Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଲିଉଡର ବେଷ୍ଟ କପଲ ଗୋବିନ୍ଦା-ସୁନୀତାଙ୍କର ହେବ ଡିଭୋର୍ସ!

Entertainment

ବଲିଉଡର ବେଷ୍ଟ କପଲ ଗୋବିନ୍ଦା-ସୁନୀତାଙ୍କର ହେବ ଡିଭୋର୍ସ!

Ritu Das
Browse all articles by Ritu Das
·1 year ago·1 min read
ବଲିଉଡର ବେଷ୍ଟ କପଲ ଗୋବିନ୍ଦା-ସୁନୀତାଙ୍କର ହେବ ଡିଭୋର୍ସ!

ବଲିଉଡରେ କପଲ ମାନଙ୍କ ଛାଡ଼ପତ୍ର ଖବର ପ୍ରାୟତଃ ଶୁଣିବାକୁ ମିଳିଥାଏ। ବଲିଉଡର ପ୍ରାୟ ସମ୍ପର୍କ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲେ ନାହିଁ। କିନ୍ତୁ ଏମିତି ବି କପଲ ଅଛନ୍ତି ଯେଉଁମାନଙ୍କର ବୈବାହିକ ସମ୍ପର୍କ ଦୀର୍ଘ ୩୭ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଛି। ଏମିତି ଏକ ସୁନ୍ଦର ବଲିଉଡ ଯୋଡ଼ି ହେଉଛି ଗୋବିନ୍ଦା ଏବଂ ସୁନୀତା ଆହୁଜାଙ୍କର। ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍‌ ଚାଲିନାହିଁ। କୁହାଯାଉଛି କି ଗୋବିନ୍ଦାଙ୍କ ଅନ୍ୟ କାହା ସହିତ ସମ୍ପର୍କ ରହିଛି ଏବଂ ତାଙ୍କର ଛାଡପତ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।


କୁହାଯାଉଛି କି, ଗୋବିନ୍ଦାଙ୍କ ଜଣେ ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ସମ୍ପର୍କ ଅଛି। ସୂଚନାନୁଯାୟୀ, ଗୋବିନ୍ଦା ଛାଡପତ୍ର ନେବାକୁ ଯାଉଛନ୍ତି। ସୁନିତା ନିକଟରେ ଅନେକ ସାକ୍ଷାତକାରରେ ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ସଙ୍କେତ ଦେଇଛନ୍ତି। ସେମାନଙ୍କ କାର୍ଯ୍ୟସୂଚୀ ମେଳ ଖାଉ ନଥିବାରୁ ସେମାନେ ଦୁହେଁ ପୃଥକ ଘରେ ରୁହନ୍ତି। ତଥାପି, ଛାଡପତ୍ର ଏବଂ ବିବାହ ସମ୍ପର୍କରେ ଗୋବିନ୍ଦା ଏବଂ ସୁନୀତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇନାହିଁ। ଏବେ ଏହି ଖବରରେ କେତେ ସତ୍ୟତା ଅଛି ତାହା କେବଳ ଗୋବିନ୍ଦା ଏବଂ ସୁନିତା କହିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏକ ସାକ୍ଷାତକାରରେ ସୁନୀତା କହିଥିଲେ ଯେ ସେ ଗୋବିନ୍ଦାଙ୍କ ସହିତ ରୁହନ୍ତି ନାହିଁ। ସୁନିତା କହିଥିଲେ ଯେ ସେମାନେ ପ୍ରାୟତଃ ଅଲଗା ରୁହନ୍ତି। ସୁନିତା ତାଙ୍କ ପିଲାମାନଙ୍କ ସହିତ ଫ୍ଲାଟରେ ରୁହନ୍ତି। ଗୋବିନ୍ଦ ଫ୍ଲାଟ ସାମ୍ନାରେ ଥିବା ଏକ ବଙ୍ଗଳାରେ ରୁହନ୍ତି। ସୁନୀତା ଆଉ ମଧ୍ୟ କହିଥିଲେ ଯେ, ମୁଁ ମୋ ଜୀବନର ଅଧା ସମୟ ସ୍ବାମୀ ଏବଂ ପିଲାଙ୍କ ଯତ୍ନରେ କଟେଇ ଦେଇଛି। ଏବେ ମୁଁ ମୋ ନିଜକୁ ସମୟ ଦେଉଛି। ମୁଁ ମୋ ଜନ୍ମଦିନ ମଧ୍ୟ ନିଜ ସହ ସେଲିବ୍ରେଟ କରେ। ଯୁଆଡେ ଯାଏ ଏକୁଟିଆ ହିଁ ଯାଏ।

Sponsored
Bollywood's best couple Govinda-Sunita will get divorced! | Argus News