କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶିରୋଦକର

Key Points
କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶିରୋଦକର
ବଲିଉଡ ଅଭିନେତ୍ରୀ ଶିଳ୍ପା ଶିରୋଦକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ଏହା ସହ ସେତାଙ୍କ ଫଲୋର୍ସଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଶିଳ୍ପା ନିକଟରେ ବିଗ୍ ବସ୍ ୧୯ରେ ନଜର ଆସିଥିଲେ।ସେପଟେ ଶିଳ୍ପାଙ୍କ ପୋଷ୍ଟରେ କମେଣ୍ଟ ରଖିଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଶିଳ୍ପାଙ୍କୁ କୋଭିଡ ହୋଇଥିବା ଜାଣି ଦୁଃଖ ପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ସୋନାକ୍ଷୀ। ସୂଚନାଥାଉକି, ଶିଳ୍ପା ତିନି ମାସରେ ନିଜର ଓଜନ କମାଇ ଚର୍ଚ୍ଚାକୁ ଆସିଥିଲେ। ମାତ୍ର ତିନି ମାସରେ ନିଜର ଓଜନ କମାଇ ସେ ଫ୍ୟାନ୍ସଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ଅନେକ ଫ୍ୟାନ୍ସ ତାଙ୍କ ଠାରୁ ପ୍ରେରଣା ପାଇଥିବା କଥା ମଧ୍ୟ କହିଥିଲେ। ଶିଳ୍ପା
୧୯୯୦ରେ ଫିଲ୍ମ ହମ୍, ଖୁଦା ଗଓ୍ବାହ, ଆଖେଁ ଏବଂ ବେଓ୍ବଫା ସନମ ଭଳି ଫିଲ୍ମରେ ଅଭିନୟ କରି ବେଶ୍ ଚର୍ଚ୍ଚା ସାଉଁଟିଥିଲେ। ନିଜର କ୍ୟାରିୟରରେ ସେ ଅମିତାଭ ବଚ୍ଚନ, ଗୋବିନ୍ଦା ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଅଭିନେତାଙ୍କ ସହ କାମ କରିଛନ୍ତି। ତେବେ ୨୦୦୦ ମସିହାରେ ସେ ଫିଲ୍ମରୁ ବ୍ରେକ ନେଇଥିଲେ ଏବଂ ଏକ ମୁଠୀ ଆସମାଁ ଏବଂ ସିଲସିଲା ପ୍ୟାର୍ କା’ ସୋ ମାଧ୍ୟମରେ ପୁଣି ଟେଲିଭିଜନ ଦୁନିଆକୁ ଫେରିଥିଲେ। ନିକଟରେ ଶିଳ୍ପା ବିଗ୍ ବସ୍ ୧୮ରେ ମଧ୍ୟ ନଜର ଆସିଥିଲେ। ହେଲେ ଶୋରୁ ତାଙ୍କର ବିଦାୟକୁ ନେଇ ଖୁବ୍ ଦୁଃଖୀ ହୋଇଥିଲେ ତାଙ୍କ ଫ୍ୟାନ୍ ଏବଂ ଶୋରେ ଭାଗ ନେଇଥିବା ଅନ୍ୟ ପ୍ରତିଯୋଗୀ।