Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାନାଓ୍ବତ

Entertainment

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାନାଓ୍ବତ

Ritu Das
Browse all articles by Ritu Das
·1 year ago·2 min read
ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାନାଓ୍ବତ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତ କୌଣସି ନା କୌଣସି ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି। ଆଜି ପୁଣି କଙ୍ଗନାଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଆଜି ବିବାଦୀୟ ନୁହେଁ ଲୋକଙ୍କୁ ସାହାଯ୍ୟ କରିବାକୁ ମୁହଁ ଖୋଲିଛନ୍ତି। ସେ ସିଧା ଟାର୍ଗେଟ କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂ ଶୁଖୁଙ୍କୁ। କେନ୍ଦ୍ର ସରକାର ଦେଉଥିବା ପାଣ୍ଠିକୁ ରାଜ୍ୟସରକାର କଣ କରୁଛନ୍ତି। 

 

କିଛି ଦିନ ତଳେ ହିମାଚଳ ପ୍ରଦେଶରେ ବନ୍ୟା ଆସିବାରୁ ଶହ ଶହ ଲୋକ ନିଜ ବାସଗୃହ ହରାଇଥିଲେ। ଅନେକ ନିଜ ଆତ୍ମୀୟଙ୍କୁ ହରାଇ ଭାଙ୍ଗିପଡ଼ିଥିବା ବେଳେ ସେମାନଙ୍କ ମ‌ନ‌ୋବଳ ବଢ଼ାଇବା ପାଇଁ  ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାନାୱତ ସେମାନଙ୍କ ପାଖରେ ପହଞ୍ଚିଛନ୍ତି। ମଙ୍ଗଳବାର ହିମାଚଳ ପ୍ରଦେଶର ବନ୍ୟା ପୀଡିତଙ୍କ ସହ ସାକ୍ଷାତ କରି ସେ ଭାବପ୍ରବଣ ହୋଇପଡ଼ିଛନ୍ତି। 

ଏକ୍ସ‌ରେ ବନ୍ୟା ଅଞ୍ଚଳ ପରିଦର୍ଶନର ଫଟୋ ସେୟାର କରି କଙ୍ଗନା ଲେଖିଥିଲେ, “ଲୋକମାନେ ସବୁକିଛି ହରାଇଛନ୍ତି। ଏଥିପାଇଁ ମୁଁ ବହୁତ ଯନ୍ତ୍ରଣାରେ ଅଛି। କଙ୍ଗନା ଏହି କ୍ୟାପସନ ସହିତ ସେୟାର କରିଥିବା ଫଟୋରେ କିଛି ଗ୍ରାମବାସୀ ତାଙ୍କୁ ଆଲିଙ୍ଗନ କରି କାନ୍ଦୁଥିବା ଦେଖିବାକୁ ମିଳିଛି। କଙ୍ଗନା ହେଉଛନ୍ତି ହିମାଚଳି ଝିଅ ଆଉ ତାଙ୍କ ଗ୍ରାମର ଲୋକଙ୍କୁ ଅସୁବିଧାରେ ଦେଖି ସେ ଭାବବିହ୍ବଳ ହୋଇପଡ଼ିଛନ୍ତି। କାରଣ ପ୍ରତିବର୍ଷ ବନ୍ୟା ଏମାନଙ୍କର ସୁଖର ସଂସାରକୁ ଭସେଇ ନେଉଛି। ଆଉ ସେମାନଙ୍କ ସାଥୀରେ ମୁଁ ସବୁବେଳେ ଅଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

`ବାପା ହେବା ପରେ ସବୁ ବଦଭ୍ୟାସ ଛାଡ଼ିଦେଇଛି'

କଙ୍ଗନା ଇନଷ୍ଟାରେ ଆହୁରି ଲେଖିଛନ୍ତି ପ୍ରକୃତି ସାମ୍ନାରେ ମଣିଷ ସତରେ ବହୁତ ଦୁର୍ବଳ। ହେ ଧରତୀ ମାତା ଆମ ଉପରେ ଦୟା କର। କଙ୍ଗନା ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂହ ଶୁଖୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ରାଜ୍ୟ ସରକାରଙ୍କ ଅବସ୍ଥା ସମସ୍ତେ ଜାଣନ୍ତି। 

ଶୋଭିତାଙ୍କ ସହ ନାଗାଙ୍କର ସରିଲା ନିର୍ବନ୍ଧ

ଗତଥର ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ କେନ୍ଦ୍ରରୁ ମିଳିଥିବା ପାଣ୍ଠିରୁ ସମସ୍ତଙ୍କୁ ୭ଲକ୍ଷ ଟଙ୍କା ଦିଆଯିବ, ସେମାନେ ୭ଲକ୍ଷ ଟଙ୍କା ପାଇଛନ୍ତି କି?” ଏଭଳି କହି ସେ ତଦନ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ରରୁ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରୁ ନ ଥିବା କହିଛନ୍ତି କଙ୍ଗନା। ତେବେ କଙ୍ଗନା ନିଜେ ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଥିବାରୁ ଫ୍ୟାନମାନେ ତାଙ୍କ ସବୁ ପୋଷ୍ଟକୁ ଲାଇକ କରିଛନ୍ତି।

Sponsored
Bollywood actress | Argus News