Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି

Ritu Das
Browse all articles by Ritu Das
·11 months ago·1 min read
ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି

Key Points

ସୋମବାର ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ବଲିଉଡର ମହାନାୟକ

୧୯୭୫ ମସିହାର ବ୍ଲକ୍‌ବଷ୍ଟର ଫିଲ୍ମ ‘ଶୋଲେ’ର ଏକ ଟିକେଟର ଫଟୋକୁ ଶେୟାର କରିଛନ୍ତି

ସେତେବେଳେ ଉକ୍ତ ଟିକେଟର ମୂଲ୍ୟ ମାତ୍ର ୨୦ ଟଙ୍କା ଥିଲା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋମବାର ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି। ସେ ୧୯୭୫ ମସିହାର ବ୍ଲକ୍‌ବଷ୍ଟର ଫିଲ୍ମ ‘ଶୋଲେ’ର ଏକ ଟିକେଟର ଫଟୋକୁ ଶେୟାର କରିଛନ୍ତି। ସେତେବେଳେ ଉକ୍ତ ଟିକେଟର ମୂଲ୍ୟ ମାତ୍ର ୨୦ ଟଙ୍କା ଥିଲା। ସୋମବାର ସକାଳେ ଅମିତାଭ ତାଙ୍କ ବ୍ୟକ୍ତିଗତ ବ୍ଲଗ୍‌ରେ ନିଜର କିଛି ଫଟୋକୁ ଶେୟାର କରିଥିଲେ। ଏହାମଧ୍ୟରେ ‘ଶୋଲେ’ ଫିଲ୍ମର ଟିକେଟ ରହିଥିଲା। କ୍ୟାପ୍‌ଶନ୍‌ରେ ସେ ଲେଖିଛନ୍ତି, ମୋତେ କୁହାଯାଇଛି ସେତେବେଳେ ଏହି ଟିକେଟର ମୂଲ୍ୟ ଯେତେ ଥିଲା ଏବେ ସେହି ମୂଲ୍ୟରେ ସିନେମା ହଲ୍‌ ମଧ୍ୟରେ କେବଳ କୋଲ୍ଡଡ୍ରିଙ୍କ୍‌ ମିଳିପାରୁଛି। ଏହା ସତ୍ୟ କି ବୋଲି ସେ ନିଜ ଫଲୋଅର୍ସଙ୍କୁ ପଚାରିଛନ୍ତି।


‘ଶୋଲେ’ ଫିଲ୍ମର ଉକ୍ତ ଟିକେଟକୁ ସେ ଆଜି ବି ସମ୍ଭାଳି ରଖିଛନ୍ତି। ପ୍ରକାଶ ଯେ, ୧୯୭୫ରେ ରିଲିଜ୍‌ ହୋଇଥିବା ‘ଶୋଲେ’ ଫିଲ୍ମ ସୁପରହିଟ ସାବ୍ୟସ୍ତ ହୋଇଥିଲା। ଫିଲ୍ମରେ ଅମିତାଭଙ୍କ ସହ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ହେମାମାଳିନୀ ମୁଖ୍ୟ ଭୂମିକାରେ ରହିଥିଲେ। ରମେଶ ସିପ୍ପୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଆସନ୍ତା ଅଗଷ୍ଟ ୧୫ରେ ଏହି ଫିଲ୍ମ ନିଜର ୫୦ ବର୍ଷ ପୂରଣ କରିବ। ଫିଲ୍ମରେ ଅମିତାଭ ଜୟ ଏବଂ ଧର୍ମେନ୍ଦ୍ର ବୀରୁ ଭୂମିକାରେ ଅଭିନୟ କରିଥିଲେ। ଉଭୟଙ୍କର ‘ଜୟ ଏବଂ ବୀରୁ’ ଯୋଡ଼ି ଆଜିବି ଦର୍ଶକଙ୍କ ମନରେ ଉଜ୍ଜୀବିତ ହୋଇରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bollywood-legend-amitabh-bachchan-reminisces-about-his-old-days-in-the-film-industry | Argus News