Amitabh Bachchan / ବଲିଉଡର ମହାନାୟକ ନିଜ ସ୍ବାସ୍ଥ୍ୟକୁ ନେଇ କହିଲେ ବଡ଼ କଥା

Key Points
ମୋର ଲିଭର ମାତ୍ର ୨୫ପ୍ରତିଶତ କାମ କରୁଛି
ମୁଁ ହେପାଟାଇଟିସ୍ ବିରେ ପୀଡ଼ିତ ଥିବା କଥା ଡାକ୍ତରମାନେ ଜଣାଇଥିଲେ
୧୯୮୨ ମସିହାରେ ମୋତେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ
ବଲିଉଡ ମହାନାୟକ ସୁପରଷ୍ଟାର ତଥା ବଲିଉଡର ବିଗ ବି ଅମିତାଭ ବଚ୍ଚନ ୮୨ ବର୍ଷ ବୟସରେ ପ୍ରଦାର୍ପଣ କରିଥିବା ସତ୍ତ୍ବେ ବି କର୍ମ କ୍ଷେତ୍ରରେ ଖୁବ ସକ୍ରିୟ ଅଛନ୍ତି। ଆଜି ବି ତାଙ୍କ ଭିତରେ ବଡ଼ବଡ଼ ଷ୍ଟାରମାନଙ୍କୁ କଡ଼ା ଟକ୍କର ଦେବାର ସାହା ରହିଛି। କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ଅମିତାଭ ବଚନ ଦୀର୍ଘ ବର୍ଷ ହେଲା ଲିଭର ସିରୋସିସ ରେଗରେ ପୀଡ଼ିତ ଅଛନ୍ତି। ଡାକ୍ତର ତାଙ୍କୁ ଜଣାଇଛନ୍ତି ତୁମର ୨୫% ଲିଭର କାମ କରୁଛି ଆଉ ତା' ମଧ୍ୟରେ ମୋତେ ଜୀବନ କାଟିବାକୁ ପଡ଼ିବ। ଆପଣ ଜାଣନ୍ତି ଚାରି ଦଶନ୍ଧି ପୂର୍ବେ ଅମିତାଭ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି।
୧୯୮୨ ମସିହାରେ, 'କୁଲି' ସେଟରେ ଅମିତାଭ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ତାଙ୍କ ପେଟରେ ଗମ୍ଭୀର ଭାବେ ଆଘାତ ଲାଗିଥିଲା। ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କୁ 'କ୍ଲିନିକାଲି ମୃତ' ଘୋଷଣା ମଧ୍ୟ କରି ଦେଇଥିଲେ। ପରେ ଡାକ୍ତରମାନେ ତାଙ୍କୁ ଆଡ୍ରେନାଲିନ୍ ଇଞ୍ଜେକ୍ସନ୍ ଦେଇ ପୁନର୍ଜୀବିତ କରିଥିଲେ। ଅମିତାଭ 'କୌନ୍ ବନେଗା କରୋଡପତି'ରେ ନିଜର ଅସୁସ୍ଥତାର କାରଣ ବଖାଣି କହିଛନ୍ତି, '୧୯୮୨ ମସିହାରେ ଦୁର୍ଘଟଣା ସମୟରେ ମୋତେ ରକ୍ତର ଆବଶ୍ୟକ ଥିଲା। ପ୍ରାୟ ୨୦୦ ଜଣ ଲୋକ ମୋ ପାଇଁ ରକ୍ତ ଦାନ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ହେପାଟାଇଟିସ୍ ବି ଭାଇରସରେ ପୀଡିତ ଥିଲେ, ଯାହା ଚିହ୍ନଟ ହୋଇପାରି ନଥିଲା। ଏହି ରକ୍ତକୁ ମୋ ଶରୀରରେ ଚଢ଼ାଇ ଦିଆଯାଇଥିଲା। ୨୦୦୦ ମସିହାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ମୁଁ ହେପାଟାଇଟିସ୍ ବିରେ ପୀଡ଼ିତ ଥିବା କଥା ଡାକ୍ତରମାନେ ଜଣାଇଥିଲେ । କେବଳ ଏତିକି ନୁହେଁ ମୋର ଲିଭରର ୭୫% ପ୍ରତିଶତ କାମ କରୁ ନଥିବା ବି ପରୀକ୍ଷାରୁ ଜଣାପଡ଼ିଥିଲା। ମୁଁ ଏବେ ୨୫ପ୍ରତିଶତ ସୁସ୍ଥ ଯକୃତରେ ବଞ୍ଚି ରହିଛି।’
📱 Get Argus News App
✨କିନ୍ତୁ ଏବେ ପ୍ରଶ୍ନ ଉଠୁଛି କଣ ଏତେ କମ ପ୍ରତିଶତ ଲିଭର ଫଙ୍କସନରେ ମଣିଷ ସବୁ କାମ କରିପାରିବ। ଚାଲନ୍ତୁ ଜାଣିବା
ନୂଆଦିଲ୍ଲୀର ଜଣେ ଘରୋଇ ହସ୍ପିଟାଲର ଲିଭର ସ୍ପେଶାଲିଷ୍ଟ ଡାକ୍ତର ଅନିଲ ଅରୋଡୋ କହିଛନ୍ତି କୌଣସି ବ୍ୟକ୍ତିଙ୍କ ଲିଭର ୧୫ରୁ ୨୦ ପ୍ରତିଶତ ଯଦି କାମ କରୁଛି ତେବେ ସେହି ବ୍ୟକ୍ତି ନିଜର ସବୁ କାମ କରିପାରିବେ। ଲିଭରରେ ରିଗ୍ରୋଥର କ୍ଷମତା ରହିଥାଏ। ଯଦି ଲିଭର ଫଙ୍କସନ କମ ହେବାର କାରଣ ଠିକ ସମୟରେ ଜଣାପଡ଼ିଯାଏ ତେବେ ଠିକ ସମୟରେ ଠିକ ଚିକିତ୍ସା କଲେ ଲିଭର ପୁଣିଥରେ ଭଲ ଭାବେ ଫଙ୍କସନ କରିବାର ସମ୍ଭାବନା ରହିଛି। ଏହାବ୍ୟତୀତ ଲିଭର ସିରୋସିସ ରୋଗ ହେଲେ ପ୍ରାୟତଃ ୭୫ରୁ ୮୦ ପ୍ରତିଶତ ଲିଭର ନଷ୍ଟ ହୋଇଯାଏ।
ଐଶ୍ୱର୍ଯ୍ୟାଙ୍କୁ ମିଳିଲା ଆଶ୍ବସ୍ତି: ଦିଲ୍ଲୀ ହାଇକୋର୍ଟ ଦେଲେ ଏହି ରାୟ, ଆଉ କେହି ସାହସ କରିବେନି
ଅମିତାଭ ବଚନ ବି ଏହି ରୋଗର ଶିକାର ହୋଇଛନ୍ତି। ବୟସ ଅଧିକ ହେବାରୁ ତାଙ୍କୁ ଅଧିକ କଷ୍ଟ ହେଉଥିବ। କିନ୍ତୁ ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବିଶେଷ ଧ୍ୟାନ ରଖିଛନ୍ତି। ତେବେ ଲିଭର ଖରାପ ହେବାର ୪ଟି ମୁଖ୍ୟ କାରଣ ରହିଛି। ଅତ୍ୟଧିକ ମଦ୍ୟପାନ, ଅଧିକ ଓଜନ ବଢ଼ିବା, ଡାଇବେଟିସ, ହେପାଟାଇଟିସ ବି ଏବଂ ହେପାଟାଇଟିସ ସି। ୯୦% ଲୋକଙ୍କର ଲିଭର ଫେଲ୍ୟୁୟର ଏହି କାରଣ ଯୋଗୁ ହୋଇଥାଏ। ସେଥିପାଇଁ ଲିଭର ଜନିତ ସମସ୍ୟା ହେଲେ ତୁରନ୍ତ ମେଡିକାଲ ଯାଇ ଚେକ୍ଅପ୍ କରାନ୍ତୁ। ସୁସ୍ଥ ଖାଆନ୍ତୁ ଏବଂ ନୀରୋଗ ରୁହନ୍ତୁ।
Related Topics
Explore more stories