଥିଲେ । ଅନେକ ହିନ୍ଦୀ ଫିଲ୍ମର ସେ ଥିଲେ ମେରୁଦଣ୍ଡ । ଦୀପାବଳିରେ ୮୪ ବର୍ଷ ବୟସରେ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ ଘଟିଛି ।
ହିନ୍ଦୀ ସିନେମାର ବରିଷ୍ଠ, ଭର୍ସାଟାଇଲ୍ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବା ଅସରାନି ସୋମବାର ଦୀପାବଳି ଦିନ ୪ଟାରେ ଆଖି ବୁଜିଛନ୍ତି । ରାଜସ୍ଥାନ ଜୟପୁରରେ ଜନ୍ମିତ ଅସରାନି ୫ ଦଶନ୍ଧି ଧରି ବଲିଉଡ୍ରେ ରାଜ୍ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories