ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ହେଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର

ଅର୍ଗସ ବ୍ୟୁରୋ: ବଲିଉଡର ବିବାଦୀୟ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି। ମମତାଙ୍କ କ୍ୟାରିୟର ଶୀର୍ଷରେ ଥିବା ବେଳେ ହଠାତ ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରି ଦେଇଥିଲା। ସେ ଅଭିନୟରୁ ଦୂରେଇ ଯାଇ ଭାରତ ଛାଡ଼ି ଦେଇଥିଲେ। କିଛିଦିନ ପରେ ମମତା କୁଲକର୍ଣ୍ଣିଙ୍କୁ ସ୍ବାଧୀ ବେଶରେ ଦେଖିବାକୁ ମିଳିଥିଲା। ଆଜି ମମତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମମତା କୁଲକର୍ଣ୍ଣି କିନ୍ନର ଆଖଡାର ମହାମଣ୍ଡଳେଶ୍ବର ହୋଇଛନ୍ତି। ଜାନୁୟାରୀ ୨୪ ସନ୍ଧ୍ୟା ସମୟରେ ମମତା ତ୍ରିବେଣୀ ସଙ୍ଗମକୁ ଯାଇ ନିଜର ପିଣ୍ଡଦାନ କରିଛନ୍ତି। ଏହାପରେ କିନ୍ନର ଆଖଡାରେ ତାଙ୍କର ପଟ୍ଟାଭିଷେକ ହୋଇଛି। କିନ୍ନର ଆଖଡାର ମହାମଣ୍ଡଳେଶ୍ବର ଲକ୍ଷ୍ମୀ ତ୍ରିପାଠୀ ମମତାଙ୍କୁ ନେଇ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେଲା ମମତା ଆମ ସମ୍ପର୍କରେ ଥିଲେ। ସେ ସନାତନ ଧର୍ମରେ ନିଜକୁ ଯୋଡ଼ି ହେବାକୁ ଚାହୁଁଥିଲେ। ସେ ପ୍ରଥମେ ଜୁନା ଆଖଡାର ଶିଷ୍ୟା ଥିଲେ।
ଏହାପରେ ଆମ ସମ୍ପର୍କରେ ଆସିଥିଲେ। ଆଉ ପଦ ଭିକ୍ଷା କରିଥିଲେ। ସେ କହିଥିଲେ ଯେ ମହାମଣ୍ଡଳେଶ୍ବର ହେବା ତାଙ୍କର ଏକ ସ୍ବପ୍ନ। ଏହାପରେ ତାଙ୍କୁ ମହାମଣ୍ଡଳେଶ୍ବର ହେବାର ନିୟମ କୁହାଯାଇଥିଲା। ସେଥିପାଇଁ ତାଙ୍କୁ ତ୍ରିବେଣୀ ଘାଟରେ ପିଣ୍ଡଦାନ କରିବାକୁ ପଡ଼ିଥିଲା। ମମତା କୁଲକର୍ଣ୍ଣିଙ୍କୁ ଆଜି ଏକ ନୂଆ ନାମ ଦିଆଯାଇଛି। ମମତାଙ୍କ ବର୍ତ୍ତମାନ ନାମ ହେଲା ଶ୍ରୀ ୟାମିନୀ ମମତା ନନ୍ଦ ଗିରୀ। ଏହାପରେ ମମତାଙ୍କୁ ଲଣ୍ଡା କରି ଦିଆଯିବ। କିନ୍ନର ଆଖଡା ବିଧି ମୁତାବକ ସବୁ ସମ୍ପାଦିତ ହେବ।
📱 Get Argus News App
✨ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦୀର୍ଘ ୨୫ବର୍ଷ ପରେ ଭାରତ ଫେରି ଆସିବା ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ। ୨୦୨୪ ଡିସେମ୍ବରରେ ମମତା କୁଲକର୍ଣ୍ଣିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀଙ୍କୁ ଦୀର୍ଘବର୍ଷ ପରେ ଦେଖି ତାଙ୍କ ଫ୍ୟାନ୍ସମାନେ ଆଶାବାନ୍ଧି ଦେଇଥିଲେ କି ଆଗାମୀ ବିଗବସ ୧୮ରେ ପ୍ରବେଶ ପାଇଁ ବୋଧ ହୁଏ କୁଲକର୍ଣ୍ଣି ଭାରତ ଫେରିଛନ୍ତି।