Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ଵାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ଵାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ

Key Points

ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ

ମହୁମାଛି ପାଇଁ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଛି

କରିସ୍ମାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ଵାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ମୃତ୍ୟୁ ଘଟିଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ସଞ୍ଜୟ ଲଣ୍ଡନରେ ରହୁଥିଲେ। ତାଙ୍କୁ ୫୩ ବର୍ଷ ହୋଇଥିଲା। ତାଙ୍କ ବ୍ୟାବସାୟିକ ପରାମର୍ଶଦାତା ସୁହେଲ ସେଠ୍‌ ସଞ୍ଜୟଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି। ମହୁମାଛି ପାଇଁ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ଗୁରୁବାର ଘୋଡ଼ାଦୌଡ଼ ପ୍ରତିଯୋଗିତାରେ ସଞ୍ଜୟ ଭାଗ ନେଇଥିଲେ। ଘୋଡ଼ା ଦୌଡ଼ କରୁଥିବା ସମୟରେ ତାଙ୍କ ପାଟି ଭିତରେ ଏକ ମହୁମାଛି ପଶିଯାଇଥିଲା, ଯାହାକୁ ଭୁଲବଶତଃ ସଞ୍ଜୟ ଗିଳିଦେଇଥିଲେ। ଏହା ପରେ ତାଙ୍କୁ ହୃଦଘାତ ହୋଇଥିଲା। ବୋଧହୁଏ ଶରୀରର ଆଭ୍ୟନ୍ତରରେ ମହୁମାଛି ଦଂଶିବାରୁ ହୃଦଘାତ ହୋଇଥିବା କୁହାଯାଉଛି।


ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲେ ହେଁ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିପାରି ନ ଥିଲେ। ଏହି ଘଟଣା ପରେ କରିସ୍ମା କପୁର ଏବଂ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମୁମ୍ବାଇରେ କରିସ୍ମା ରହୁଥିବାବେଳେ ଗୁରୁବାର ରାତିରେ ଭଉଣୀ କରୀନା କପୁର ଏବଂ ତାଙ୍କ ସ୍ଵାମୀ ସୈଫଅଲ୍ଲୀ ଖାନ କରିସ୍ମାଙ୍କ ଘରେ ପହଞ୍ଚି ତାଙ୍କୁ ସାନ୍ତ୍ଵନା ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bollywood-actress-karisma-kapoors-ex-husband-sanjay-kapur-dies-of-heart-attack | Argus News