Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଭିନେତ୍ରୀ ଦିଶାଙ୍କ ଘରକୁ ପୁଣି ବୋମାମାଡ଼, ସୁଟରଙ୍କ ସ୍କେଚ୍‌ ଭାଇରାଲ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଅଭିନେତ୍ରୀ ଦିଶାଙ୍କ ଘରକୁ ପୁଣି ବୋମାମାଡ଼, ସୁଟରଙ୍କ ସ୍କେଚ୍‌ ଭାଇରାଲ

Key Points

ଅଭିନେତ୍ରୀଙ୍କ ଘରକୁ ପୁଣିଥରେ ବୋମାମାଡ଼

ଦୁଇ ଦୁଇଥର ଆଟାକ୍‌

ସାମ୍ନାକୁ ଆସିଲା ସୁଟରଙ୍କ ସ୍କେଚ୍‌

ପୁଣି ଥରେ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ବୋମା ମାଡ଼। ତେବେ ୨୪ ଘଣ୍ଟା ଭିତରେ ତାଙ୍କ ଘର ଉପରକୁ ଦ୍ୱିତୀୟଥର ବୋମାମାଡ଼ ହୋଇଛି। ବରେଲିରେ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କାହିଁକି ବାରମ୍ୱାର ଦିଶାଙ୍କୁ ଟାର୍ଗେଟ କରାଯାଉଛି ବୋଲି ତାଙ୍କ ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା ଜୋର। ଇତିମଧ୍ୟରେ ଗୁଳିମାଡ଼ କରିଥିବା ସୁଟରଙ୍କ ସ୍କେଚ୍‌ ସାମ୍ନାକୁ ଆସିଛି। ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍‌ରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ ଚାଲିଛି।


କିଛି ସମୟ ପୂର୍ବରୁ କାହାଣୀକାର ଅନିରୁଦ୍ଧାଚାର୍ଯ୍ୟ ମହିଳାଙ୍କ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଦିଶାଙ୍କ ଭଉଣୀ ଖୁସ୍‌ବୁ ପଟାନୀ ତାଙ୍କ ବୟାନକୁ ବିରୋଧ କରିଥିଲେ। ଏହି କାରଣରୁ ଖୁସ୍‌ବୁଙ୍କ ଘର ବାହାରେ ଆକ୍ରମଣ ହୋଇଥିଲା।ଏହି ଘଟଣା ପରେ ଦିଶା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି। ସେ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦିଶା ଏହି କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବରେଲିରେ ଦିଶାଙ୍କ ଘର ବାହାରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳିମାଡ଼ କରିଥିଲେ। ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ଏବଂ ରୋହିତ ଗୋଦାରା ଏହି ଆକ୍ରମଣର ଦାୟିତ୍ୱ ନେଇଛନ୍ତି। ସେମାନେ କହିଛନ୍ତି ଯେ, ଏହା ସନାତନ ଧର୍ମ ଏବଂ ସନ୍ଥମାନଙ୍କ ଅପମାନର ପ୍ରତିଶୋଧ। ଦିଶାଙ୍କ ହାତରେ ଏବେ ଦୁଇଟି ବଡ଼ ପ୍ରୋଜେକ୍ଟ ଅଛି। ସେ ଫିଲ୍ମ ‘ଓ୍ବେଲକମ ଟୁ ଦି ଜଙ୍ଗଲ’ରେ ନଜର ଆସିବେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Bomb Attack on Actress Disha’s House | Argus News | Argus News