Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରୟାଗରାଜରେ ବୁଡ଼ ପକାଇଲେ ବଲିଉଡ ଷ୍ଟାର ଅକ୍ଷୟ କୁମାର

Entertainment

ପ୍ରୟାଗରାଜରେ ବୁଡ଼ ପକାଇଲେ ବଲିଉଡ ଷ୍ଟାର ଅକ୍ଷୟ କୁମାର

Ritu Das
Browse all articles by Ritu Das
·1 year ago·1 min read
ପ୍ରୟାଗରାଜରେ ବୁଡ଼ ପକାଇଲେ ବଲିଉଡ ଷ୍ଟାର ଅକ୍ଷୟ କୁମାର

ଚଳିତବର୍ଷ ମହାକୁମ୍ଭରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ନେତା ଏବଂ ବଲିଉଡ ଅଭିନେତା ଅଭିନେତ୍ରୀ ଏଥିରୁ ବାଦ ପଡ଼ିନାହାନ୍ତି। ଗତକାଲି ଟଲିଉଡର ମିଲ୍କ ବିୟୁଟି ତମନ୍ନା ଭାଟିଆ ମହାକୁମ୍ଭରେ ନିଜ ପରିବାର ସହ ଆସି ପୂଜାର୍ଚ୍ଚନା କରି ବୁଡ଼ ପକାଇଛନ୍ତି। ମହାକୁମ୍ଭରେ ସାମିଲ ହେଲେ ଅକ୍ଷୟ କୁମାର। ପ୍ରୟାଗରାଜ ଯାଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ଏକ ଧଳା ପୋଷାକରେ ନଜର ଆସିଥିଲେ ଅକ୍ଷୟ ।


ସଙ୍ଗମ ସ୍ଥଳକୁ ଚାଲିଚାଲି ଯାଇ ସେ ପବିତ୍ର ସ୍ନାନ କରିଥିଲେ । ମହାକୁମ୍ଭରେ ବୁଡ ପକାଇବା ପରେ ହାତ ଯୋଡି ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ତାସହ ଏତେ ସୁନ୍ଦର ବ୍ୟବସ୍ଥା ପାଇଁ ଯୋଗୀ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ୨୦୧୯ରେ ଲୋକେ କୁମ୍ଭମେଳାକୁ ଆସିବାକୁ ଟିକେ କଷ୍ଟ କରୁଥିଲେ ହେଲେ ଏଥର ବଡ ବଡ ଲୋକମାନେ ଆସିଛନ୍ତି । ତେବେ ଆଗକୁ ମହାଶିବରାତ୍ରି ଥିବାରୁ ମହାକୁମ୍ଭରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଫେବୃୟାରୀ ୨୬ରେ ମହାକୁମ୍ଭ ସରୁଥିବା ବେଳେ ଲୋକେ ବୁଡ ପକାଇବାକୁ ପ୍ରୟାଗରାଜ ଯାଉଛନ୍ତି । ନେତା, ଅଭିନେତା, ଖେଳାଳୀ, ଶିଳ୍ପପତି, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମହାକୁମ୍ଭରେ ବୁଡ ପକାଉଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bollywood star Akshay Kumar took a dip in Prayagraj | Argus News