Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କୋରାପୁଟ ଦେଓମାଳି ସୁଟିଂ ସେଟରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

Ritu Das
Browse all articles by Ritu Das
·1 year ago·1 min read
କୋରାପୁଟ ଦେଓମାଳି ସୁଟିଂ ସେଟରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି । ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ସୁଟିଂ କୋରାପୁଟରେ ଚାଲିଛି । କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସୁଟିଂ ସେଟରେ ଏକ ଆକ୍ସନ ଦୃଶ୍ୟ ସୁଟ କରୁଥିବାର ନଜର ଆସିଛି । ତଳମାଳିରେ ମହେଶ ବାବୁଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବାବେଳେ ଆଜି ସନ୍ଧ୍ୟାରେ ବଲିଉଡ ଏବଂ ହଲିଉଡର ମୋଷ୍ଟ ଟ୍ୟାଲେଣ୍ଟଡ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା ସେମିଳିଗୁଡ଼ାରେ ପହଞ୍ଚିଛନ୍ତି। ଆଜି ସେମିଳିଗୁଡ଼ାର ହୋଟେଲରେ ପ୍ରିୟଙ୍କା ରହିବାର ବ୍ୟବସ୍ଥା କରାଯାଇଛି। ହେଲେ ସୁରକ୍ଷା କଡ଼ାକଡ଼ି ଥିବାରୁ ମହେଶ ବାବୁଙ୍କୁ ଦେଖିନପାରି ଲୋକ ନିରାଶ ହୋଇ ଫେରିଯାଉଛନ୍ତି ।


ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ଏସ୍‌ଏସ୍‌ଏମ୍‌ବି-୨୯ର ଶୁଟିଂ ଆରମ୍ଭ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଲ୍ମ ସୁଟିଂ ପାଇଁ ସମସ୍ତ ପ୍ରକାର ସହାୟତା କରାଯାଉଛି। ଫିଲ୍ମ ସୁଟିଂ ପାଇଁ ଏବେ କୋରାପୁଟରେ ତେଲଗୁ ଫିଲ୍ମର ସୁପରଷ୍ଟାର ମହେଶ ବାବୁ, ତାମିଲ୍ ଅଭିନେତା ପୃଥ୍ବୀରାଜ ଆସିଛନ୍ତି। ଆଗକୁ ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୁଟିଂ ସେଟରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bollywood-actress-priyanka-chopra-arrives-at-the-shooting-set-of-koraput-deomali | Argus News